କୋଣାର୍କ ଫେଷ୍ଟିଭାଲ ଓ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜନକୁ ଚାଲେଞ୍ଜ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ(କେନ୍ୟୁଜ୍): ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଫେଷ୍ଟିଭାଲ ସହ ଚନ୍ଦ୍ରଭାଗାରେ ଇଣ୍ଟରନ୍ୟାସନାଲ ସାଣ୍ଡ ଆର୍ଟ ଫେଷ୍ଟିଭାଲ ଆୟୋଜିତ ହେବ । ତେବେ କରୋନା କାଳରେ ଏଭଳି ଆୟୋଜନକୁ ଚାଲେଞ୍ଜ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ଏ ସମ୍ପର୍କରେ ପୁରୀ ଜିଲାପାଳ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

କରୋନା କାଳରେ ଏଭଳି ଆୟୋଜନ କୋଭିଡ ଗାଇଡଲାଇନର ବିରୋଧାଚରଣ କରୁଥିବା ବେଳେ ଏହା ଦ୍ୱାରା କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ରହିଛି। ଏହି ମାମଲାରେ ରାଜ୍ୟ ସରକାର, ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପୁରୀ ଜିଲ୍ଲାପାଳ ଓ କୋଣାର୍କ ଏନଏସିକୁ ପକ୍ଷଭୁକ୍ତ କରାଯାଇଥିଲା। କଟକର ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବା ବେଳେ ସେ ଜିଲ୍ଲାପାଳଙ୍କୁ ଦେଇଥିବା ପିଟିସନର ବିଚାର କରି ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.