KBC 12: ୭ କୋଟିର ଏହି ପ୍ରଶ୍ନର ଉତ୍ତର ଅନୁପା ଦାସଙ୍କୁ ଜଣାଥିଲା, ତଥାପି ଛାଡ଼ିଲେ ଶୋ’; ଜାଣନ୍ତୁ କାହିଁକି

କୌନ୍‌ ବନେଗା କରୋଡପତିର ୧୨ତମ ସିଜନ୍‌ ବେଶ୍‌ ମଜାଦାର ରହିଛି। ଚଳିତବର୍ଷ ଶୋ’କୁ ଜଣେ ନୁହେଁ ବରଂ ତିନି ଜଣ କୋଟିପତି ମିଳିଛନ୍ତି। ସବୁଠୁ ମଜା କଥା ହେଉଛି ୩ ଜଣ ଯାକ ମହିଳା। ଏଥିରୁ ସ୍ପଷ୍ଟ ହୋଇଛି ଯେ କେବିସିରେ ମହିଳାଙ୍କ ଦବ୍‌ଦବା ଅଧିକ ରହିଛି। ଶୋ’ ସରିବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଶୋ’କୁ ତୃତୀୟ କୋଟିପତି ମିଳିଛି। ଏଥିରେ ୭ କୋଟି ଟଙ୍କାର ପ୍ରଶ୍ନର ଉତ୍ତର ଜଣାଥିଲେ ମଧ୍ୟ ଅନୁପା ଦାସ କ୍ୱିଟ୍‌ କରିଥିବା ଦେଖାଯାଇଛି। କେବିସିର ପ୍ରତିଯୋଗୀ ଅନୁପା ଦାସ ଏକ କୋଟି ଟଙ୍କା ଜିତି ଘରକୁ ଫେରିଛନ୍ତି। ଏହି ଅର୍ଥରେ ସେ ନିଜ କ୍ୟାନସର ପୀଡ଼ିତା ମା’ଙ୍କ ଚିକିତ୍ସା କରାଇବେ। ଅନୁପାଙ୍କ ଧୈର୍ଯ୍ୟ ଦେଖି ଅମିତାଭ ବଚ୍ଚନ ବେଶ୍‌ ଖୁସି ହୋଇଥିଲେ। ଯଦି ଅନୁପା ୭ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଦେଇଥାନ୍ତେ ତେବେ ସେ ଏତେ ଅର୍ଥ ଜିତିଥିବା ପ୍ରଥମ ପ୍ରତିଯୋଗୀ ବନିଯାଇଥାନ୍ତେ। କିନ୍ତୁ ଏଭି ହୋଇନାହିଁ।

୧ କୋଟି ଟଙ୍କା ପାଇଁ ଅନୁପାଙ୍କୁ ପଚରାଯାଇଥିବା ପ୍ରଶ୍ନ ଥିଲା:

୧୮ ନଭେମ୍ବର, ୧୯୬୨ରେ ଲଦାଖର ରେଜାଙ୍ଗ ଲାରେ ସାହସିକତା ପାଇଁ କାହାକୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା?
A.ମେଜର ଧନସିଂହ ଥାପା
B.ଲେଫ୍ଟନାଣ୍ଟ କର୍ଣ୍ଣଲ ଅର୍ଦେଶିର ତାରାପୋର
C.ସୁବେଦାର ଯୋଗିନ୍ଦର ସିଂହ
D.ମେଜର ସୈତାନ ସିଂହ
ଉତ୍ତର: ମେଜର ସୈତାନ ସିଂହ

ଏହି ପ୍ରଶ୍ନର ଉତ୍ତର ଦେବା ତାଙ୍କ ପାଇଁ କଷ୍ଟକର ଥିଲା। ତଥାପି ଲାଇଫ୍‌ଲାଇନ୍‌ ବ୍ୟବହାର କରି ସେ ଠିକ୍‌ ଉତ୍ତର ଦେଇଥିଲେ। ଏହା ପରେ ତାଙ୍କୁ ୭ କୋଟି ଟଙ୍କା ପାଇଁ ପ୍ରଶ୍ନ ପଚରାଯାଇଥିଲା।

kbc2

ପ୍ରଶ୍ନ ଥିଲା:

ରିୟାଜ ପୁନାଓ୍ଵାଲା ଓ ଶୌକତ ଦୁକାନଓ୍ଵାଲା ଏକ ଦିବସୀୟ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ୍‌ରେ କେଉଁ ଟିମ୍‌ର ପ୍ରତିନିଧିତ୍ୱ କରୁଥିଲେ?
A.କେନିଆ
B.ସଂଯୁକ୍ତ ଅରବ ଅମିରାତ
C.କାନାଡ଼ା
D.ଇରାନ
ଉତ୍ତର: ସଂଯୁକ୍ତ ଅରବ ଅମିରାତ

ଏହି ପ୍ରଶ୍ନର ସଠିକ୍‌ ଉତ୍ତର ଅନୁପାଙ୍କୁ ଜଣାଥିଲେ ବି ସେ ସନ୍ଦେହରେ ଥିଲେ। ସେ ଠିକ୍‌ ଗେସ୍‌ କରିଥିଲେ। ମାତ୍ର ଲାଇଫ୍‌ ଲାଇନ୍‌ ନଥିବାରୁ ସ୍ପଷ୍ଟ ହୋଇପାରିନଥିଲେ। ଏଣୁୁ ଶୋ’ରୁ କ୍ୱିଟ୍‌ କରିଥିଲେ। କିନ୍ତୁ ପରେ ଜଣାଯାଇଥିଲା ଯେ ତାଙ୍କ ସନ୍ଦେହ ଠିକ୍‌ ଥିଲା।

ସୂଚନାଯୋଗ୍ୟ ଯେ ପୂର୍ବରୁ ନାଜିୟା ନସୀମା ଓ ମହିଳା ଆଇପିଏସ୍‌ ଅଫିସର ମୋହିତା ଶର୍ମା ଏକ କୋଟି ଲେଖାଏଁ ଟଙ୍କା ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.