ଗାଡେ୍ନିଙ୍ଗ୍ ଟିପ୍ସ : ଶୁଖିଯାଇଥିବା ଗଛକୁ ସବୁଜ ରଖିବାକୁ, ଆପଣାନ୍ତୁ ଏହି ସହଜ ଉପାୟ
ଘରେ ଗଛ ଲଗାଇବା ଦ୍ୱାରା ଆପଣଙ୍କ ଘର ବହୁତ ସୁନ୍ଦର ଏବଂ ସବୁଜ ଦେଖାଯାଏ । ଏହା ସହ ଖୋଲା ପବନ ମଧ୍ୟ ଯୋଗାଇ ଥାଏ । ଆମ ଆଖପାଖର ବାୟୁକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରେ । ତେବେ ଗାଡେନ୍ ସାମ୍ନାରେ ବସିବା ନିଜର ଏକ ଭିନ୍ନ ଅନୁଭୂତି ହୋଇଥାଏ । ଅନେକ ଲୋକ ସେମାନଙ୍କ ଲଗାଇଥିବା ଗଛର ଯତ୍ନ ନିଅନ୍ତି କିନ୍ତୁ ତଥାପି ସେହିସବୁ ଗଛ ଶୁଖିବାକୁ ଆରମ୍ଭ କରିଥାଏ ।
ଅନେକ ଲୋକ ଘରେ ଗାଡେ୍ନିଙ୍ଗ୍ କରିବାକୁ ଭଲ ପାଆନ୍ତି ଏବଂ ଅନେକ ପ୍ରକାରର ଗଛ ଲଗାନ୍ତି । ତେବେ ଘରେ ଗଛ ଲଗାଇବା ଦ୍ୱାରା ଆପଣଙ୍କ ଘର ବହୁତ ସୁନ୍ଦର ଏବଂ ସବୁଜ ଦେଖାଯାଏ । ଏହା ସହ ଖୋଲା ପବନ ମଧ୍ୟ ଯୋଗାଇ ଥାଏ । ଆମ ଆଖପାଖର ବାୟୁକୁ ସତେଜ ରଖିବାରେ ମଧ୍ୟ ସାହାଯ୍ୟ କରେ । ତେବେ ଗାଡେନ୍ ସାମ୍ନାରେ ବସିବା ନିଜର ଏକ ଭିନ୍ନ ଅନୁଭୂତି ହୋଇଥାଏ । ଅନେକ ଲୋକ ସେମାନଙ୍କ ଲଗାଇଥିବା ଗଛର ଯତ୍ନ ନିଅନ୍ତି କିନ୍ତୁ ତଥାପି ସେହିସବୁ ଗଛ ଶୁଖିବାକୁ ଆରମ୍ଭ କରିଥାଏ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏନେଇ କିଛି ବିଶେଷ କଥା ଜାଣଇବୁ, ଯାହାଦ୍ୱାରା ଆପଣଙ୍କ ଗଛ ଶୁଖିବନି ଏବଂ ସବୁଜ ରହିବ ।
କୁହାଯାଏ ଗଛ ଆମ ଜୀବନରେ ରଙ୍ଗ ଭରି ଦେଇଥାଏ । ଆମକୁ ଷ୍ଟ୍ରେସ୍ରୁ ଦୂରେଇ ରଖିବାରେ ମଧ୍ୟ ସେମାନେ ଆମକୁ ବହୁତ ସାହାଯ୍ୟ କରନ୍ତି । ଆଖପାଖର ବାୟୁକୁ ସଫା ଏବଂ ସତେଜ ରଖିବାରେ ଏହା ଆପଣଙ୍କୁ ବହୁତ ସାହାଯ୍ୟ କରିଥାଏ । ଏହା ସହ ଏଗୁଡିକ ଘର ଭିତରେ ସଜାଇବାରେ ମଧ୍ୟ ବ୍ୟବହୃତ ହୁଏ । ସେମାନଙ୍କ ବିନା ଜୀବନ ରଙ୍ଗହୀନ ପରି ଲାଗିଥାଏ । ଅନେକ ଲୋକଙ୍କ ଗାଡେନ୍ରେ ଗଛ ହଠାତ୍ ଶୁଖିବା ଆରମ୍ଭ କରେ । ଯଦି ଆପଣଙ୍କର ଗଛଗୁଡିକ ଶୁଖିଯାଉଛି ତେବେ ଏହା ପୁଷ୍ଟିକର ଅଭାବ ହେତୁ ହୋଇଥାଏପାରେ । ତେଣୁ ଯେତେବେଳେ ବି ଆପଣ ଗଛରେ ଶୁଖିଲା ପତ୍ର ଦେଖିବେ, ସେତେବେଳେ ଆପଣ ସେଗୁଡିକୁ ବାହାର କରିବା ଉଚିତ୍ ।
ଗଛଗୁଡିକକୁ ସବୁଜ ରଖିବା ପାଇଁ, ଆପଣଙ୍କୁ କିଛି ସହଜ ଉପାୟ ଅନୁସରଣ କରିବାକୁ ପଡିବ । ସେଥିପାଇଁ ଆପଣଙ୍କୁ ସେମାନଙ୍କ ମାଟିକୁ ଭଲ ଭାବରେ ଖୋଳିବା ଉଚିତ୍ । ଯଦି ଆପଣ ସେମାନଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଖୋଳନ୍ତି ନାହିଁ, ତେବେ ସେହି ଗଛ ଦୁର୍ବଳ ହୋଇଯାଏ ଏବଂ ପରେ ଧୀରେ ଧୀରେ ଶୁଖିବା ଆରମ୍ଭ କରେ । ସେଥିପାଇଁ ଆପଣ ମଝିରେ ମଝିରେ ଏହାକୁ ଖୋଳିବା ଉଚିତ୍ । ଯଦି ଆପଣ ଏପରି ନକରିବେ ତେବେ ସେହି ଗଛର ତଳ ଭାଗକୁ ଠିକ୍ ଭାବେ ପାଣି ଯିବ ନାହିଁ ଏବଂ ଗଛଟି ଧୀରେ ଧୀରେ ଶୁଖିବାକୁ ଲାଗିବ ।
ଯଦି ଆପଣ ଗଛଗୁଡିକୁ ସଠିକ୍ ଭାବରେ ଲଗାଇବେ, ତେବେ ସେମାନେ କଦାପି ଶୁଖିବେ ନାହିଁ ଏବଂ ସର୍ବଦା ସବୁଜ ରହିବେ । ଏହା ବ୍ୟତୀତ ଆପଣ ସମୟ ସମୟରେ ଗଛରେ ମାଟି ମିଶାଇବା ଉଚିତ୍, କିନ୍ତୁ ଯଦି ଆପଣ ମାଟି ମିଶାଇବା ପୂର୍ବରୁ ବାଲି ମିଶାଇବେ, ତେବେ ଚେରଗୁଡିକ ଗଛର ନିମ୍ନ ସ୍ତର ପର୍ଯ୍ୟନ୍ତ ପାଣି ଯୋଗାଇଥାଏ । ତେବେ ବାଲି ମିଶାଇବା ଦ୍ୱାରା ଗଛଗୁଡିକରେ ପାଣିର ଅଭାବର ହୁଏ ନାହିଁ । ଏହା ସହ ସମୟ ସମୟରେ ଏହି ଗଛକୁ ସଫା କରିବା ଉଚିତ ।
ଯଦି ଗଛଗୁଡିକ ଶୁଖିବା ଆରମ୍ଭ କରୁଛି, ତେବେ ହାଣ୍ଡିରେ ଥିବା ସମସ୍ତ ମାଟି ବାହାର କରନ୍ତୁ । ଏହା ପରେ ହାଣ୍ଡିରେ ଭଲ ମାଟି ଭରନ୍ତୁ । ଏହା ପରେ ଆପଣ ମାଟିରେ ସଠିକ୍ ଭାବରେ ଗଛ ଲଗାନ୍ତୁ । ତାପରେ ଆପଣଙ୍କ ହାଣ୍ଡିରେ କିଛି ପାଣି ଦିଅନ୍ତୁ । ତାପରେ ହାଣ୍ଡିକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଉଭୟ ସୂର୍ଯ୍ୟ କିରଣ ଏବଂ ଛାଇ ରହିଥିବ । ତେବେ ଦେଖିବେ ଯେ ଆପଣଙ୍କ ଗଛ ଶୁଖିବନି ଏବଂ ବହୁତ ସନ୍ଦର ଦେଖା ଯିବ ।