୨୦୨୪ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ପ୍ରାର୍ଥୀ ଚୟନ

ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନ ପାଇଁ ତୟାର କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ ଦଳ। ପ୍ରଥମ ପର୍ଯ୍ୟାୟରେ ୭୦ଟି ଟିକେଟ ଘୋଷଣା ହେବ। ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନ ପାଇଁ ତୟାର କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ ଦଳ। ପ୍ରଥମ ପର୍ଯ୍ୟାୟରେ ୭୦ଟି ଟିକେଟ ଘୋଷଣା ହେବ। ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆଗୁଆ ଟିକେଟ ଦେବାକୁ କଂଗ୍ରେସର PEC ବା ପ୍ରଦେଶ ଇଲେକସନ କମିଟି ବୈଠକ ହୋଇଛି । ଏଥିରେ ପିସିସି ସଭାପତି ଓ ନିର୍ବାଚନ କମିଟିର ୨୩ ସଦସ୍ୟ ଉପସ୍ଥିତ ଥିଲେ । ପ୍ରଗମନରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଛି ।

ବିଧାୟକ ପାଇଁ ୨ ହଜାରରୁ ଅଧିକ ଓ ସାଂସଦ ପାଇଁ ୭୦୦ ଆବେଦନ କରିଥିଲେ । ଏହା ପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ। ବର୍ତ୍ତମାନ ରାଜ୍ୟରେ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । କେବଳ ଦୁଇଟି ଆସନକୁ ଛାଡି ଅନ୍ୟ ସମସ୍ତ ଆସନରେ ଦଳ ସମାନ ପ୍ରାର୍ଥୀଙ୍କୁ ରିପିଟ କରିପାରେ । ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ନରସିଂହ ଓ ସୁର ।୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତାଲିକା ବିଳମ୍ବରେ ପ୍ରକାଶ କରିଥିଲା । ଯାହା କି ନିର୍ବାଚନ ପ୍ରଚାରରେ ବଡ଼ ସମସ୍ୟା ସୃଷ୍ଟି କରିଥିଲା । ତେଣୁ ଏଥର କଂଗ୍ରେସ ଦଳ ଆଗୁଆ ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ଅଣ୍ଟା ଭିଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.