ଇଭିନିଙ୍ଗକୁ କରନ୍ତୁ ସ୍ପେଶାଲ, ବନାନ୍ତୁ ଚଣା ଚିଲ୍ଲୀ

କାବୁଲି ଚଣା ଚିଲ୍ଲୀ ପାଇଁ ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ଭିଜା ଯାଇଥିବା କିମ୍ବା ସିଝା ଚଣା
  • ଗୋଟେ ପିଆଜ (ଛୋଟ କଟା ହୋଇଥିବା)
  • ୧ ମିଡିୟମ ସିମଲା ଲଙ୍କା
  • ୨-୪ଟି କଞ୍ଚା ଲଙ୍କା
  • ୧ ଚାମଚ ଅଦା ରସୁଣ ପେଷ୍ଟ
  • ପିଆଜ (ଛୋଟ କଟା ହୋଇଥିବା)
  • ୧ ଚାମଚ ଟମାଟୋ କେଚଅପ୍‌
  • ୧ ଚାମଚ ସୋୟା ସସ୍‌
  • ଏକ ଚାମଚ ଚିଲ୍ଲୀ ସସ୍‌
  • ୧ ଚାମଚ ଗୋଲ ମରୀଚ ପାଉଡର
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧-୨ ଚାମଚ କର୍ନଫ୍ଲୋର
  • ସ୍ୱାଦାନୁସାରେ ଲୁଣ

କାବୁଲି ଚଣା ଚିଲ୍ଲୀ ବନାଇବା ପାଇଁ ପ୍ରସ୍ତୁତି ପ୍ରଣାଳୀ

  1. ଏକ ପାତ୍ରରେ ଭିଜାଇ ରଖିଥିବା କିମ୍ବା ସିଝାଇ ରଖିଥିବା ଚଣା ନିଅନ୍ତୁ। ଏଥିରେ ଗୋଟେ ଚିମୁଟା ଲୁଣ, ଅଧା ଚାମଚ ଗୋଲ ମରୀଚ ପାଉଡର, ଲାଲ ଲଙ୍କା ପାଉଡର ଏବଂ କର୍ନଫ୍ଲୋର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଯେପରି ଚଣାରେ ଏହି ମସଲା ସବୁ ମିଶିଯିବ।
  2. ଏକ ପ୍ୟାନରେ ତେଲ ପକାଇ ଏଥିରେ ଅଦା ରସୁଣ, ପିଆଜ ଏବଂ ସିମଲା ଲଙ୍କା ପକାଇ ହାଲକା ନରମ ହେବା ପର୍ଯ୍ୟନ୍ତ ସିଝାନ୍ତୁ। କିନ୍ତୁ ମନେ ରଖନ୍ତୁ ସମ୍ପୂର୍ଣ୍ଣ ଭାଜି ଦିଅନ୍ତୁନାହିଁ।
  3. ଏବେ ସମସ୍ତ ସସ୍‌ ପକାଇ ଦିଅନ୍ତୁ ଏବଂ ଭଲଭାବେ ମିଶାଇ ଦିଅନ୍ତୁ। ବଳକା ରହିଥିବା ସୁଖିଲା ମସଲାକୁ ପକାଇ ଭଲଭାବେ ରାନ୍ଧିହେବାକୁ ଛାଡନ୍ତୁ।
  4. ଯଦି ମସଲା ଅଧିକ ଜଳି ଯାଇଛି କିମ୍ବା ଅଧିକ ଗାଢ଼ା ହୋଇଯାଇଛି ତାହେଲେ ଆପଣ ଏଥିରେ ଅଳ୍ପ ପାଣି ପକାଇ ପାରିବେ।
  5. ଏବେ ତେଲରେ ଛଣା ହୋଇଥିବା ଚଣା ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ ଯେତେ ପର୍ଯ୍ୟନ୍ତ ସବୁଥିରେ ମସଲା ଭଲଭାବେ ନଲାଗିଛି।
  6. ଏବେ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଏହା ଉପରେ ପିଆଜ ଏବଂ ଧନିଆ ପତ୍ର ପକାଇ ସଜାଇ ସର୍ଭ କରନ୍ତୁ।
  7. ଆଉ ଗରମା ଗରମ କାବୁଲି ଚଣା ଚିଲ୍ଲୀ ଖାଇ ମଜା ନିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.