ଘର ସାମ୍ନାରୁ ଦେଢ଼ ଲକ୍ଷ ଝାମ୍ପି ନେଲେ ଦୁର୍ବୁତ୍ତ, ଆଇନଶୃଙ୍ଖଳାକୁ ନେଇ ବଡ ପ୍ରଶ୍ନ

ଟିଟିଲାଗଡ଼ (କେନ୍ୟୁଜ): ସାମ୍ବାଦିଙ୍କ ଘର ସମ୍ମୁଖରୁ ଝାମ୍ପି ନେଲେ ଦୁର୍ବୁତ୍ତ ଦେଢ଼ ଲକ୍ଷ ଟଙ୍କା । ଲୁଟ କରି ଆଖି ପିଛୁଳାକେ ଫେରାର ମାରିଲେ। ଯାହାକୁ ନେଇ ଏବେ ସମଗ୍ର ଟିଟିଲାଗଡ଼ ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ବିରାଟ ପ୍ରଶ୍ନ।

ସୂଚନା ଅନୁଯାୟୀ ଟିଟିଲାଗଡ଼ ସହର ପୋଲିସ ଥାନା ନିକଟସ୍ଥ ଠିକାଦାର ପଡାରେ ରହୁଥିବା ଓ ୟୁ ଜେ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ସାମ୍ବାଦିକ ଦୀପକ ସମ୍ମାଦାର ଆଜି ନିଜ ଶ୍ୱଶୁର ଗୋପାଳ କୃଷ୍ଣ ଚାନ୍ଦଙ୍କ ସହ ଟିଟିଲାଗଡ଼ ସହର ମୁଖ୍ୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ନିଜ ପେନସନ ଆକାଉଣ୍ଟ ରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ସାମ୍ବାଦିକ ଦୀପକ ସମ୍ମାଦାରଙ୍କ ସହ ଏକ ସ୍କୁଟି ରେ ନିଜ ବାସଭବନ ସମ୍ମୁଖରେ ପହଞ୍ଚି ମୁଖ୍ୟ ଗେଟକୁ ଖୋଲିବା ସମୟରେ ଦୁଇ ଜଣ ଲୁଟେରା ଏକ ନୀଳ ରଙ୍ଗର ପଲସର ବାଇକ ରେ ଆସି ଟଙ୍କା ଲୁଟି ଫେରାର ମାରିଛନ୍ତି।

ସାମ୍ବାଦିକ ଦୀପକ ସମ୍ମାଦାର ଲୁଟେରା ମାନଙ୍କୁ ପିଛା କରିଥିଲେ ମଧ୍ୟ ଲୁଟେରା ମାନେ ଦ୍ରୁତ ଗତି ରେ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି । ଏନେଇ ଟିଟିଲାଗଡ଼ ପୋଲିସ ଖବର ପାଇବା ପରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ସମୟରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗର ଜଣେ ସଦସ୍ୟ ବ୍ୟାଙ୍କ ଭିତରେ କାଉଣ୍ଟର ପାଖରେ ଛିଡା ହୋଇ ବ୍ୟାଙ୍କକୁ ଆସୁଥିବା ବିଭିନ୍ନ ଗ୍ରାହକ ମାନଙ୍କ ଉପରେ ନଜର ଦେଉଥିବା ଦେଖିବାକୁ ମିଳିଛି ।

ଏହାରି ଭିତରେ ସାମ୍ବାଦିକ ଦୀପକ ସମ୍ମାଦାର ଏବଂ ତାଙ୍କ ଶ୍ୱଶୁର ବ୍ୟାଙ୍କ ରୁ ଟଙ୍କା କାଢ଼ିବା ପରେ ସମ୍ପୃକ୍ତ ଲୁଟେରା ଏବଂ ତାର ଜଣେ ସହଯୋଗୀ ଉଭୟ ଙ୍କୁ ପଛରେ ପଛରେ ଆସୁଥିବା ମଧ୍ୟ ଦେଖା ଯାଉଛି। ବ୍ୟାଙ୍କ ରୁ ହିଁ ଲୁଟେରା ମାନେ ଟଙ୍କା ବ୍ୟାଗ ଧରି ଯାଉଥିବା ଗୋପାଳ ଚାନ୍ଦ ତଥା ସାମ୍ବାଦିକ ଦୀପକ ସମ୍ମାଦାରକୁ ଫୋଲୋ କରି ଠିକ ଘର ସମ୍ମୁଖରେ ରେ ଟଙ୍କା ବ୍ୟାଗ କୁ ଝାମ୍ପି ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି। ଟିଟିଲାଗଡ଼ ପୋଲିସ ସହର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କୁ ବ୍ୟାପକ କରିଛି। ଦୁଇଜଣ ଲୁଟେରା ଜଣେ ଟୋପି ପିନ୍ଧିଥିବା ବେଳେ ପଛପଟେ ବସିଥିବା ଲୁଟେରା ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ଜଣାପଡିଛି।

ଏଠାରେ ସୂଚନା ଯୋଗ୍ୟ ଯେ ନିତିଦିନ ପଳସର ବାଇକ ଏବଂ ଆପାଚି ବାଇକ ରେ ଲୁଟେରା ମାନେ ଆସି ବିଭିନ୍ନ ବ୍ୟାଙ୍କ ରେ ଛକି ରହି ମୋଟା ରକମର ଅର୍ଥ ନେଇ ବାହାରୁଥିବା ଲୋକଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ଲୁଟ କରି ଫେରାର ମାରୁଥିବା ବେଳେ ପୋଲିସ ନାମକୁ ମାତ୍ର ମାମଲା ରୁଜୁ କରି ତଦନ୍ତ କରୁଥିଲେ ମଧ୍ୟ ଲୁଟେରା ତଥା ଦୁର୍ବୁତ୍ତ ମାନଙ୍କ ବିଷୟରେ ଟେର ଵି ପାଉନାହିଁ। ଏମିତି କି ସହରର ବିଭିନ୍ନ ସ୍ଥାନରେ ଚୋରି, ରାହାଜାନି ମଧ୍ୟ ବଢିଚାଲିଥିବା ବେଳେ ପୋଲିସ ର ପେଟ୍ରୋଲିଙ୍ଗ ବ୍ୟବସ୍ଥା କୁ ନେଇ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହେଲାଣି । ଗତ ରାତ୍ରି ରେ ସୁବାସ ଚନ୍ଦ୍ର ବୋଷ ଛକ ରେ ଥିବା ରମେଶ କିରାନା ଦୋକାନ ରୁ ମଧ୍ୟ ଚୋରି ହୋଇଥିବା ଜଣାପଡିଛି। ତେବେ ଟିଟିଲାଗଡ଼ ପୋଲିସ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜ ମାଧ୍ୟମରେ ଲୁଟେରା କୁ କାବୁ କରିବା ସହ ଲୁଟ ହୋଇଥିବା ଟଙ୍କା ସମେତ ଆସାମୀ ମାନଙ୍କୁ ଧରିବା ପାଇଁ ଦାବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.