ହୁଣ୍ଡାଇ କ୍ରେଟା Night Editionର ଟିଜର ହେଲା ରିଲିଜ, ଦିଓ୍ଵାନା କରିଛି ଏହାର ଶାନଦାର ଲୁକ

ହୁଣ୍ଡାଇ ଇଣ୍ଡିଆ ନିକଟରେ Creta SUVର Night Edition ଲଞ୍ଚ କରିଛି। ଏବେ କମ୍ପାନୀ ଏବେ ଏହି କାରର ଟିଜର ମଧ୍ୟ ରିଲିଜ କରିସାରିଛି। ଏହାର ଲୁକ କୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ଷ୍ଟାଣ୍ଡାର୍ଡ କ୍ରେଟା ତୁଳନାରେ ଏହି ନୂଆ ସ୍ପେଶାଲ ଏଡିସନର ଲୁକ ରହିଛି ଜବରଦସ୍ତ ।

ହୁଣ୍ଡାଇ ମୋଟର କମ୍ପାନୀ ଗ୍ରାହକଙ୍କୁ ପସନ୍ଦକୁ ଧ୍ୟାନରେ ରଖି ପପୁଲାର କ୍ରେଟା SUV ର ନାଇଟ ଏଡିସନ ଲଞ୍ଚ କରିଛି। ଏହାର ଲୁକରେ ପରିବର୍ତ୍ତନ କରାଯାଇଛି। ବଜାରରେ ସ୍ପେଶାଲ ଏଡିସନ SUV ର ପ୍ରାରମ୍ଭିକ ଦାମ ୧୩ ଲକ୍ଷ ୫୧ ହଜାର ୨୦୦ ଟଙ୍କା ରହିଛି। ନୂଆ କ୍ରେଟା ନାଇଡ ଏଡିସନ କୁ ନୂଆ ଏସ୍‌ ପ୍ଲସ ଟ୍ରିମରେ ତିଆରି କରାଯାଇଛି। ଏଥିରେ ମାନୁଆଲ ଗିୟରବକ୍ସ ରହିଛି। ଏହାବ୍ୟତିତ Fully Loaded SX ଅପ୍ସନାଲ ଟ୍ରିମ ସହ ନାଇଟ ଏଡିସନ ସାମଲ ରହିଛି ଯେଉଁଥିରେ IVT/AT ଉପଲବ୍ଧ ରହିଛି।

କ୍ରେଟା ନାଇଟ SUV ରେ ପାନୋରମିକ ସନରୁଫ, ଟ୍ରିଓ ବିମ ଏଲଇଡି ହ୍ୟାଣ୍ଡଲାମ୍ପସ୍‌ ସହ କ୍ରେସେଣ୍ଟ ଗ୍ଲୋ ଏଲଇଡି ଡିଆରଏଲ ଭଳି ଫିଚର୍ସ ରହିଛି। ହୁଣ୍ଡାଇ କ୍ରେଟା ନାଇଟ ଏଡିସନ୍‌ ରେ ଅନେକ କସମେଟିକ ଚେଞ୍ଜେସ ଦିଆଯାଇଛି। ଯାହାକି ଷ୍ଟାଣ୍ଡାର୍ଡ ମଡେଲ ତୁଳନାରେ ସ୍ପେଶାଲ ଦେଖାଯାଏ। ଗାଡ଼ିର ଆଉଟଡୋର କଲର ପୁରା କଳ ରଙ୍ଗର ରହିଛି। ଏହାସହ ଇଣ୍ଟେରିୟର ମଧ୍ୟ ବ୍ଲାକ ଏକ୍ସେଣ୍ଟ ର ଅଛି। ଅନ୍ୟ ବ୍ୟତିତ କମ୍ପାନି ୨୦୨୨ ମଡେଲ କ୍ରେଟା ପାଇଁ ଟାୟାର ପ୍ରେସର ମନିଟରିଂ ସିଷ୍ଟମ ଦିଆଯାଇଛି । ଯାହାକୁ ଖୁବ ଶୀଘ୍ର ଭାରତରେ ଲଞ୍ଚ କରାଯିବ।

 ଚଳିତ ବର୍ଷ ୨୦୨୨ ର ହୁଣ୍ଡାଇ କ୍ରେଟାର ନୂଆ ଲୁକ ଶୀଘ୍ର ସାମ୍ନାକୁ ଆସିବ। SUVର ଗ୍ରିଲରେ କ୍ରୋମ ଫିନିସ ଦିଆଯାଇଛି। ହୁଣ୍ଡାଇ ତରଫରୁ କ୍ରେଟା ଏହି ସମୟରେ ସବୁଠୁ ଅଧିକ ବିକାଯାଉଥିବା କାର। ଗ୍ରାହକ ଯେବେ ଏହି କାରକୁ ପ୍ରଥମ ଥର ଦେଖିବେ ତେବେ ନିଶ୍ଚିତ ଭାବେ ଏହା ପସନ୍ଦ ଆସିବା ସହିତ ହୁଣ୍ଡାଇ ଟୁସାନ ମଡେଲ କଥା ମନେ ପଡ଼ିବ। ତେବେ SUV ରେ ୧.୫ ଲିଟର ଏମପିଆଇ ପେଟ୍ରୋଲ ଓ ୧.୫ ଲିଟର U2 CRDi ଡିଜେଲ ଇଞ୍ଜିନ ଦିଆଯାଇଛି। ତେବେ ଏହାର ଦାମକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ ଏହାର ନିଉ ଲୁକ ସମ ସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି। ତେଣୁ ଆପଣ ବି ଶୀଘ୍ର ଏହି କାରର ବୁକିଂ କର ି ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.