Below header

ଘରେ ତିଆରି କରନ୍ତୁ ହ୍ୟାଣ୍ଡ ସାନିଟାଇଜର, କରୋନା ଭାଇରସକୁ କରିବ ମୂଳପୋଛ; ଜାଣନ୍ତୁ ପ୍ରସ୍ତୁତି ବିଧି

ବର୍ତ୍ତମାନ ଯେଉଁ ଅନୁପାତରେ କରୋନା ଭାଇରସ୍‌ ବ୍ୟାପିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏଥିପାଇଁ ସରକାର ମଧ୍ୟ ସବୁସ୍ତରରେ ଲୋକଙ୍କୁ ସଚେତନ କରାଉଛନ୍ତି। ତେବେ କରୋନା ଭାଇରସ୍‌ କବଳରୁ ନିଜକୁ ରକ୍ଷା କରିବା ପାଇଁ ସବୁଠାରୁ ସହଜ ତଥା ପ୍ରାଥମିକ ସତର୍କତା ହେଉଛି ହାତକୁ ପରିଷ୍କାର କରି ହ୍ୟାଣ୍ଡ ଓ୍ଵାଶ୍‌ରେ ଧୋଇବା। କୁହାଯାଉଛି ଯେ ହାତକୁ କମ୍‌ ସେ କମ୍‌ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ଧୋଇବା ଦ୍ୱାରା କରୋନାର ପ୍ରଭାବ ନଷ୍ଟ ହୋଇଯାଏ। ହାତରୁ ବ୍ୟାକ୍ଟେରିଆ ସଫା କରିବା ପାଇଁ ସବୁଠାରୁ ଉତ୍ତମ ସାନିଟାଇଜର ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।

hand wash2

କରୋନା ପାଇଁ ବଜାରରେ ଅନେକ ସାନିଟାଇଜର ଉପଲବ୍ଧ ହେଉଛି। କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ସାନିଟାଇଜର ତିଆରି କରିପାରିବେ। ଯାହା ବଜାରରେ ମିଳୁଥିବା ସାନିଟାଇଜର ଭଳି ଆପଣଙ୍କୁ ସୁରକ୍ଷିତ ରଖିବ। ଆସନ୍ତୁ ଜାଣିବା ଘରେ କେମିତି ତିଆରି କରିବେ ହ୍ୟାଣ୍ଡ ଓ୍ଵାଶ୍‌…

hand wash3

ଆବଶ୍ୟକୀୟ ସାମଗ୍ରୀ:

ଓ୍ଵିଚ୍‌ ହାଜେଲ ଏକ୍ସଟ୍ରାକ୍ଟ
ଆଲୋଭେରା ଜେଲ
ଟି ଟ୍ରି, ପିପରମିଣ୍ଟ, ନିମ୍ବ ବା ଲବଙ୍ଗ ତେଲ
ଏକ ବୋତଲ

 

hand wash

ପ୍ରସ୍ତୁତି ପ୍ରଣାଳୀ:

ସର୍ବ ପ୍ରଥମେ ଏକ ପାତ୍ରରେ ୨-୩ ବଡ଼ ଚାମଚ ଆଲୋଭେରା ଜେଲ ନେଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ କିଛି ବୁନ୍ଦା ଓ୍ଵିଚ୍‌ ହାଜେଲ ଏକ୍ସଟ୍ରାକ୍ଟ ଓ ମନ ପସନ୍ଦର ତେଲ ମିଶାନ୍ତୁ। ସମସ୍ତ ଜିନିଷକୁ ଭଲ ଭାବେ ମିଶାଇବା ପରେ ବୋତଲରେ ଭର୍ତ୍ତି କରିଦିଅନ୍ତୁ। ଯଦି ଆପଣଙ୍କୁ ଏହା ସ୍ପ୍ରେ ଫର୍ମାଟରେ ଦରକାର ତେବେ ଏଥିରେ କିଛି ଫିଲ୍ଟର କରାଯାଇଥିବା ପାଣି ମିଶାଇ ଦିଅନ୍ତୁ। ଏଥିରେ ଆପଣ ଭିଟାମିନ୍‌-ଇ ମଧ୍ୟ ମିଶାଇ ପାରିବେ। ସାବୁନ ବଦଳରେ ଏହି ହ୍ୟାଣ୍ଡ ସାନିଟାଇଜରରେ ହାତ ଧୋଇବା ଦ୍ୱାରା ବ୍ୟାକ୍ଟେରିଆ ମରିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.