ପୁଣି କନ୍ଦାଇବ ଜିଓ, ୧ ଜିବି ଡାଟା ପାଇଁ ନେଇପାରେ ୨୦ ଟଙ୍କା

ରିଲାଏନ୍ସ ଜିଓ ପୁଣି ଥରେ ନିଜ ଗ୍ରାହକଙ୍କୁ ବଡ ଝଟକା ଦେବା ପ୍ରସ୍ତୁତିରେ ଲାଗିପଡିଛି। ଜିଓ ସରକାରଙ୍କୁ ଏଭଳି ଏକ ଦାବି କରିଛି ଯାହା ଜିଓର ଗ୍ରାହକଙ୍କୁ କନ୍ଦାଇ ଦେବ। ଆପଣ ଯଦି ଜିଓର ଗ୍ରାହକ ତେବେ ଏହି ଖବରକୁ ନିଶ୍ଚୟ ପଢ଼ନ୍ତୁ।

ଜିଓ କରିଥିବା ଏହି ଦାବିକୁ ଯଦି ସରକାର ପୂରଣ କରନ୍ତି ତେବେ ଜିଓର ଗ୍ରାହକଙ୍କୁ ୧ ଜିବି ଡାଟା ପାଇଁ ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯଦିଓ ଏବେ ୧ ଜିବି ଡାଟା ପାଇଁ ଗ୍ରାହକଙ୍କୁ ୪-୬ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ତଥ୍ୟ।
ରିଲାଏନ୍ସ ଜିଓ ଟେଲିକମ୍‌ ଅଥରିଟୀ ଅଫ୍‌ ଇଣ୍ଡିଆ (ଟ୍ରାଇ)କୁ ଏହା ଦାବି କରିଛି ଯେ ଡାଟା ପାଇଁ ଫ୍ଲୋର ପ୍ରାଇସ୍‌ ପ୍ରସ୍ତୁତ କରାଯାଉ। ଫ୍ଲୋର ପ୍ରାଇସ୍‌ ପ୍ରସ୍ତୁତ ହେବା ପରେ କୌଣସି ଭି କମ୍ପାନୀ ସେହି ନିର୍ଦ୍ଧିଷ୍ଟ ଦାମରୁ ଅଧିକ ଦାମରେ ପ୍ଲାନ ଲଞ୍ଚ କରିପାରିବେ ନାହିଁ।

jio dataଜିଓ ଟ୍ରାଇକୁ ଏହା ଦାବି କରି କହିଛି ଯେ ପ୍ରତି ୧ ଜିବି ଡାଟାର ଫ୍ଲୋର ପ୍ରାଇସ ୧୫ ଟଙ୍କା ରଖାଯାଉ ଏବଂ ଆସନ୍ତା ୬ ରୁ ୯ ମାସ ମଧ୍ୟରେ ଏହାର ଦାମ ୧୫ ଟଙ୍କାରୁ ୨୦ ଟଙ୍କା କରାଯାଉ। ରିପୋର୍ଟ ଅନୁଯାୟୀ ଜିଓ ଟ୍ରାଇକୁ ଜଣାଇଛି ଯେ ଓ୍ଵୟାରଲେସ୍‌ ଡାଟାର ଦାମ ଗ୍ରାହକଙ୍କ ବ୍ୟବହାର ହିସାବରେ ନିଷ୍ପତ୍ତି ନିଆଯିବ। କିନ୍ତୁ ଜିଓ ଜଣାଇଛି ଯେ ଏବେ ଟାରିଫ୍‌ ପ୍ଲାନ ବଢ଼ାଇବାର କୌଣସି ଯୋଜନା ନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ଆର୍ଥିକ ସଂକଟ ଦେଇ ଗତି କରୁଥିବା ଟେଲିକମ୍‌ କମ୍ପାନୀ ଭୋଡାଫୋନ ଆଇଡିଆ ମଧ୍ୟ ଏପରି ଦାବି କରିଥିଲେ। ଭୋଡାଫୋନ ଆଇଡିଆ ଟ୍ରାଇକୁ ଜଣାଇଥିଲେ ଯେ ୧ଜିବି ମୋବାଇଲ ଡାଟାର ଦାମ୍‌ ୩୫ ଟଙ୍କା କରାଯାଉ, ଯାହା ଏବେର ଦାମ ଠାରୁ ପ୍ରାୟ ୭ ଗୁଣା ଅଧିକ ଅଟେ। କମ୍ପାନୀ ଡାଟା ସହିତ କଲିଂ ପାଇଁ ୬ ପଇସା ପ୍ରତି ମିନିଟ୍‌ ଦର ୧ ଏପ୍ରିଲ ଠାରୁ ଲାଗୁ କରିବାକୁ ଦାବି କରିଛି। ନିଜର ଏହି ଦାବିକୁ ନେଇ ଭୋଡାଫୋନ ଆଇଡିଆ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।

vodafone ideaଭୋଡାଫୋନ ଆଇଡିଆ ସରକାରଙ୍କୁ ଦେଇଥିବା ଏହି ଚିଠିରେ ଲେଖିଛନ୍ତି ଯେ କୌଣସି ବି ମୋବାଇଲ କନେକସନ୍‌ ପାଇଁ ପ୍ରତି ମାସ ଅତିକମରେ ୫୦ ଟଙ୍କା ଶୁଳ୍କ ନିଆଯାଉ ଏବଂ ୧ ଜିବି ଡାଟାର ଦାମ ୩୫ ଟଙ୍କା କରାଯାଉ। ଏବେ ଆପଣଙ୍କୁ ଜଣାଇ ରଖୁଛୁ ଯେ ବର୍ତ୍ତମାନ ୧ଜିବି ଡାଟା ପାଇଁ ୪ରୁ୫ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.