ଚା ଚୁସକି ସହିତ ନିଅନ୍ତୁ ଚଟପଟା ମଟର କଚୋଡିର ମଜା, ସ୍ୱାଦ ଏକଦମ୍‌ ଜବରଦସ୍ତ

ଥଣ୍ଡା ଥଣ୍ଡା ପାଗରେ କିଛି ଗରମ ମିଳିଗଲା ତାର ଟେଷ୍ଟ ପୂରା ଅଲଗା ପ୍ରକାର ହେଇଯାଏ। ସଂଧ୍ୟାରେ ଚାର ଚୁସିକି ସହ କଚୋଡି ପୂରା ମଜା ଆଣିଦେବ। ସେଥିପାଇଁ ଆଜି ଆମେ ଆଣିଛୁ ଚପପଟା ମଟର କଚୋଡି। ଯାହାକୁ ବନାଇବା ପୂରା ସହଜ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ମଟର
  • ୪ ରୁ ୫ଟି କଞ୍ଚା ଲଙ୍କା
  • ଏକ ଖଣ୍ଡ ଅଦା
  • ୫ ରୁ ୬ ଟି ରସୁଣ
  • ୧ କପ୍‌ ମଇଦା
  • ଅଧା ଛୋଟ ଚାମଚ ଜିରା
  • ୧ ଚିମୁଟାଏ ହେଙ୍ଗୁ
  • ଅଧା ଛୋଟ ଚାମଚ୍‌ ରାଶି
  • ଗୋଟେ ମିଡିୟମ୍‌ ସାଇଜର ପିଆଜ
  • ଅଧା ଛୋଟ ଚାମଚ୍‌ ହଳଦି ପାଉଡର
  • ଅଧା ଛୋଟ ଚାମଚ୍‌ ଧନିଆ ପାଉଡର
  • ଅଧା ଛୋଟ ଚାମଚ୍‌ ଗରମ ମସଲା
  • ଅଧା ଛୋଟ ଚାମଚ କଶ୍ମୀର ଲାଲ ଲଙ୍କା
  • ଅଧା ଛୋଟ ଚାମଚ ଆମଚୁର
  • କଟା ହୋଇଥିବା ଖୁଆ
  • ରାଶି

ପ୍ରସ୍ତୁତି ପ୍ରଣାଳୀ

  • ଏହାକୁ ବନାଇବା ପାଇଁ ମଟର, କଞ୍ଚା ଲଙ୍କା, ଅଦା, ରସୁଣକୁ ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ମିଶ୍ରଣକୁ ଅଲଗା କରି ରଖନ୍ତୁ।
  • ଏବେ ମଇଦା, ଜୁଆଣୀ, ଲୁଣ ଏବଂ ତେଲକୁ ମିଶାନ୍ତୁ ଏବଂ ଏକ ନରମ ଚିକ୍କଣ ଅଟା ଦଳନ୍ତୁ। ଅଟାକୁ କିଛି ସମୟ ପାଇଁ ଏକ କପଡାରେ ଘୋଡାଇ ରଖନ୍ତୁ।
  • ଏହାପରେ ଏକ ପ୍ୟାନରେ ଅଳ୍ପ ତେଲ, ଜିରା, ହେଙ୍ଗୁ, ରାଶି ଏବଂ ପିଆଜ ପକାନ୍ତୁ ଏବଂ କିଛି ସମୟ ଭାଜନ୍ତୁ।
  • ଯାହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ମଟରର ମିଶ୍ରଣକୁ ମିଶାନ୍ତୁ। ଏହାକୁ ଭଲଭାବେ ମିକ୍ସ କରି ଦୁଇ ରୁ ଚାରି ମିନିଟ୍‌ ପାଇଁ ଫ୍ରାଏ କରନ୍ତୁ।
  • ଏହାପରେ ହଳଦି, ଧନିଆ, ଗରମ ମସଲା, ଲୁଣ, କାଶ୍ମୀର ଲଙ୍କା, ଆମଚୁର ଏବଂ କଟା ହୋଇଥିବା ଖୁଆ ପକାନ୍ତୁ। ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ।
  • ଏବେ ମଇଦାର ଛୋଟ ଛୋଟ ଗୋଲା କରି ଏଥିରେ ମଟର ମିଶ୍ରଣ ଭରିଦିଅନ୍ତୁ।
  • ଏବେ ଏହାକୁ ବେଲିବା ପରେ ଗରମ ତେଲରେ ଛାଣି ଦିଅନ୍ତୁ। ମଟରର ଟେଷ୍ଟୀ କଚୋଡି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଗ୍ରୀନ୍‌ ଚଟଣୀ ସହିତ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.