ଭାରି ଟେଷ୍ଟୀ ପିଆଜ ସିଙ୍ଗଡା, ଫଟାପଟ ଏହି ସହଜ ଉପାୟରେ ବନାନ୍ତୁ

ଆବଶ୍ୟକ ସାମଗ୍ରୀ

  • ୧/୨ କପ୍‌ ଅଟା
  • ୧ କପ୍‌ ମଇଦା
  • ସାମାନ୍ୟ ଚିନି
  • ଲୁଣ ସ୍ୱାଦାନୁସାରେ
  • ତେଲ
  • ପାଣି
  • ଗୋଟେ ପିଆଜ
  • ୧/୨ କପ୍‌ ଚୁଡା
  • ୧ ଚାମଚ କାଶ୍ମିର ଲଙ୍କା ପାଉଡର
  • ୧/୪ ଚାମଚ ଆମଚୁର ପାଉଡର
  • ଗୋଟେ ଇଞ୍ଚ୍‌ ଅଦା
  • ୩ ଚାମଚ ଧନିଆ

ପିଆଜ ସିଙ୍ଗଡା କେମିତି ବନାଇବେ ଜାଣନ୍ତୁ

ଗୋଟେ ଗିନାରେ କଟା ପିଆଜ ନିଅନ୍ତୁ ସେଥିରେ ଚୁଡା ମିଶାଇ ଦିଅନ୍ତୁ। ଏଥିରେ ଲଙ୍କା ପାଉଡର, ଗରମ ମସଲା, ଆମଚୁର ପାଉଡରଏବଂ ଲୁଣ ମିଶାନ୍ତୁ। ଏହାଛଡା କାଟି ରଖିଥିବା ଅଦା ଏବଂ ଧନିଆ ପତ୍ର ମିଶାଇ ଦିଅନ୍ତୁ।

ଏବେ ଏକ ଗିନାରେ ମଇଦା ଏବଂ ଗହମ ଅଟା ସମାନ ମାତ୍ରାରେ ନିଅନ୍ତୁ ଏବଂ ଅଳ୍ପ ଚିନି ପକାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ଏବଂ ୨ ଚାମଚ ତେଲ ଲଗାଇ ଦିଅନ୍ତୁ। ସିଙ୍ଗଡାକୁ କୁରକୁରା ଏବଂ କ୍ରିସପି ବନାଇବାରେ ଏହା ସାହାଯ୍ୟ କରିଥାଏ। ଆବଶ୍ୟକ ଅନୁସାରେ ପାଣି ପକାନ୍ତୁ ଏବଂ ଅଟା ଲଗାନ୍ତୁ। ଏହାକୁ ଚିକ୍କଣ ଏବଂ ମୁଲାୟମ କରିଦିଅନ୍ତୁ। ଅଟା ଲଗାଇବା ପରେ ୩୦ ମିନିଟ୍‌ ପାଇଁ ଓଦା କପଡାରେ ଘୋଡାଇ ରଖିଦିଅନ୍ତୁ। ଏହାକୁ କିଛି ସମୟ ଏମିତି ରଖି ଗୋଲା ବନାଇ ଦିଅନ୍ତୁ ଏବଂ ପତଳା କରି ବେଲି ଦିଅନ୍ତୁ।

ଏବେ ଏହାକୁ ତିନିକୋଣିଆ ମୋଡି ଦେଇ ଏଥିରେ ପ୍ରସ୍ତୁତ କରି ରଖିଥିବା ମିଶ୍ରଣକୁ ଭରି ଷ୍ଟଫିଙ୍ଗ୍‌ କରନ୍ତୁ। ଏହାକୁ ଭରି ସବୁ ପାଖକୁ ଚାପି ଦିଅନ୍ତୁ। ଏବେ ମିଡିୟମ୍‌ ଫ୍ଲେମରେ ତେଲକୁ ଗରମ କରି ସିଙ୍ଗଡାକୁ ପକାଇ ଡିପ୍‌ ଫ୍ରାଏ କରନ୍ତୁ। ଦୁଇ ପାଖ ଭଲଭାବେ ଫ୍ରାଏ ହୋଇଗଲା ପରେ ପ୍ଲେଟକୁ କାଢ଼ି ଦିଅନ୍ତୁ। ଏବେ ଆପଣଙ୍କର ପିଆଜ ସିଙ୍ଗଡା ପ୍ରସ୍ତୁତ ହୋଇଯାଇଛି। ଏହାକୁ ଆପଣ ଚଟଣୀ କିମ୍ବା ସସ୍‌ ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.