Below header

ଜାଗର ଉପଲକ୍ଷେ ଘରେ ବନାନ୍ତୁ ଟେଷ୍ଟୀ ଖଜା, ମୁରମୁରିଆ ସ୍ୱାଦରେ ପାଟି ହୋଇଯିବ ପୂରା ମିଠା

ଫେଷ୍ଟିଭ୍‌ ସିଜନରେ ଆପଣଙ୍କୁ ନିହାତି ଭାବେ କିଛି ସ୍ପେଶାଲ ଖାଇବାକୁ ଇଚ୍ଛା ହୁଏ। ମିଠା ତ ସମସ୍ତଙ୍କୁ ପ୍ରିୟ। ତେଣୁ ମିଠା କଥା ଉଠିଲେ ଲିଷ୍ଟରେ ଖଜାକୁ ନିଶ୍ଚୟ ମନେପକାଯାଏ। ଖଜା ମିଠାର ସବୁଠାରୁ ଖାସ କଥା ହେଉଛି ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ମଇଦା – ୨୦୦ ଗ୍ରାମ
ବେକିଙ୍ଗ ପାଉଡର – ୧ ଛୋଟ ଚାମଚ
ଘିଅ – ୨ ଚାମଚ
ଅଳେଇଚ ପାଉଡର – ଅଧା ଚାମଚ୍‌
କ୍ଷୀର – ଅଧା କପ୍‌
ନଡିଆ – ୧ କପ୍‌
ଲୁଣ – ଚିମୁଟାଏ
ଘିଅ – ଛାଣିବା ପାଇଁ
ଚିନି – ୪ କପ୍‌
ପାଣି

ପ୍ରସ୍ତୁତି ପ୍ରଣାଳୀ

  • ପ୍ରଥମେ ଏକ ପାତ୍ରରେ ମଇଦା, ବେକିଙ୍ଗ ପାଉଡର, ଘିଅ ଏବଂ ପାଣି ପକାଇ ଭଲଭାବେ ଅଟା ଭଳି ଚକଟି ଦିଅନ୍ତୁ।
  • ଯେତେବେଳେ ଅଟା ଠିକ ଭାବେ ସେଟ୍‌ ହୋଇଯିବ ସେତେବେଳେ ଏହି ଚକଟାକୁ ଛୋଟ ଛୋଟ ଗୋଲା କରି ଖଜାର ଆକାର ଦିଅନ୍ତୁ।
  • ଏବେ ପ୍ୟାନରେ ଘିଅ ପକାଇ ଗରମ ହେବାକୁ ଦିଅନ୍ତୁ।
  • ଯେତେବେଳେ ଘିଅ ଗରମ ହୋଇଯିବ ସେତେବେଳେ ଘିଅକୁ ଗରମ କରି ଖଜାକୁ ପକାଇ ଛାଣି ଦିଅନ୍ତୁ।
  • ଏବେ ଏହାର ଚାସନୀ ବନାଇବା ପାଇଁ ପାଣି ଏବଂ ଚିନିକୁ ଗ୍ୟାସରେ ବସାଇ ଦିଅନ୍ତୁ।
  • ଯେତେବେଳେ ଏହା ଗୋଟେ ତାର ଭଳି ହୋଇଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  • ଏବେ ସିରାରେ ଛାଣି ରଖିଥିବା ଖଜାକୁ ପକାଇ ଦିଅନ୍ତୁ । ୫ ମିନିଟ ପରେ ଏହାକୁ ସିରାରୁ ବାହାର କରିଦିଅନ୍ତୁ।
  • ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଖଜା ରେସିପି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.