Below header

ଜାଗର ଯାତ୍ରା ହେଲା ଶେଷ ଯାତ୍ରା: ମହାବିନାୟକ ପୀଠକୁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ୍, ନବବିବାହିତା ମହିଳା ମୃତ

ଯାଜପୁର (କେନ୍ୟୁଜ): ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଯାଜପୁର ଜିଲ୍ଲା ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଦମ୍ପତି ଦୁର୍ଘଟଣାଗ୍ରସ୍ତ । ଯାହାଫଳରେ ଘଟଣାସ୍ଥଳରେ ହିଁ ନବବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଂଚଳର ନିରୋଦ ପଣ୍ଡା ଓ ତାଙ୍କ ପତ୍ନୀ ଯାଜ୍ଞଶ୍ୱନୀ ପଣ୍ଡା ବାଇକ ଯୋଗେ ଆଜି ଚଣ୍ଡିଖୋଲ ମହାବିନାୟକ ଦର୍ଶନ ନିମନ୍ତେ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ଜାରକା ନିକଟ ଭାଲୁଖାଇ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ହିଁ ଯାଜ୍ଞଶ୍ୱନୀଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତି କରିଥିବା ବେଳେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ପ୍ରାୟ ଏକ ମାସ ତଳେ ନିରୋଦ ଯାଜ୍ଞଶ୍ୱନୀଙ୍କୁ ବିବାହ କରିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.