ସନ୍ଧ୍ୟା ଟିଫିନ ପାଇଁ ଘରେ ବନାନ୍ତୁ “କଦଳୀ ଚକୋଲେଟ ଚିପ୍ସ ମଫିନ”, ପିଲାଙ୍କୁ ମଜା ଆସିଯିବ

ଆପଣ ନିଶ୍ଚିତ ରୂପେ ଦୋକାନ ବଜାରରେ ସ୍ୱାଦିଷ୍ଟ ମଫିନ ଖାଇଥିବେ ।  ଭେଜ ମଫିନ, ଚକୋଲେଟ ମଫିନ ଏମିତି କେତେ କଣ । କିନ୍ତୁ କେବେ କଦଳୀ ଫ୍ଲେଭରର ମଫିନ ତା ଭିତରେ ପୁଣି ଚକୋଲେଟ ଚିପ୍ସ ଥିବା ଚାଖିଛନ୍ତି କି ।  ଯଦି କେବେ ଖାଇନାହାନ୍ତି ତେବେ ଖୋଜି ଖୋଜି ଖାଆନ୍ତୁ ।  ଅଥବା ନିଜେ ଘରେ ନିଜେ ଥରେ ବନାନ୍ତୁ ।  ତେବେ ପ୍ରସ୍ତୁତ କରିବା ପାଇଁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବାବଦରେ ଲେଖିରଖନ୍ତୁ:

ଅଧ କପ ବଟର

ଗୋଟେ କପ ଗୁଣ୍ଡ ହୋଇଥିବା ଚିନି

୨ ଟି ବଡ ଅଣ୍ଡା

୩ ଟି କଦଳୀ- ପାଚି ଯାଇଥିବ

ଗୋଟେ ଚାମଚ ଭାନିଲା ଫ୍ଲେଭର

ଦେଢ଼ କପ ମଇଦା

ଗୋଟେ ଛୋଟ ଚାମଚ ବେକିଙ୍ଗ ସୋଡା଼

ଅଧା ଚାମଚ ଲୁଣ

ଗୋଟେ କପ ଚକୋଲେଟ ଚିପ୍ସ

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ଓଭାନକୁ ୩୫୦ ଡିଗ୍ରୀ ଫାରେନହିଟରେ ଗରମ କରନ୍ତୁ ।  ଏହାପରେ ପେପର ଦେଇ ମଫିନ ଟ୍ରେକୁ ବସାନ୍ତୁ ।

– ଏବେ ଏକ ମିକସିଙ୍ଗ ବାଉଲରେ ବଟର, ଚିନିକୁ ଭଲ ଭାବରେ ମିଶାନ୍ତୁ ।  ସେଥିରେ ଦୁଇଟି ଅଣ୍ଡା ଭାଙ୍ଗିକି ପକାନ୍ତୁ ।

– ଏବେ ସେଥିରେ କଦଳୀ ଚକଟା, ଭାନିଲା ଗୁଣ୍ଡକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ।

– ଏବେ ଆଉ ଏକ ପାତ୍ରରେ ଦେଢ଼ କପ ମଇଦା, ଗୋଟେ ଚାମଚ ବେକିଙ୍ଗ ସୋଢା,କିଛି ଲୁଣ ଦିଅନ୍ତୁ ।  ଏବେ ଶୁଖିଲା ମିକ୍ସ ସହିତ ଓଦା ମିକ୍ସକୁ ଏକାଠି କରି ଭଲ ଭାବରେ ମିଶାଇ ଦିଅନ୍ତୁ ।

– ଏବେ ସେଥିରେ ଚକୋଲେଟ ଚିପ୍ସ ଦିଅନ୍ତୁ ।  ଆଉ ଏହି ବାଟରକୁ ୧୨ଟି ଜାଗାରେ ସମାନ ପରିମାଣରେ ବାଣ୍ଟ କରି ଦିଅନ୍ତୁ ।  ଚାହିଁଲେ ଚିପ୍ସ ଗୁଡିକୁ ପକେଇ ପାରିବେ ।

– ଏବେ ୩୫୦ଡିଗ୍ରୀ ଫାରେନହିଟ ତାପମାତ୍ରାରେ ୨୫ ରୁ ୩୦ ମିନିଟ ପାଇଁ ବେକ କରିଦିଅନ୍ତୁ ।  ଉପର ପାଖ ସୁନେଲି ରଙ୍ଗ ହେବା ଯାଏଁ ସେକନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.