ଆଜି ସନ୍ଧ୍ୟା ଜଳଖିଆରେ କଣ ବନେଇବେ ଚିନ୍ତା କରୁଛନ୍ତି ନା, ତେବେ ଫଟାଫଟ ଜାଣି ରଖନ୍ତୁ “ବ୍ରେଡ ଉତ୍ତପମ”ର ପ୍ରସ୍ତୁତି ପ୍ରଣାଳୀ

ସକାଳ ଜଳଖିଆରେ କଣ ବନେଇବେ ସେନେଇ ସବୁ ଗୃହିଣୀଙ୍କର ଏକ ଚିନ୍ତା ଥାଏ । ଆଉ ସେପଟେ ସକାଳ ଜଳଖିଆ ଯଦି ସ୍ୱାଦିଷ୍ଟ ନହୁଏ ପରିବାର ଲୋକେ ବି ଅଶାନ୍ତି ହୋଇଯାନ୍ତି । ତେଣୁ ସକାଳ ସମୟରେ ଯେମିତି ସୁସ୍ୱାଦୁ ଜଳଖିଆ ହେବ ସେହି ଚେଷ୍ଟାରେ ପ୍ରାୟ ସବୁ ଗୃହିଣୀ ଥାନ୍ତି । ଆପଣଙ୍କ ସେହି ଚେଷ୍ଟାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସହଜ ଓ ସୁବିଧାରେ ପ୍ରସ୍ତୁତ ହୋଇ ପାରୁଥିବା ଜଳଖିଆ “ବ୍ରେଡ ଉତ୍ତପମ” ।

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:

– ବ୍ରେଡ ସ୍ଲାଇସ

– ଅଧା କପ ସୁଜି

– ୨  ଚାମଚ ଚାଉଳ ଗୁଣ୍ଡ

– ଅଧା କପ ଦହି

– ଲୁଣ ସ୍ୱାଦ ଅନୁସାରେ

– ସେକିବା ପାଇଁ କିଛି ତେଲ

– କିଛି କଟା ଯାଇଥିବା ପିଆଜ

bread

– ଗୋଟେ ଟମାଟୋ

– ୩ ଚାମଚ ଧନିଆ ପତ୍ର

– କିଛି ଭୃସଙ୍ଗ ପତ୍ର

– କଞ୍ଚା ଲଙ୍କା

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ବ୍ରେଡର କଡ ଗୁଡିକୁ କାଟି ନିଅନ୍ତୁ । ହାତରେ ଗୁଣ୍ଡ ଗୁଣ୍ଡ କରି ଦିଅନ୍ତୁ ।

– ଏକ ପାତ୍ରରେ ବ୍ରେଡ ଗୁଣ୍ଡ, ସୁଜି, ଚାଉଳ ଗୁଣ୍ଡ,ଦହି, ପାଣି, ଲୁଣ ଥୋଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ । 20 ମିନିଟ ପାଇଁ ଢାଙ୍କି ରଖି ଦିଅନ୍ତୁ ।

– ଏବେ ଏହି ମିଶ୍ରଣକୁ ଗ୍ରାଇଣ୍ଡରରେ ଦେଇ ଗ୍ରାଇଣ୍ଡ କରି ନିଅନ୍ତୁ । ଆବଶ୍ୟକତା ଅନୁସାରେ ପାଣି ଦେଇ ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ ।

– ଏବେ ଚୁଲାରେ ଏକ ନନ ଷ୍ଟିକ ପ୍ୟାନ ବସାନ୍ତୁ । ଗରମ ହେଲେ ତେଲ ଦେଇ ଦୋସା ଭଳି ଘୋଳ ଦେଇ ଦୋଶା ବନାନ୍ତୁ ।

– ଏବେ ତାହା ଉପରେ ଷ୍ଟପିଙ୍ଗ ସାମଗ୍ରୀ ଓ କଡରେ ତେଲ ଦିଅନ୍ତୁ ।

– ଦରକାର ପଡିଲେ ଲେଉଟାଇ ଦିଅନ୍ତୁ ।

– ଏବେ ନିଜ ପସନ୍ଦର ଚଟଣି ସହ ଗରମ ଗରମ ଉତ୍ତପମର ମଜା ନିଅନ୍ତୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.