ଶୋଇବା ସମୟରେ ପାଟିରୁ ଲାଳ ଗଡ଼ୁଥିଲେ ଜମା ଟେନ୍ସନ୍‌ ନିଅନ୍ତୁନି, ଆପଣାନ୍ତୁ ଏସବୁ ଉପାୟ

ଶରୀର ପାଇଁ ପାଣି ଯେତିକି ଆବଶ୍ୟକ, ନିଦ ମଧ୍ୟ ସେତିକି ଦରକାର। ନିଦ ନ ହେବା ରୋଗ ହେବାର ପୂର୍ବ ସଙ୍କେତ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ କମ୍‌ ସେ କମ୍‌ ୮ ଘଣ୍ଟା ଶୋଇବା ଜରୁରୀ। ତେବେ ଶୋଇବା ବେଳେ କିଛି ଲୋକ ଘୁଙ୍ଗୁଡ଼ି ମାରୁଥିବା ବେଳେ ଆଉ କିଛିଙ୍କ ପାଟିରୁ ଲାଲ ଗଡ଼େ। ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ଦେଖାଯାଉଛି ତେବେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ଏହା କୌଣସି ଗମ୍ଭୀର ରୋଗର ସଙ୍କେତ ହୋଇଥାଇପାରେ। ତେବେ ଆସନ୍ତୁ ଜାଣିବା ପାଟିରୁ ଲାଳ ଗଡ଼ୁଥିଲେ ଘରୋଇ ଉପାୟରେ କେମିତି କରିବେ ଏହାର ଉପଚାର…

ଲାଳ ଗଡ଼ିବାର ମୁଖ୍ୟ କାରଣ ହେଉଛି ନାକ ବନ୍ଦ ହେବା। ନାକ ବନ୍ଦ ହେବା ଯୋଗୁ ବ୍ୟକ୍ତି ପାଟି ପଟେ ନିଃଶ୍ୱାସ ନେଇଥାନ୍ତି। ଫଳରେ ଲାଳ ବହେ।

ଏଥିରୁ ମୁକ୍ତି ପାଇବା ପାଇଁ ଗରମ ପାଣିରେ ସ୍ନାନ କରନ୍ତୁ। ଏଥିସହ ଭିକ୍ସ ମଧ୍ୟ ବ୍ୟବହାର କରିପାରିବେ।

ପେଟେଇକି ଶୁଅନ୍ତୁ ନାହିଁ। ପେଟେଇକି ଶୋଇବା ଫଳରେ ପାଟିର ଲାଳ ବାହାରକୁ ଆସିପାରେ। ଏଣୁ ଚିତ୍‌ ହୋଇ ଶୁଅନ୍ତୁ। ଏହା ଦ୍ୱାରା ଲାଳ ପାଟି ଭିତରେ ହିଁ ରହିବ।

ଲାଲ ବୋହିବା ସମସ୍ୟାରୁ ମୁକ୍ତି ପାଇବାକୁ ଶୋଇବା ବେଳେ ମୁଣ୍ଡକୁ ଉଚ୍ଚ ତକିଆରେ ରଖନ୍ତୁ। ଏଥିପାଇଁ ମୋଟା ଓ ମୁଲାୟମ ତକିଆରେ ଶୁଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.