Below header

କରୋନା ସମୟରେ ଘରର ବୟସ୍କ ମାନଙ୍କ ଯତ୍ନ କେମିତି ନେବେ ଜାଣନ୍ତୁ

ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦେଶର ପରିସ୍ଥିତି ଏବେ ଭୟଙ୍କର ଆଡକୁ ମୁହାଇଁଲାଣି । ପ୍ରତିଦିନ ଗଡୁଛି ହଜାର ହଜାର ମୁଣ୍ଡ । ହାରାହାରି ଦେଖିଲେ ଭାରତର କେତୋଟି ରାଜ୍ୟରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଅନେକ ରାଜ୍ୟ ଲକଡାଉନ ଘୋଷଣା କଲେଣି । ଏମିତିରେ ତ କରୋନା ପରି ଏକ ମାରାତ୍ମକ ଭାଇରସ ବୟସ ମାନୁନାହିଁ । ପିଲାଠୁ ବୁଢା ସମସ୍ତଙ୍କୁ ଆକ୍ରାନ୍ତ କରୁଛି । କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟଙ୍କ ଅନୁଯାୟୀ ଏପରି ଏକ ଜଟିଳ ସମୟରେ ଘରର ବୟସ୍କ ଓ ଛୋଟ ଶିଶୁଙ୍କର ଯତ୍ନ ନେବା ନିହାତି ଜରୁରୀ । କିଛି ଲୋକ ଏପ୍ରତି ସେତେଟା ସଜାଗ ନଥାନ୍ତି । ଅନେକେ ତ କେମିତି ଯତ୍ନ ନିଆଯିବ ସେ ନେଇ ଦ୍ୱନ୍ଦ୍ୱରେ ଥାନ୍ତି । ତେବେ ଆସନ୍ତୁ ଆଜି ଘରର ବୟସ୍କ ମାନଙ୍କ କେମିତି ଯତ୍ନ ନିଆଯିବ ସେ ବିଷୟରେ ଜାଣିବା ।

୧. ଆପଣଙ୍କ ଘରେ ଯଦି କେହି ବୟସ୍କ ଅଛନ୍ତି ଆଉ ସେ ଅଧିକାଂଶ ସମୟ ଅସୁସ୍ଥ ରହୁଛନ୍ତି ତେବେ ଘରର ଅନ୍ୟ ସଦସ୍ୟ ମାନେ ଯତ୍ନବାନ ହେବା ନିହାତି ଜରୁରୀ । ଖାଇବା ପୂର୍ବରୁ, ବାହାରୁ ଆସିଲେ କିମ୍ବା ଅନ୍ୟ କାହା ସହ ମିଶାମିଶି କରିଥିଲେ ସେମାନେ ଯେମିତି ୨୦ ସେକେଣ୍ଡ ପାଇଁ ନିଜ ହାତ ଧୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

corona outbreak

୨. ସେମାନେ ନିଜ ନାକ, ପାଟି ଆଦିକୁ ଛୁଇଁବା ପରେ ନିଜ ନିଜ ହାତକୁ ସାନିଟାଇଜ କରିଛନ୍ତିକି ନାହିଁ ସତର୍କ ରୁହନ୍ତୁ ।

୩. ସେମାନେ ଯେମିତି କୌଣସି ଅସୁସ୍ଥ ଲୋକଙ୍କ ସଂସ୍ପର୍ଶରେ ନ ଆସନ୍ତି ସେହି ଦିଗ ପ୍ରତି ସଜାଗ ରୁହନ୍ତୁ ।

୪. ପ୍ରାୟ ସମୟରେ ବ୍ୟବହାର କରୁଥିବା ବା ଛୁଉଁଥିବା ବସ୍ତୁ ଗୁଡିକୁ ସାନିଟାଈଜ କରାଇନେବା ଉଚିତ ।

୫. ଅତି ଜରୁରୀ ନଥିଲେ କୌଣସି ପ୍ରକାର ଯାତ୍ରା କରିବାକୁ ସେମାନଙ୍କୁ ବାରଣ କରନ୍ତୁ ।

corona outbreak

୬. ଯଦି ଆପଣ ରହୁଥିବା ସ୍ଥାନରେ ସଂକ୍ରମଣ ଅଧିକ ରହିଛି ତେବେ ନିଜ ନିଜ ମଧ୍ୟରେ ଅତି କମରେ ୨ ଫୁଟର ଦୂରତା ରଖନ୍ତୁ । ବୟସ୍କ ମାନେ ଏହି ନିୟମ ପାଳନ କରୁଛନ୍ତିକି ନାହିଁ ସେପ୍ରତି ଧ୍ୟାନ ଦିଅନ୍ତୁ ।

୭. ସେମାନଙ୍କୁ ଘରେ ଦିନକୁ ଦୁଇ ଥର ବାମ୍ଫ ଦିଅନ୍ତୁ, ସୋରିଷ ତେଲରେ ସେମାନଙ୍କ ଶରୀରର ମାଲିସ କରନ୍ତୁ ଓ ନାକରେ ସୋରିଷ ତେଲ ଶୁଙ୍ଘାନ୍ତୁ | ଦିନକୁ ଦୁଇ ଥର ଆୟୁର୍ବେଦିକ କାଢା ପିଇବାକୁ ଦିଅନ୍ତୁ ।

୮. ଆଉ ସବୁଠୁ ଜରୁରୀ ହେଉଛି ଯଦି ଅତି ଦରକାର ନପଡିଛି ତେବେ ସେମାନଙ୍କୁ ଏହି ସମୟରେ ଡାକ୍ତରଖାନାକୁ ନିଅନ୍ତୁ ନାହିଁ । ଅନାବଶ୍ୟକ ଆପଏଣ୍ଟମେଣ୍ଟ ଗୁଡିକୁ ବି କ୍ୟାନସେଲ କରିଦିଅନ୍ତୁ ।

୯. ଯଦି ଆପଣଙ୍କ ଠାରେ କୋଭିଡର କୌଣସି ବି ଲକ୍ଷଣ ଦେଖାଦେଉଥାଏ ନିଜକୁ ଆଇସୋଲେଟ କରିରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.