ବିନା ସୂଚନା ଫଳକରେ ଟୀକା କରଣ ବନ୍ଦ ନିଷ୍ପତିକୁ ବିରୋଧ, ଧାରଣା ଦେଲେ ଶତାଧିକ ଲୋକେ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବାଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଟୀକା କେନ୍ଦ୍ର ସମ୍ମୁଖରେ ଆଜି ସକାଳେ ଶହ ଶହ ୪୫ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଲୋକମାନେ ଧାରଣାରେ ବସିଥିବାର ଦେଖାଯାଇଥିଲା । ଟୀକାକରଣ ବୃଦ୍ଧିକୁ ପରିଲିକ୍ଷିତ କରି ଗତକାଲି ଉକ୍ତ ବିଦ୍ୟାଳୟକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଟୀକାକରଣ କେନ୍ଦ୍ର ଘୋଷଣା କରାଯାଇଥିଲା । ତେବେ ଗତକାଲି ଟୀକାକାରଣ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ସୁରୁଖୁରୁରେ ସମାପନ ହୋଇଥିଲା । କିନ୍ତୁ ଦିନକ ପରେ ଆଜି ସବୁ ଓଲଟ ପାଲଟ । ଯେଉଁଥି ପାଇଁ ବୟସ୍କ ଲୋକ ହଟହଟା ହୋଇଛନ୍ତି ।

ସୂଚନା ଅନୁଯାୟୀ, ବହୁ ଦୂର ଦୁରାନ୍ତରୁ ଆସିଥିବା ଲୋକମାନେ ଏଥିରେ ଉତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଥିଲେ । ଲୋକଙ୍କ ଅଭିଯୋଗ ଟୀକା ଯଦି ନାହିଁ ତାହାଲେ କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ କାହିଁ ମରାଯାଇନାହିଁ । କି ପୂର୍ବରୁ ପ୍ରଚାର ପ୍ରସାର କଣ ପାଇଁ କରାଯାଇନାହିଁ । କଣ ପାଇଁ ଶତାଧିକ ଲୋକ ରାତି ୨ରୁ ଅପେକ୍ଷା କରିକି ଫେରିକି ଯିବେ? ବହୁ ସମୟ ଧରି ଧାରଣରେ ଜନସାଧାରଣମାନେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଯାହାଫଳରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।  ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟୀକା ନାହିଁ ବୋଲି ସୂଚନା ଫଳକ ଫାଟକରେ ମରାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.