କରୋନା ଲଢେଇରେ ସହାୟତାର ହାତ ବଢାଇଲେ ହ୍ରିତିକ, ଦାନ କଲେ ୧୫ ହଜାର ଡଲାର

କରୋନା ଯୋଗୁଁ ସଙ୍କଟ ମଧ୍ୟରେ ଗତି କରୁଛି ସମଗ୍ର ଦେଶ। ଏଭଳି ପରିସ୍ଥିତିରେ ସରକାରଙ୍କ ଦ୍ବାରା ଯେତେ ସମ୍ଭବ ସେତେ ସାହାଯ୍ଯ କରାଯାଉଛି। ସେହିଭଳି ଏହି ମହାମାରୀ ବିରୋଧରେ ଅନେକ ସେଲିବ୍ରିଟି ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏବେ ଏହି ତାଲିକାରେ ଅଭିନେତା ହ୍ରିତିକ ରୋଶନ ମଧ୍ୟ କରୋନା ପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସେ ଏଥିପାଇଁ ୧୫,୦୦୦ ଡଲାର ଅର୍ଥାତ୍ ପ୍ରାୟ ୧୧.୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଜୟ ଶେଟ୍ଟୀଙ୍କ ଦ୍ୱାରା ଭାରତକୁ ସାହାଯ୍ୟ କରିବା ଚାଲିଥିବା ଅଭିଯାନ International Author and Podcaster ପାଇଁ ହ୍ରିତିକ୍ ଏହି ଟଙ୍କା ଦେଇଛନ୍ତି। ଜୟ ଶେଟ୍ଟୀ Help India Breathe ନାମକ ଏକ ପାଣ୍ଠି ସଂଗ୍ରହ କରିଛନ୍ତି। ଯାହାର ଲକ୍ଷ୍ୟ ହେଉଛି କରୋନା ଯୁଦ୍ଧରେ ଭାରତ ପାଇଁ ଏକ ମିଲିୟନ ଡଲାର ସଂଗ୍ରହ କରିବା। ତେବେ ହଲିଉଡରେ ପ୍ରିୟଙ୍କା ଚୋପ୍ରା, ୱିଲ୍ ସ୍ମିଥ୍, ସନ୍ ମେଣ୍ଡେସ୍, ଜୟ ଶେଟ୍ଟି, ଏଲେନ୍ ଡିଜେନେରେସ୍, କମିଲା କାବେୟୋ ଏବଂ ଅନ୍ୟମାନେ ସାହାଯ୍ୟ ପାଇଁ ପାଣ୍ଠି ଆରମ୍ଭ କରିଛନ୍ତି।

 

View this post on Instagram

 

A post shared by Jay Shetty (@jayshetty)

ଏହା ବିଷୟରେ ଜୟ ଶେଟ୍ଟୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସେୟାର କରିଛନ୍ତି। ଏହି ସଙ୍କଟ ସମୟରେ ବଲିଉଡ ଷ୍ଟାର ନିଜ ନିଜ ଉପାୟରେ ସାହାଯ୍ଯ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.