ଯଶିପୁର ସେବା ସମବାୟ ସମିିତିରେ ଦୁର୍ନିତି ଅଭିଯୋଗ: ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଇ କରାଯାଇଛି ହଡପ !

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଥିବା ଯଶିପୁର ସେବା ସମବାୟ ସମିିତିରେ ଦୁର୍ନିତି ଅଭିଯୋଗ । ମଲା ଲୋକଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ, ଯଶିପୁର ପଂଚାୟତର ବଳସାହି ଗାଁର ଦିନବନ୍ଧୁ ସାହୁଙ୍କର ୨୦୦୯ ମସିହାରେ ମୃତ୍ୟୁ ବରଣ କରିଥିଲେ । ହେଲେ ୨୦୧୮ ମସିହାରେ ମୃତ ଦୀନବନ୍ଧୁଙ୍କର ଦସ୍ତଖତ ଥାଇ ୬୦ହଜାର ଟଙ୍କା ଯଶିପୁର ସେବା ସମବାୟ ସମିିତିରୁ ଉଠାଣ କରାଯାଇଥିବା ମୃତ ଦିନବନ୍ଧୁଙ୍କର ପୁଅ ବିନୋଦ ସାହୁ ଅଭିଯୋଗ କରିଛନ୍ତି ।

ଜାଲ ଦସ୍ତଖତ କରି ସେବା ସମବାୟ ସମିତିର ସମ୍ପାଦକ ଏହି ଟଙ୍କା ଉଠାଇ ହଡପ କରିଥିବା ଅଭିଯୋଗ କରିଛନ୍ତି ବିନୋଦ ସାହୁ । ମୃତ ଦିନବନ୍ଧୁ ସାହୁଙ୍କ ପୁଅ ବିନୋଦ ସାହୁ ତାଙ୍କର ଜମି ବିକ୍ରି କରିବା ପାଇଁ ସବରେଜଷ୍ଟ୍ରି ଅଫିସରୁ ଇସି କାଢିବାରୁ ତାଙ୍କ ବାପାଙ୍କ ନାରେ ୬୦ହଜାର ଟଙ୍କା ଲୋନ ଥିବା ଜାଣିବାକୁ ପାଇଥିଲ । ତେବେ ମୃତ୍ଯୁର ୯ବର୍ଷ ପରେ କିପରି ଜଣେ ମୃତ ବ୍ୟକ୍ତି ସୋସୋଇଟରେ ଜମି ବନ୍ଧକ ରଖିବା ସହ ଦସ୍ତଖତ କରି ଟଙ୍କା ନେଲେ ତାହା ଏବେ ପ୍ରଶ୍ନବାଚୀ ।

ତେବେ ଏ ବାବଦରେ ବିନୋଦ ସାହୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଲିଖିତ ଅଭିଯୋଗ କରିଛନ୍ତି ଉପରିସ୍ଥ ଅଧିକାରୀଙ୍କ ପାଖରେ । ଅନ୍ୟପଟେ ଏ ଗୋଟିଏ ଘଟଣା ନୁହେଁ ଏହି ସମବାୟ ସମିତିରେ ଧାନ କିଣା ଠାରୁ ଆରମ୍ଭ କରି ଋଣ ପ୍ରଦାନ ଯାଏଁ ବହୁ ଘୋଟାଲ କରାଯାଉଛି । ତେଣୁ ଜିଲ୍ଲାପାଳ ତଦନ୍ତ କରି ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଲୋକ ମଧ୍ୟ ଦାବି କରିଛନ୍ତି । ଅନ୍ୟପଟେ ଯଶିପୁର ସୋସାଇଟ ସମ୍ପାଦକ କହିଛନ୍ତି ମୃତ ଦିନବନ୍ଧୁ ସାହୁଙ୍କ ନାଁରେ କିଛି ଲୋନ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.