ସାବଧାନ ! ଏପରି ବ୍ୟବହାର କରୁଛନ୍ତି କି ସାନିଟାଇଜର, ଭୋଗିପାରନ୍ତି ଏହି ସମସ୍ୟା

କରୋନା ମହାମାରୀ କାରଣରୁ ସାନିଟାଇଜର ଆମ ଜୀବନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ସାନିଟାଇଜର ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବ। ଏହା ଭାଇରସ୍ ଏବଂ ବ୍ୟାକ୍ଟେରିଆକୁ ବ୍ୟାପିବାରୁ ଅଟାକାଇବ। WHO ଏବଂ CDS ଜଣାଇଛନ୍ତି ଯେ ସାବୁନରେ ହାତ ଧୋଇବା ବ୍ୟତୀତ ୬୦ ପ୍ରତିଶତ ଆଲକହଲଯୁକ୍ତ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଉଚିତ। କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜରର ବ୍ୟବହାର ବହୁତ ମାତ୍ରାରେ କରାଯାଉଛି। କିନ୍ତୁ କଣ ଆପଣ ଜାଣିଛନ୍ତି ସାନିଟାଇଜର ବ୍ୟବହାର କରିବାର ସଠିତ ତରିକା? ତେବେ ଏଠାରେ ଜାଣନ୍ତୁ। ଯଦି ଠିକ ଭାବରେ ସାନିଟାଇଜର ବ୍ୟବହାର ନକରୁଛନ୍ତି ତାହେଲେ ଏହା କ୍ଷତି ମଧ୍ୟ ପହଁଚାଇପାରେ।

sanitizer

  1. ସାନିଟାଇଜର ହାତରେ ଲଗାଇବା ପରେ ସେତେ ପର‌୍ୟ୍ୟନ୍ତ ଘଷନ୍ତୁ ଯେତେ ପର‌୍ୟ୍ୟନ୍ତ ଏହା ନ ସୁଖିଛି।
  2. ଆଲକୋହଲଯୁକ୍ତ ସାନିଟାଇଜରକୁ ଆଖି ଠାରୁ ଦୂରେଇ ରଖନ୍ତୁ।
  3. ଛୋଟ ପିଲା ଯେତେବେଳେ ସାନିଟାଇଜର ବ୍ୟବହାର କରୁଥିବେ ସେତେବେଳେ ତାଙ୍କ ଉପରେ ନଜର ରଖନ୍ତୁ।
  4. ସାନିଟାଇଜରକୁ ସୁଖିବା ପୂର୍ବରୁ ତାକୁ ପୋଛନ୍ତୁ ନାହିଁ ନଚେତ କୀଟାଣୁ ବିରୁଦ୍ଧରେ କାମ କରିବନାହିଁ।
  5. ଆଲକୋହଲଯୁକ୍ତ ସାନିଟାଇଜର ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ ରଖନ୍ତୁନାହିଁ।
  6. ସାନିଟାଇଜରକୁ ଭୁଲରେ ବି ପାଟିରେ ଭରନ୍ତୁନାହିଁ। ଏହା ବିଷାକ୍ତ ସାଜିପାରେ।
  7. ଗରମରେ ସାନିଟାଇଜକୁ କାରରେ ଛାଡନ୍ତୁନାହିଁ।
  8. ସାନିଟାଇଜରରେ ଅତିକମରେ ୬୦ ପ୍ରତିଶତ ଆଲକୋହଲ ରହିବା ଆବଶ୍ୟକ।
  9. ସାନିଟାଇଜର ଶିଶି କିମ୍ବା ଡବାରେ ଲେଖାଯାଇଥିବା ନିର୍ଦ୍ଦେଶର ପାଳନ କରନ୍ତୁ।
  10. ସାନିଟାଇଜରକୁ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ।
  11. ସଫା ପାଣିରେ ହାତ ଧୋଇବା ପରେ ଆଉ ସାନିଟାଇଜରର ବ୍ୟବହାର କରନ୍ତୁନାହିଁ।
  12. ଯେତିକି ଦରକାର ସେତିକି ସାନିଟାଇଜର ବ୍ୟବହାର କରନ୍ତୁ।
  13. ଚେଷ୍ଟା କରନ୍ତୁ ପାଣି କିମ୍ବା ସାବୁନର ବ୍ୟବହାର ଅଧିକ କରିବା।
  14. ସାନିଟାଇଜରର ପରିମାଣକୁ ବି ଧ୍ୟାନ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.