ମାସ୍କ ଚେକିଂ ବେଳେ ଅମାନିଆଙ୍କ ଉତ୍ତେଜନା: ଫାଇନ୍ ଦେବେ କଣ ଓଲଟି ପୋଲିସକୁ ନାଲି ଆଖି

ବାଲେଶ୍ୱର:  ଆଜିକାଲି ଯାହା ପରିସ୍ଥିତି ଚାଲିଛି ସଭିଁଏ ଚିନ୍ତାରେ। ତା ଉପରେ ହେଲ୍‌ମେଟ୍‌ ଓ ମାସ୍କ ଚେକିଂରେ ଫାଇନ୍ ଗଣି ଗଣି ଲୋକେ ନାକେଦମ। ତଥାପି ବୁଝୁବାର ନା ନଉନାହାନ୍ତି। ବାରମ୍ବାର କରିଚାଲିଛନ୍ତି କଟକଣାକୁ ବେଖାତିର୍।

ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର । ଆଉ ଏଠି ହେଲ୍‌ମେଟ୍‌ ଓ ମାସ୍କ ଚେକିଂ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା। ଖବର ମୁତାବକ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ମାସ୍କ ଚେକିଂ ବେଳେ କିଛି ଅମାନିଆ ପୋଲିସକୁ ଠେଲାପେଲା କରିଥିବା ଘଟଣା ଦେଖିବାକୁ ମିଳିଥିଲା। ବାଲେଶ୍ୱର ଅଞ୍ଚଳର କିଛି ଯୁବକ ନୀଳଗିରି କଚେରୀ ବଜାରରେ ଏକ ଟ୍ରାଭେରା ଗାଡ଼ି ଭିତରେ ବସିଥିଲେ। ସେହି ସମୟରେ ନୀଳଗିରି ଥାନା ଅଧିକାରୀ ଓ କିଛି କର୍ମଚାରୀ ସେମାନଙ୍କୁ ମାସ୍କ ନଲଗାଇବା ଦର୍ଶାଇ ଫାଇନ୍‌ କାଟିଥିଲେ । ଯାହାପରେ ଯୁବକମାନଙ୍କୁ ପାରା ପୁରା ହାଏ।

ଫାଇନ ଦେବେ କଣ ଓଲଟା ବାଇକ୍‌ରେ ବିନା ହେଲ୍‌ମେଟ୍‌ରେ ପୋଲିସ କିପରି ବୁଲୁଛନ୍ତି ବୋଲି ଯୁବକମାନେ ଯୁକ୍ତି କରିଥିଲେ। ଏହାସହ ଫାଇନ୍‌ ଦେବେ ନାହିଁ ବୋଲି କହିଥିଲେ। ଏହି ସମୟରେ ଜଣେ ପୋଲିସ ଭିଡିଓ ଉତ୍ତୋଳନ କରୁଥିବା ସମୟରେ ଆରମ୍ଭ ହୋଇଥିଲା ଠେଲାପେଲା। ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲା। ତେବେ ସେହି ସମୟରେ ପୋଲିସ ସେମାନଙ୍କ ଉପରେ କୌଣସି କଠୋର କାର୍ଯ୍ଯାନୁଷ୍ଠାନ ନନେଇ ଛାଡି ଦେଇଥିବାବେଳେ, ପରେ ୮ଜଣ ଯୁବକଙ୍କୁ ଥାନାକୁ ଡକାଇ ଅଟକ ରଖିଥିବା ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.