ଆସନ୍ତାକାଲି ରିଲିଜ୍ ହେବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ:ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ର ଟାଇଟଲ ଟ୍ରାକ୍ ‘ରାଧେ’

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ:ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ ର ଟାଇଟଲ ଟ୍ରାକ୍ ‘ରାଧେ’ ଆସନ୍ତାକାଲି ଅର୍ଥାତ୍ ମେ ୫ରେ ରିଲିଜ ହେବ। ଏନେଇ ନିଜେ ସଲମାନ ଖାନ୍ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ସୂଚନା ଦେଇଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ସଲମାନ ଖାନ୍ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟରୁ ଫିଲ୍ମର ଟାଇଟଲ ଟ୍ରାକ୍ ବିଷୟରେ ସେୟାର କରି ଲେଖିଛନ୍ତି- କାଲି ଆସିବ ବହୁ ପ୍ରତୀକ୍ଷିତ ରାଧେର ଟାଇଟଲ ଟ୍ରାକ୍। ସଲମାନଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଫ୍ୟାନମାନେ ଫାୟାର ଓ ହଟ୍ ଇମୋଜି ଦେଇ ପୋଷ୍ଟରେ କମେଣ୍ଟ କରୁଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

ଫିଲ୍ମର ଏହି ନୂଆ ପୋଷ୍ଟରରେ ସଲମାନ ଖାନ୍ ବ୍ଲାକ କଲରର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ଦିଆଯାଇଥିବା ସୂଚନା ମୁତାବକ, ରାଧେର ଟାଇଟଲ ଟ୍ରାକରେ ସାଜିଦ ୱାଜିଦ ମ୍ୟୁଜିକ ଦେଇଛନ୍ତି। ସାଜିଦଙ୍କ ଦ୍ଵାରା ଲେଖାଯାଇଥିବା ଏହି ଗୀତରେ ମଧ୍ୟ ସେ ନିଜେ ସ୍ୱର ସଂଯୋଜନା କରିଛନ୍ତି। ମୁଦସ୍ତର ଖାନ୍ ଏହି ଗୀତରେ କୋରିଓଗ୍ରାଫ କରିଛନ୍ତି।

 

View this post on Instagram

 

A post shared by Salman Khan (@beingsalmankhan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.