ଘରେ ରଖନ୍ତୁ ଫେଙ୍ଗ୍‌ସୁଇ ଓଟ, ଜୀବନରେ କେବେ ବି ଆସିବନି ଏହିସବୁ ସମସ୍ୟା

ଯଦି ଆପଣ କୌଣସି ଖରାପ ସମୟ ଦେଇ ଗତି କରୁଛନ୍ତି ତେବେ ଘରେ ଫେଙ୍ଗ୍‌ସୁଇ ଓଟର ସ୍ଥାପନା କରନ୍ତୁ। ସମସ୍ତ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରିବ। ଅନ୍ୟ କେତେକ ସମସ୍ୟା ଦୂର କରିବାରେ ମଧ୍ୟ ଫେଙ୍ଗ୍‌ସୁଇ ଓଟ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ଫେଙ୍ଗ୍‌ସୁଇ ଓଟର ଉପଯୋଗ ଏବଂ ବିଶେଷତ୍ୱ:
-ଓଟ ହିଁ ଏକମାତ୍ର ଜୀବ ଯିଏ ପ୍ରତିକୂଳ ପରିସ୍ଥିତିରେ ବଞ୍ଚିବା କୌଶଳ ଜାଣେ। ମରୁଭୂମିରେ ଦିନ ଦିନ ଧରି ବିନା ଖାଦ୍ୟ ପାନୀୟରେ ଓଟ ବଞ୍ଚିରହିପାରେ। ତେଣୁ ଓଟକୁ ସବୁଠାରୁ ସହନଶୀଳ ପ୍ରାଣୀ କୁହାଯାଏ। ଓଟଠାରେ ଥିବା ସମସ୍ତ ଗୁଣ ଫେଙ୍ଗ୍‌ସୁଇ ଓଟରେ ମଧ୍ୟ ପ୍ରତୀତ ହୋଇଥାଏ।
-ଘରେ ଫେଙ୍ଗ୍‌ସୁଇ ଓଟ ରଖିବା ଦ୍ୱାରା ଜୀବନରେ କୌଣସି ପ୍ରତିକୂଳ ପରିସ୍ଥିତି ଆସିନଥାଏ।

-ଘରର ସଦସ୍ୟ ବାରମ୍ବାର ରୋଗରେ ପଡ଼ୁଥିଲେ ବା ଦୁର୍ଘଟଣା ହେବାର ଆଶଙ୍କା ଥିଲେ, ଏହି ଓଟ ସେ ସବୁକୁ ଦୂର କରିବାରେ ସହାୟକ ହୋଇଥାଏ।
-ଆର୍ଥିକ ସମସ୍ୟା କିମ୍ବା ବେପାରରେ ମାନ୍ଦାବସ୍ଥା ଚାଲିଥିଲେ ଏଥିରୁ ଉଦ୍ଧାର ପାଇବାରେ ମଧ୍ୟ ଫେଙ୍ଗ୍‌ସୁଇ ଓଟ ସାହାଯ୍ୟ କରେ। ଆର୍ଥିକ ଉନ୍ନତି ଚାହୁଁଥିଲେ ଘରର ଉତ୍ତର-ପଶ୍ଚିମ କୋଣରେ ଫେଙ୍ଗ୍‌ସୁଇ ଓଟର ସ୍ଥାପନା କରନ୍ତୁ।

-ବିଶେଷଜ୍ଞଙ୍କ କହିବାନୁସାରେ, ନିବେଶକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ କିମ୍ବା ଅଧିକ ଲାଭ ଆଶା କରୁଥିଲେ ଯୋଡ଼ା ଓଟ ଘରେ ରଖିବା ଉଚିତ୍‌।
-ଯଦି ଆପଣଙ୍କ ଟଙ୍କା କେଉଁଠି ଫସି ରହିଛି ବା ଠିକ୍‌ ସମୟରେ ଆପଣ ନିଜ ଟଙ୍କା ପାଉନାହାନ୍ତି ତେବେ ଘରେ ଦୁଇଟି କୁଜ ଥିବା ଓଟ ସ୍ଥାପନା କରନ୍ତୁ। ତୁରନ୍ତ ସମସ୍ୟା ଦୂର ହେବ।

ଏହାସହ ପଢନ୍ତୁ: ପୂର୍ବଜନ୍ମର ଉତ୍ତମ କର୍ମରୁ ଧନବାନ ହୋଇଥାନ୍ତି ଏଭଳି ହସ୍ତରେଖା ଥିବା ବ୍ୟକ୍ତି

-କେବଳ ନୁହେଁ ଅଫିସ୍‌ରେ ମଧ୍ୟ ଆର୍ଥିକ ଉନ୍ନତି ପାଇଁ ଆପଣ ଏହାକୁ ରଖିପାରିବେ। ତେବେ ଘରେ ହେଉ ବା ଅଫିସ୍‌ରେ ସବୁବେଳେ ଉତ୍ତର-ପଶ୍ଚିମ ଦିଗରେ ଫେଙ୍ଗସୁଇ ଓଟ ରଖିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.