ଜାଣନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା କିଏ ଏହି ବାଳକ, ଯିଏ ମୋଦି ଏବଂ ଟ୍ରମ୍ପଙ୍କ ସହିତ ନେଇଥିଲେ ସେଲ୍ଫି

ଯଦି ଆପଣଙ୍କୁ ବିଶ୍ବରର ଦୁଇ ଜଣ ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ସେଲ୍ଫି ନେବାର ସୁଯୋଗ ମିଳିବ ତେବେ ଆପଣ କଣ କରିବେ? ତାହା ପୁଣି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଥିବେ ତେବେ ଏହା ଅସମ୍ଭବ କହିଲେ ଭୁଲ୍ ହେବନାହିଁ । ଏକଥାକୁ ସମ୍ଭବ କରିଦେଖାଇବା ବହୁତ କଷ୍ଟ। କିନ୍ତୁ ହାଓଡି ମୋଦି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ୯ବର୍ଷର ଛୁଆଟି ପାଇଁ ଏହି କଷ୍ଟକର କାମ ଖୁବ୍ ସହଜ ହୋଇଯାଇଥିଲା । ଛୁଆଟି ମୋଦି ଏବଂ ଟ୍ରମ୍ପଙ୍କୁ ଅଟକାଇ ସେମାନଙ୍କ ସହିତ ସେଲ୍ଫି ନେଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହା ବ୍ୟତିତ ଛୁଆଟି ଏବେ ଇଣ୍ଟରନେଟ୍ ଷ୍ଟାର ହୋଇଯାଇଛନ୍ତି ।

trumpହ୍ୟୁଷ୍ଟେନର ଏନଆରଜି ଷ୍ଟାଡିୟମରେ ଆୟୋଜିତ ହାଓଡି ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳୀକୁ ଯାଉଥିବା ସମୟରେ ଜଣେ ଛୁଆ ସେମାନଙ୍କ ପାଖକୁ ହଠାତ୍ ପଳାଇ ସେମାନଙ୍କ ସହିତ ସେଲ୍ଫି ନେବାକୁ ଲାଗିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ୍ ମିଡିଆରେ ସମସ୍ତେ ଏହି ଛୁଆଟିକୁ ବହୁତ ଭାଗ୍ୟବାନ୍ ବୋଲି କହୁଛନ୍ତି ।

ଦେଖନ୍ତୁ ଭିଡିଓ:

ସବୁଠାରୁ ଖୁସିର କଥା ଏହା କି ପିଲାଟିର ଆଗ୍ରହକୁ ଦେଖି ଉଭୟ ନେତା ସେଠାରେ ଅଟକି ଯାଇଥିଲେ ଏବଂ ପିଲାଟି ସହିତ ମିଶି ସେଲ୍ଫି ନେଇଥିଲେ । ସେଲ୍ଫି ନେବା ପରେ ମୋଦି ପିଲାଟିର ପିଠିକୁ ଥାପୁଡାଇ ଦେଇଥିଲେ ଏବଂ ଟ୍ରମ୍ପ ପିଲାଟି ସହିତ ହାତ ମିଳାଇଥିଲେ । ଏହାପରେ ସେମାନଙ୍କୁ ନିଜ କାର୍ଯ୍ୟକ୍ରମରେ ଯାଇ ସିଧା ଯୋଗ ଦେଇଥିଲେ ।

modi

ଏହି ଛୁଆଟିର ନାଁ ସାତ୍ବିକ୍ ହେଗଡେ । ପିଲାଟିର ବାପା ମାଙ୍କ ନା ପ୍ରଭାକର ହେଗଡେ ଏବଂ ମେଧା ହେଗଡେ । ସାତ୍ବିକ୍ କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାର ନିବାସୀ । ସାତ୍ବିକ୍ ଯୋଗରେ ଖୁବ୍ ଆଗ୍ରହ ରହିଛନ୍ତି । ଯୋଗ କାର୍ଯ୍ୟକ୍ରମ ସମାପ୍ତ ହେବାପରେ ସାତ୍ବିକ୍ ଲାଇନରେ ଛିଡା ହୋଇଥିଲେ ଏବଂ ସେହି ସମୟରେ ହିଁ ସେ ଟ୍ରମ୍ପ ଏବଂ ମୋଦିଙ୍କ ସହିତ ସେଲ୍ଫି ନେଇଥିଲେ ।

ଏହାସହ ପଢନ୍ତୁ :

କଶ୍ମୀର ପ୍ରସଙ୍ଗରେ ପୁଣି ପ୍ରତିକ୍ରିୟା ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କହିଲେ ‘ଯଦି…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.