ସୁନା-ରୂପା ଛାଡି ଏବେ ଚୋରଙ୍କ ଟାର୍ଗେଟରେ ପିଆଜ, ଗୋଦାମରୁ ଚୋରୀ ହେଲା ୮ ଲକ୍ଷ ଟଙ୍କାର ପିଆଜ

ପିଆଜର ଦାମ୍ ଆକାଶଛୁଆଁ,ସମଗ୍ର ଦେଶରେ ବଢୁଛି ପିଆଜ ଦର । ଦର ବୃଦ୍ଧିକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ନେଇ ଲୋକଙ୍କ ମୁଣ୍ଡବ୍ୟଥା ବଢିବା ସଙ୍ଗେ ସଙ୍ଗେ ଚୋରଙ୍କ ପ୍ରକୃତି ମଧ୍ୟ ବଦଳିଛି। ଏବେ ସୁନା,ଗହଣା ଗାଡି ମଟର ନୁହେଁ ଚୋରଙ୍କ ଆଖି ଏବେ ପିଆଜ ଉପରେ। ଏପରି ସମୟରେ ଗୋଦାମରୁ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗୋଟେ ଦିନରେ ଦୁଇ ଦୁଇଟି ସ୍ଥାନରୁ ଚୋରୀ ହୋଇଛି। ବିହାର ପାଟନାର ସୋନାରୁ ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଗୋଦାମରୁ ପିଆଜ ଚୋରି ହୋଇଛି ।

ପାଟନାର ଫତୁହା ଥାନାର ସୋନାରୁ ଅଞ୍ଚଳରେ ଚୋରମାନେ ଗୋଟିଏ ଗୋଦାମରୁ ୮ ଲକ୍ଷ ଟଙ୍କାର ପିଆଜ ଚୋରୀ କରିବା ସହ ଏକ ଲକ୍ଷ ୭୩ ହଜାର ଟଙ୍କା ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । କୋଲହର ଗାଁ ନିବାସୀ ପିଆଜ ବ୍ୟବସାୟୀ ଧିରଜ କୁମାର ଫତୁହା ଥାନାରେ ଏନେଇ ଏତଲା ଦେଇଛନ୍ତି ।

onoinଚୋରମାନେ ୩୨୮ ବସ୍ତା ପିଆଜ ଚୋରାଇଥିବା ଜଣାପଡିଛି । ପୋଲିସ୍ ଗୋଦାମରେ ଲାଗିଥିବା ସବୁ ସିସିଟିଭି କ୍ୟାମେରାର ଜାଞ୍ଚ୍ କରୁଛି । ତେବେ ମହଙ୍ଗାର ଶୀର୍ଷରେ ଥିବା ପିଆଜ ଲୋକଙ୍କ ରୋଷେଇଘରେ ଆଉ ଦେଖାଯାଉନି । ବଜାରରେ ଗୋଟିଏ ସପ୍ତାହ ଭିତରେ ପିଆଜ ଦର ଆକାଶଛୁଆଁ ହୋଇଯାଇଛି । ୫୦ ରୁ ୫୫ ଟଙ୍କା କିଲୋ ପିଛା ବିକ୍ରି ହେଉଛି ପିଆଜ । ଅନ୍ୟ ରାଜ୍ୟମାନଙ୍କରେ ତ ପିଆଜର ଦାମ୍ ୮୦ ରୁ ୯୦ ଟଙ୍କା ରହିଛି । ସେହିପରି ନାସିକର ଏକ ଚାଷୀଙ୍କ ଗୋଦାମରୁ ମଧ୍ୟ ପିଆଜ ଚୋରୀ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.