ଜଳବାୟୁ ପରିବର୍ତ୍ତନ ନେଇ ବିଶ୍ୱର ବାସୀଙ୍କୁ ଚେତାବନୀ ଦେଲେ ସ୍ୱିଡ଼େନ ଝିଅ ଗ୍ରେତା

ଯେଉଁ ବୟସର ପିଲା ସାଧାରଣତଃ ଖେଳ କୁଦ, ମୌଜ ମଜଲିସରେ ସମୟ ଅତିବାହିତ କରିଥାନ୍ତି । କିନ୍ତୁ ସେହି ସ୍ଥାନରେ ଜଣେ ୧୬ ବର୍ଷ ବୟସର ଜଣେ କିଶୋରୀ ଜଳବାୟୁ ପରିବର୍ତ୍ତନ ନେଇ ଏତେ ମାତ୍ରାରେ ଏବେଠୁ ଚିନ୍ତିତ ତାହା ଶୁଣି ଆପଣ ଆଶ୍ଚର୍ୟ ହେଉଥିବେ ନିଶ୍ଚିତ । ସ୍ୱିଡ଼େନ ଜନ୍ମିତ ଏହି କିଶୋରୀ ଜଣକ ହେଉଛନ୍ତି ଗ୍ରେତା ଥନବର୍ଗ । ସେ ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ନେଇ ବେଶ ଚିନ୍ତିତ । ଏମିତି କି ସମଗ୍ର ବିଶ୍ୱ ସାମ୍ନାରେ ସେ କାନ୍ଦି କାନ୍ଦି ନିଜର ଦୁଃଖକୁ ପ୍ରକାଶ କରିଛନ୍ତି । ନିକଟରେ ନିଜର ଏକ ପ୍ରଶ୍ନ ମାଧ୍ୟମରେ ପୃଥିବୀର ବଡ ବଡ ନେତା ମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତର ଯୁବ ପିଢ଼ି ପାଇଁ ସେମାନେ କିଛି ବି ଚିନ୍ତା କରୁନାହାନ୍ତି । ଏବେକା ପିଢ଼ିର ବେପରୁଆ କାର୍ଯ୍ୟକଳାପ ଆଗାମୀ ପିଢ଼ିର ଅଧିକାରକୁ ଛିନ୍ନ କରିବାରେ ଲାଗିଛି ।

 

ଏପର୍ଯ୍ୟନ୍ତ ଯୁବ ପିଢିଙ୍କୁ ପ୍ରକୃତ ନ୍ୟାୟ ମିଳିପାରି ନାହିଁ । ନିଜ ଲୁହ ଭରା ଆଖିରେ ଗ୍ରେତା ପୃଥିବୀର ବଡ ବଡ ନେତା ମାନଙ୍କୁ ଦାୟୀ କରି କହିଛନ୍ତି ଯେ, ଆପଣ ମାନେ ନିଜ ମିଥ୍ୟା ଭାଷଣ ମାଧ୍ୟମରେ ଯୁବ ପିଢ଼ି ମାନଙ୍କୁ ଠକି ଆସୁଛନ୍ତି । ଆଗକୁ ଯଦି ସେମିତି କୌଣସି ପଦକ୍ଷେପ ନ ନେବେ ତେବେ ହୁଏତ ବହୁ ସମସ୍ୟାର ସାମ୍ନା କରିବାକୁ ପଡିବ ।  ଏଥିପାଇଁ ଯୁବ ପିଢ଼ି ସେମାନଙ୍କୁ କେବେ ବି କ୍ଷମା କରିବେ ନାହିଁ । ଖୁବ ଜୋରରେ କାନ୍ଦି କାନ୍ଦି ଗ୍ରେତା କହିଛନ୍ତି ଯେ ଆପଣ ଆମର ସ୍ବପ୍ନ, ପିଲା ଦିନ ସବୁ ଛଡାଇ ନେଇଛନ୍ତି । ମୁଁ ହୁଏତ ଭାଗ୍ୟଶାଳୀ ହୋଇ ଥାଇପାରେ,କିନ୍ତୁ ବହୁ ଲୋକ ଖରାପ ଅବସ୍ଥା ଭୋଗ କରୁଛନ୍ତି । ଲୋକଙ୍କର ବେପରୁଆ କାର୍ଯ୍ୟକଳାପ ତଥା ଜୀବନ ଶୈଳୀ ଯୋଗୁଁ ପରିବେଶକୁ କେତେ ମାତ୍ରାରେ କ୍ଷତି ପହଁଚୁଛି ତାର କୌଣସି ଠିକଣା ନାହିଁ।

ଏହା ସହ ପଢନ୍ତୁ:

ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ, ପିଜୋଲା ଗ୍ଲସିୟରର ଅନ୍ତିମ ସଂସ୍କାର କଲେ ସ୍ୱିଜରଲ୍ୟାଣ୍ଡ ବାସୀ

ଗ୍ରେଟ ବଡ ବଡ ନେତା ମାନଙ୍କ ଉପରେ କିଛି ଆଖି ଦୃଶିଆ ପଦକ୍ଷେପ ନ ନେବାର ଆରୋପ ମଧ୍ୟ ଲଗାଇଛନ୍ତି । ବରିଷ୍ଠ ନେତା ମାନଙ୍କ ଉଦ୍ଧେଶ୍ୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ବିଭିନ୍ନ ଦେଶର ଯୁବକ ମାନଙ୍କ ନଜର ସବୁବେଳେ ଆପଣଙ୍କ ଉପରେ ରହିଛି । ଯଦି ପୁଣି ବି ଆପଣ କିଛି ନ କରନ୍ତି ତେବେ ହୁଏତ ଆପଣଙ୍କୁ ଯୁବକ ମାନଙ୍କର କ୍ରୋଧର ସାମ୍ନା କରିବାକୁ ପଡିପାରେ । ଏଥିପାଇଁ ଆପଣଙ୍କୁ ଯୁବ ପିଢ଼ି କଦାପି କ୍ଷମା କରିବେ ନାହିଁ କି ଛାଡ଼ିବେ ନାହିଁ । ଆପଣଙ୍କୁ ପସନ୍ଦ ଆସୁବା ନ ଆସୁ କିନ୍ତୁ ଦୁନିଆ ବଦଳିବାରେ ଲାଗିଛି ଓ ପରିସ୍ଥିତି ନିଶ୍ଚିତ ରୂପେ ଦିନେ ନା ଦିନେ ପରିବର୍ତ୍ତନ ହୋଇଯିବ । ଯାହାକି ପରିବେଶ ଉପରେ ନିଶ୍ଚିତ ରୂପେ ସୁପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.