ଶାର୍ଟ ବଟନ ଖୋଲି ଗାଡି ଚଲାଉଥିଲେ ଟ୍ୟାକ୍ସି ଡ୍ରାଇଭର, କଟିଗଲା ଚାଲାଣ
ଜୟପୁର ; ଅନେକ ରାଜ୍ୟରେ ନୂଆ ମୋଟର ଆଇନ୍ ଲାଗୁ ହୋଇନି । ପୁରୁଣା ଆଇନ୍ ଅନୁସାରେ ଏବେ ବି ଚାଲୁଛି । କିନ୍ତୁ ପୋଲିସ ବ୍ୟବସ୍ଥା ଏତେ କଡା ହୋଇଯାଇଛି ଯେ ପୁରୁଣା ଆଇନ୍ ଅନୁସାରେ ହିଁ ଭୟାନକ ଚାଲାଣ କଟାଯାଉଛି । ରାଜସ୍ଥାନରେ ଠିକ୍ ଏହିଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ଶାର୍ଟ ବଟନ୍ ଖୋଲି ଗାଡି ଚଳାଉଥିବାରୁ ତାଙ୍କର ଚାଲାଣ କାଟିଛି ପୋଲିସ ।
ଏହାସହ ପଢ଼ନ୍ତୁ ; ଆମେରିକା ସିନେଟର ଜନ କାର୍ନିନଙ୍କ ପତ୍ନୀଙ୍କୁ କ୍ଷମା ମାଗିଲେ ମୋଦି, ଜାଣନ୍ତୁ ପ୍ରକୃତ କାରଣ
ସୂଚନାନୁଯାୟୀ, ଏଠାରେ ଜଣେ ଟ୍ୟାକ୍ସି ଚାଳକଙ୍କୁ ଟ୍ରାଫିକ୍ ପୋଲିସ ଅଟକାଇ ଚାଲାଣ କାଟିଛି। କଥା କ’ଣ କି ଡ୍ରାଇଭର ଜଣକ ସବୁ ନିୟମ ଠିକରେ ମାନିଥିଲେ କିନ୍ତୁ ଗୋଟିଏ ଭୁଲ୍ କରିଦେଇଥିଲେ । ସେ ତାଙ୍କ ସର୍ଟର ବଟନ୍ ଖୋଲା କରି ଗାଡି ଚଳାଉଥିଲେ। ଡ୍ରାଇଭରଙ୍କ ନାଁ ସଞ୍ଜୟ ସର୍କିଲ୍ ।
ସଞ୍ଜୟଙ୍କ ଚାଲାଣ କାଟିବା ସମୟରେ ସବ୍-ଇନ୍ସପେକ୍ଟର ମାଘୋ ସିଂହ କହିଛନ୍ତି ଯେ, ଏକ ନିର୍ଦ୍ଧିଷ୍ଟ ଗାଇଡଲାଇନ୍ ଅନୁସାରେ ଟ୍ୟାକ୍ସି ଡ୍ରାଇଭରଙ୍କ ଯେଉଁଭଳି ପୋଷାକ ପିନ୍ଧିବା ଉଚିତ୍ ତାଙ୍କର ସେମିତି ନଥିଲା । ଚାଲାଣ କଟିବା ପରେ ସେଥିରେ ଏହା ଉଲ୍ଲେଖ ରହିଛି ।