ସାର୍ଟଲେସ୍ ଫଟୋ ସେୟାର କରି ଟ୍ରୋଲ୍ ହେଲେ ପାକିସ୍ତାନୀ କ୍ରିକେଟର, ୟୁଜର କହିଲେ…
ପାକିସ୍ତାନୀ କ୍ରିକେଟର ମହମ୍ମଦ ହଫିଜଙ୍କ ପାଇଁ ଚଳିତବର୍ଷ ଆଦୌ ଶୁଭଙ୍କର ନୁହେଁ। ଆଇସିସି ଓ୍ଵାର୍ଲ୍ଡ କପ୍ ୨୦୧୯ରେ ଖରାପ ପ୍ରଦର୍ଶନ ପରେ ହଫିଜଙ୍କୁ ପାକିସ୍ତାନ୍ କ୍ରିକେଟ୍ ବୋର୍ଡ ତାଙ୍କୁ ଦଳରୁ ବିଦା କରିଥିଲା। ଫଳରେ ହାଫିଜ୍ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଏହି ଖେଳାଳୀ ଏବେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି।
Sunset view in Beautiful St Lucia 😍 pic.twitter.com/5zECepAoJd
— Mohammad Hafeez (@MHafeez22) September 21, 2019
ପାକିସ୍ତାନର ଅଲରାଉଣ୍ଡର ଖେଳାଳୀ ମହମ୍ମଦ ହଫିଜ ସେଣ୍ଟ ଲୁସିଆର ହୋଟେଲ୍ରୁମ୍ରୁ ଏକ ସାର୍ଟଲେସ୍ ଫଟୋ ସେୟାର କରିଛନ୍ତି। ଫଟୋରେ ସେ କ୍ୟାପସନ୍ ଲେଖିଛନ୍ତି ‘‘ସେଣ୍ଟ ଲୁସିଆରେ ସୌନ୍ଦର୍ଯ୍ୟମୟ ସୂର୍ଯ୍ୟାସ୍ତ।’’ ତେବେ ଏହି ଫଟୋରେ ତାଙ୍କୁ ୟୁଜର୍ସ ପ୍ରବଳ ଟ୍ରୋଲ୍ କରିଥିବା ଦେଖିବାକୁ ମିଳିଛି।
If you wanna copy Virat Kohli .. do it by your performance.. the act you are trying to copy is called “Shodapan”. Nothing else dear !!
— Shahzad Khan Niazi (@Shaz36n) September 22, 2019
କିଛି ୟୁଜର କମେଣ୍ଟରେ ବିରାଟଙ୍କ ସାର୍ଟଲେସ୍ ଫଟୋ ସେୟାର କରି ମହମ୍ମଦ ତାଙ୍କୁ କପି କରୁଥିବା କହିଛନ୍ତି।
Gareebo ka Virat Kohli😝
— SURVI SOUMYA💮 (@survisoumya) September 23, 2019
ସେହିପରି ଆଉ ଜଣେ ୟୁଜର ମହମ୍ମଦଙ୍କୁ ଗରିବଙ୍କ ବିରାଟ କୋହଲି କହି ମଜାକ୍ ଉଡାଇଥିବା ଦେଖିବାକୁ ମିଳିଛି।
No body wants to see you naked, go get some clothes 😏
— Sehr khan (@Hoorainsehr) September 22, 2019
Kohli Jaisi photo dalni hai toh bat bhi chala le bhai…Nahito hamesha ke liye shaam dhal jaegi ..
— Suhrud Bangal (@nicobenic) September 23, 2019
Disgusting!! Jahil insan
— Aishaa (@Aishaa63402499) September 22, 2019
ତେବେ ହଫିଜ୍ ବର୍ତ୍ତମାନ କେରେବିୟନ୍ ପ୍ରିମିୟର ଲିଗ୍ (KPL)ରେ ଖେଳୁଛନ୍ତି।
ଏହାସହ ପଢନ୍ତୁ: ବିରାଟ କୋହଲିଙ୍କୁ ICC ପକ୍ଷରୁ ମିଳିଲା ବଡ ଚେତାବନୀ, ଖେଳପଡ଼ିଆରେ କରିଥିଲେ ଏପରି କାଣ୍ଡ