ଓଠକୁ ମଧ୍ୟ ଆକର୍ଷଣୀୟ କରିବାକୁ ଚାହୁଁଛନ୍ତି ? ତେବେ ଆପଣାନ୍ତୁ ଏହି ମେକଅପ୍‌ ଟିପ୍ସ, କାମରେ ନିଶ୍ଚିତ ଆସିବ

ଚେହେରାକୁ ସୁନ୍ଦରତା କରିବାରେ ଓଠର ମଧ୍ୟ କିଛି ମହତ୍ତ୍ୱ ରହିଛି। ଯଦି ଆପଣ ସଂପୂର୍ଣ୍ଣ ମୁହଁକୁ ସଠିକ୍‌ ଭାବେ ମେକ୍‌ ଅପ୍‌ କରିଛନ୍ତି କିନ୍ତୁ ଓଠକୁ ସଠିକ୍‌ ମେକଅପ୍‌ କରିନାହାନ୍ତି, ତେବେ ଆପଣଙ୍କ ମେକ୍‌ଅପ୍‌ ସଠିକ୍‌ ଲୁକ୍‌ ଦେବନାହିଁ। ଆପଣଙ୍କ ସବୁ ପରିଶ୍ରମ ପାଣିରେ ପଡିଯିବ। ଆପଣଙ୍କ ଚେହେରା ସୁନ୍ଦର ଦେଖାଯିବ ନାହିଁ। ମୋଟା ଓଠ ହେଉ ଅବା ପତଳା ମେକ୍‌ଅପ୍‌ କରିବା ସମୟରେ ଖାସ୍‌ ଧ୍ୟାନ ଦେବାକୁ ପଡିଥାଏ।

1

ଓଠକୁ ନରମ ଏବଂ ମୁଲାୟମ କରିବା ନିତାନ୍ତ ଜରୁରୀ। ଚେହେରା ଭଳି ଓଠର ମଧ୍ୟ ଧ୍ୟାନ ରଖିବା ଉଚିତ। ଓଠକୁ ସମୟ ସମୟରେ ହାଇଡ୍ରେଟ୍‌ କରିବା ଦରକାର। ଏଥିପାଇଁ ଭଲ ସ୍କ୍ରବ କିମ୍ବା ପ୍ରାକୃତିକ ସ୍କ୍ରବ ଚିନିର ପ୍ରୟୋଗ କରିବା ଜରୁରୀ। ଚିନିରେ ସ୍କ୍ରବ କରିବା ପରେ ଲିପ୍‌ବାମ୍‌ ଲଗାଇ ପୁଣି ତାକୁ ଟିସୁ ପେପରରେ ପୋଛି ଦିଅନ୍ତୁ।

ଏହାସହ ପଢ଼ନ୍ତୁ ; ଏହିସବୁ ଫୁଲରେ ଲୁଚି ରହିଛି ଔଷଧୀୟ ଗୁଣ, ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଉପଯୋଗୀ

4

ଓଠକୁ ଫାଉଣ୍ଡେସନ ବେସ୍‌ ଲଗାଇବା ଦ୍ୱାରା ଲିପଷ୍ଟିକ ଅଧିକ ସମୟ ପର୍ଯ୍ୟନ୍ତ ଓଠରେ ରହିଥାଏ। ଏବେ ଫାଉଣ୍ଡେସନ ଲଗାଇବା ପରେ ଓଠକୁ ସଠିକ ଆକାର ଦିଅନ୍ତୁ। ଲିପ୍‌ ଲାଇନର ସାହାଯ୍ୟରେ ହାଲକା ଭାବେ ଓଠକୁ ଆକାର ଦିଅନ୍ତୁ। ଓଠକୁ ଚେହେରା ହିସାବରେ ଆକାର ଦିଅନ୍ତୁ। ଯାହା ଆପଣଙ୍କ ଚେହେରାକୁ ମାନୁଥିବ। ଏହା ପରେ ଲିପଷ୍ଟିକ ଲଗାଇବା ପରେ ଓଠ ମଝିରେ ଅଳ୍ପ ହାଇଲାଇଟ କରିଦିଅନ୍ତୁ। ଏହାପରେ ଆପଣ ଓଠକୁ ଲାଇନିଂ ଦେଇପାରିବେ ନ ହେଲେ ସେପରି ଛାଡିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.