ଅର୍ଜୁନ କପୁରଙ୍କ ଫଟୋ ଦେଖି ମଲାଇକାଙ୍କ ବଢ଼ିଲା ଚିନ୍ତା, କମେଣ୍ଟ କରି ପଚାରିଲେ ଏପରି

ଅର୍ଜୁନ କପୁର ନିଜର ଫିଲ୍ମ ବ୍ୟତୀତ ସୋସିଆଲ ମିଡ଼ିଆରେ ପୋଷ୍ଟକୁ ନେଇ ସାଧାରଣତଃ ଚର୍ଚ୍ଚାରେ ରହିଥାନ୍ତି । ଅର୍ଜୁନ କପୁର ପ୍ରାୟତଃ କୌଣସି ସେଲିବ୍ରିଟିଙ୍କ ଫଟୋରେ କମେଣ୍ଟ ଲେଖି ତାଙ୍କୁ ଟ୍ରୋଲ ମଧ୍ୟ କରିଥାନ୍ତି । ଏହା ସହିତ ମଲାଇକା ଅରୋଡାଙ୍କ ପ୍ରତିଟି ଫଟୋରେ ଅର୍ଜୁନଙ୍କର କମେଣ୍ଟ ଦେଖିବାକୁ ମିଳିଥାଏ । ନିକଟରେ ଅର୍ଜୁନ ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହାସହ ପଢନ୍ତୁ ବିଗବସ 13: ୱିକେଣ୍ଡ ବାରରେ ସଲମାନଙ୍କ ସାମ୍ନାକୁ ଆସିଲା ଏକ୍ସ ଗାର୍ଲଫ୍ରେଣ୍ଡ ଐଶ୍ଵର୍ଯ୍ୟା ରାୟଙ୍କ କଥା

 

ଏହି ଫଟୋରେ ଅର୍ଜୁନ ଟାଇ ବାନ୍ଧୁଥିବାର ନଜରକୁ ଆସିଛନ୍ତି । ଅର୍ଜୁନ ସେୟାର କରିଥିବା ତିନୋଟି ଫଟୋରେ ସେ ବହୁତ ଗମ୍ଭୀର ଭାବେ ସାମ୍ନାକୁ ଆସିଛନ୍ତି ସେଥିପାଇଁ ଏଥିରେ ମଲାଇକା ଅରୋଡାଙ୍କର କମେଣ୍ଟ କରିବା ତ ସ୍ୱାଭାବିକ । ମଲାଇକା ଅରୋଡା ଅର୍ଜୁନଙ୍କର ଏହି ଫଟୋରେ ଲେଖିଛନ୍ତି “ଏତେ ସିରିୟସ କଣ ପାଇଁ ?” ଏବଂ ମଲାଇକାଙ୍କ ଏହି କମେଣ୍ଟ ପରେ ଅର୍ଜୁନ କପୁର ମଧ୍ୟ ନିଜର ଜବାବ ରଖିଛନ୍ତି ।

ସେ ଲେଖିଛନ୍ତି ଯେ ‘ମଲାଇକା ଅରୋରା ମୁଁ ଭାବୁଛି ଯେ ଟାଇକୁ ଠିକଭାବେ ବାନ୍ଧିବା ପ୍ରକୃତରେ କେତେ କଷ୍ଟ କାମ ଅଟେ’ । ସୂଚନା ଅନୁଯାୟୀ ଅର୍ଜୁନଙ୍କର ଏହି ଫଟୋ ଇଣ୍ଡିଆନ ସ୍ପୋର୍ଟସ ସମାରୋହ ସମୟର ଅଟେ । ଅର୍ଜୁନ କପୁର ଏହି ଶୋ’ କୁ ହୋଷ୍ଟ କରିଥିଲେ । ମଲାଇକା ଅରୋଡା ଏବଂ ଅର୍ଜୁନ କାପୁରଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଏପରି କଥାବାର୍ତ୍ତା ପ୍ରାୟତଃ ଚାଲିଥାଏ ।

 

ମଲାଇକା ଅରୋଡା ଏବଂ ଅର୍ଜୁନ କପୁର ଅନେକ ଦିନ ଧରି ରିଲେସନସିପରେ ଅଛନ୍ତି । ଯଦିଓ ଦୁଇଜଣ ନିଜ ରିଲେସନକୁ ମାତ୍ର କିଛିମାସ ପୂର୍ବରୁ ହିଁ ପବ୍ଲିକ କରିଛନ୍ତି । ଅର୍ଜୁନ କପୁର ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ପାନୀପତ’ର ପ୍ରସ୍ତୁତିରେ ଅଛନ୍ତି । ଏହି ଫିଲ୍ମକୁ ଆଶୁତୋଷ ଗୋବାରୀକର ନିର୍ଦ୍ଦେଶନା ଦେଉଛନ୍ତି । ଫିଲ୍ମରେ ଅର୍ଜୁନଙ୍କ ବ୍ୟତୀତ ସଞ୍ଜୟ ଦତ୍ତ ଏବଂ କୃତ୍ତି ସାନନଙ୍କ ଭଳି ଷ୍ଟାର ମଧ୍ୟ ରହିଛନ୍ତି । ପୂର୍ବରୁ ଅର୍ଜୁନ କପୁରଙ୍କର ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’, ‘ହାଫ ଗାର୍ଲଫ୍ରେଣ୍ଡ’ ଏବଂ ‘ନମସ୍ତେ ଇଂଲଣ୍ଡ’ ଭଳି ଫିଲ୍ମ ଫ୍ଲପ ହୋଇଯାଇଛି । ତେଣୁ ବର୍ତ୍ତମାନ ସମୟରେ ତାଙ୍କୁ ଏକ ହିଟ ଫିଲ୍ମର ଆବଶ୍ୟକତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.