ହଜମ ପ୍ରକ୍ରିୟା ପାଇଁ ଘରୋଇ ନୁସ୍କା, ଜାଣନ୍ତୁ ଆପଣଙ୍କ ରୋଷେଇ ଘରେ ରହିଛି ଏହି ସବୁ ଦ୍ରବ୍ୟ

ଶରୀର ପାଇଁ ହଜମ ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହାକି ଆପଣଙ୍କୁ ସୁସ୍ଥ ଓ ନିରୋଗୀ ରଖିଥାଏ । ହଜମ ପ୍ରକ୍ରିୟା ବାଧା ପ୍ରାପ୍ତ ହେଲେ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ତେବେ ଆପଣ ନିଜର ହଜମ ପ୍ରକ୍ରିୟାକୁ ବଢ଼ାଇବା ପାଇଁ କୈାଣସି ଔଷଧ କିମ୍ବା ଡାକ୍ତରଙ୍କ ଆବଶ୍ୟକତା ନାହିଁ ।

କେବଳ ନିଜ ରୋଷେଇ ଘରେ ଥବା ଦ୍ରବ୍ୟର ବ୍ୟବହାରରେ ଆପଣ ନିଜର ହଜମ ପ୍ରକ୍ରିୟା ବଢ଼ାଇ ପାରିବେ । ହଜମ ପ୍ରକ୍ରିୟା ବୃଦ୍ଧି ହେଲେ କନ୍‌ଷ୍ଟିପେସନ୍‌, ବ୍ଲୋଟିଂ, ଗ୍ୟାସ, କ୍ରାମ୍ପସ୍‌, ଡାଇରିଆ ଆଦି ରୋଗରୁ ରକ୍ଷା ପାଇ ପାରିବେ । ଆସନ୍ତୁ ଜାଣିବା କିଛି ଘରୋଇ ନୁସ୍କା ଯାହା ଆପଣଙ୍କ ହଜମ ପ୍ରକ୍ରିୟାରେ ସହାୟତା କରିବ ।

digestion.JPG-pan

୧. ପାନମଧୁରୀ : ଏହାକୁ ଆମେ ସାଧାରଣତଃ ଖାଇବା ପରେ ବ୍ୟବହାର କରିଥାଉ । ଏହା ଆମର ହଜମ ପ୍ରକ୍ରିୟାରେ ସହାୟତା କରିବା ସହ ରକ୍ତ ଚାପ ନିୟନ୍ତ୍ରଣ କରିଥାଏ । ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ଓ ଓଜନ ହ୍ରାସ କରିବାରେ ମଧ୍ୟ ସହାୟତା କରିଥାଏ ।

୨. ଅଦା : ଚା’ରେ ଅଦା ପକାଇ ପିଇଲେ ଏହା ଏକ ଆଣ୍ଟି ଅକ୍ସିଡାଣ୍ଟ ଭଳି କାମ କରିଥାଏ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ଭଲ ସହାୟତା କରିଥାଏ ।

digestion.JPG-pan.JPG-dahi

୩. ଦହି : ଦହିରେ ଥିବା ଭଲ ବ୍ୟାକ୍ଟେରିଆ ଖାଦ୍ୟ ନଳୀ ପାଇଁ ବହୁତ ଉପକାରୀ ହୋଇଥାଏ । ଦହି ହଜମ ପ୍ରକ୍ରିୟାରେ ମହୋଷଧି ଭଳି କାମ କରିଥାଏ । ଓଜନ ହ୍ରାସ କରିବାରେ ଦହି ଭଲ କାମ କରିଥାଏ ।

digestion.JPG-pan.JPG-dahi.JPG-lemon

୪. ଲେମ୍ବୁ ପାଣି : ଗୋଟିଏ ଗ୍ଲାସ ଲେମ୍ବୁ ପାଣିରେ ବହୁ ପ୍ରକାରର ଭିଟାମିନ୍‌ ଥାଏ । ହଜମ ପାଇଁ ଲେମ୍ବୁ ପାଣି ଭଲ କାମ କରିଥାଏ । ଖରାଦିନେ ଏହା ଡିହାଇଡ୍ରେସନ୍‌ରୁ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.