ଆକ୍ସନ ମୋଡରେ କମିଶନରେଟ ପୋଲିସର ଆଣ୍ଟି ଏକ୍ସଷ୍ଟ୍ରୋସନ ଟାସ୍କ ଫୋର୍ସ, ଦିନ ତମାମ ଗିରଫ କରିଛି ଏକାଧିକ ଦାଦାଙ୍କୁ

କେନ୍ୟୁଜ୍(ବ୍ୟୁରୋ):  ଆକ୍ସନ ମୋଡରେ କମିଶନରେଟ ପୋଲିସର ଆଣ୍ଟି ଏକ୍ସଷ୍ଟ୍ରୋସନ ଟାସ୍କ ଫୋର୍ସ। ଗତକାଲି କମିଶନର ‘‘ଦାଦାବଟି ନା’’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କିନ୍ତୁ ଏହାର  ୨୪ ଘଣ୍ଟା ମଧ୍ୟରେ ବହୁ ଦାଦାଙ୍କୁ  ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ। ଆଜି ସକାଳେ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ରାଜା ଆଚାର୍ଯ୍ୟକୁ ଗିରଫ କରିବା ପରେ ବରମୁଣ୍ଡା ବସ ଷ୍ଟାଣ୍ଡ୍ରୁ ଜଣେ ଦାଦାକୁ ଗିରଫ କରିଛି।

ଏହି ଦାଦା ଜଣକ ବସ୍‌ ମାନଙ୍କ ଠାରୁ ଜୋରଜବରଦସ୍ତି ଦାଦାବଟି ଆଦାୟ କରୁଥିଲା। ଭରତ ଆସୋସିଏସନ ବ୍ୟତିତ ଅନ୍ୟ କୌଣସି ବସ ଷ୍ଟାଣ୍ଡରୁ ବାହାରିଲେ ୨୦୦୦ ଟଙ୍କା ଏବଂ ସିଟ ପିଛା କମିଶନ ମାଗୁଥିଲା। କେବଳ ସେତିକି ନୁହେଁ ମାଲକାନଗିରି ପର୍ଯ୍ୟନ୍ତ ଯାଉଥିବା ବସରେ ହାଇଦ୍ରାବାଦ ଯାତ୍ରୀଙ୍କୁ ବସାଇ  ବସ ମାଲିକମାନଙ୍କ ଠାରୁ ମୋଟା ଅଙ୍କର କମିଶନ ଆଦୟ କରୁଥିଲା। କିନ୍ତୁ ହାଇଦ୍ରାବାଦ୍ ପାସେଞ୍ଜର ବହୁତ ଅସୁବିଧାରେ  ସମ୍ମୁଖୀନ୍ନ ହେଉଥିଲେ। ଏହି  ଦାଦାଙ୍କର ୧୦ ଖଣ୍ଡ ବସ ଅଛି କିନ୍ତୁ ଦାଦାଗିରି ଛାଡୁନଥିଲେ।

ସେହିଭଳି ଦାଦା ବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ l କଟକ ରାଣୀହାଟ ଅଂଚଳର ଯୁବକଙ୍କୁ ଗିରଫ କରିଛି ପୋଲିସ l ପୂର୍ବରୁ ଏମାନଙ୍କ ନାମରେ ବହୁ ମାମଲା ଅନେକ ଥାନା ମାନଙ୍କରେ ରହିଛି। ‘‘ଦାଦାବଟି କୁ ନା’’ ଅଭିଯାନ ଆହୁରି କଠୋର ହେବ ବୋଲି କଟକ ଡିସିପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.