ନବରାତ୍ର ପୂଜା ସମୟରେ କାହିଁକି ଖାଆନ୍ତି ନାହିଁ ପିଆଜ ଓ ରସୁଣ, ଜାଣନ୍ତୁ କ’ଣ ରହିଛି କାରଣ

ସାଧାରଣତଃ ପୂଜା ପାର୍ବଣ ଦିନରେ ଆମେ ଆମିଷ ଏପରିକି ପିଆଜ ଓ ରସୁଣ ଭଳି ଖାଦ୍ୟ ଖାଇ ନଥାଉ । ଆଜି (ଶୁକ୍ରବାର) ଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା । ଏହି ୯ ଦିନରେ ମା’ ଦୂର୍ଗା ୯ଟି ବିଭିନ୍ନ ବେଶରେ ପୂଜା ପାଇଥାନ୍ତି । ଏହି ୯ ଦିନ ପୁରା ଦେଶରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

maa durga

ତେବେ କ’ଣ ପାଇଁ ଏହି ୯ ଦିନରେ ପିଆଜ ଓ ରସୁଣ ଖାଇବାକୁ ବାରଣ କରାଯାଇଥାଏ । ତେବେ ଆମେ ଏ ବିଷୟରେ ଅନେକ ହୁଏତ ଜାଣି ନଥିବେ । ହିନ୍ଦୁ ଧର୍ମରେ ଖାଦ୍ୟକୁ ୩ ଭାଗରେ ବିଭକ୍ତ କରାଯାଇଥାଏ । ଯାହାକୁ ଆମେ ରାଜସିକ, ତାମସିକ ଓ ସାତ୍ତ୍ୱିକ ଭାବରେ ଜାଣିଥାଉ । ସାତ୍ତ୍ୱିକ ଖାଦ୍ୟ ବିଶେଷ କରି ସମସ୍ତ ପନିପରିବା, ଦୁଗ୍ଧ ଓ ଫଳ ଜାତୀୟ ଖାଦ୍ୟ ଭାବେ ଜଣାଯାଇଥାଏ ।

ରାଜସିକ ଖାଦ୍ୟ ମନ ଓ ଶରୀରକୁ ଉତ୍ତେଜିତ କରିଥାଏ । ଏହାର ଶରୀର ଉପରେ କୈାଣସି ସକରାତ୍ମକ ପ୍ରଭାବ ପକାଇ ନଥାଏ ।
ତେବେ ଯେଉଁ ଖାଦ୍ୟ ମନ ଓ ଶରୀର ଉପରେ ପ୍ରଭାବ ପକାଇଥାଏ । ତାହାକୁ ତାମସିକ ଖାଦ୍ୟ ଭାବେ ଧରାଯାଇଥାଏ । ଏହି ଖାଦ୍ୟ ଭିତରେ ଆମିଷ, ପିଆଜ, ରସୁଣ ଭଳି ଅନ୍ୟ କେତକ ଖାଦ୍ୟ ରହିଛି ।

ଯାହାକି ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ମା’ଙ୍କ ପୂଜା ବେଳେ ମନ ଓ ଶରୀରକୁ ନିୟନ୍ତ୍ରଣ ରଖିବା ପାଇଁ ପିଆଜ ଓ ରସୁଣ ନଖାଇବା ପାଇଁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.