ପୁରୁଷଙ୍କ ତୁଳନାରେ ଅଧିକ ମିଠା ଖାଇଥାନ୍ତି ମହିଳା, ସର୍ଭେରୁ ହେଲା ଖୁଲାସା

ଇଣ୍ଡିଆନ କାଉଂସିଲ ଅଫ୍‌ ମେଡିକାଲ ରିସର୍ଚ୍ଚର ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକା ଚିନି ଖାଇଥାନ୍ତି। ସର୍ଭେ ରିପୋର୍ଟ ଅନୁଯାୟୀ ମହିଳାମାନେ ଗୋଟିଏ ଦିନରେ ୨୦.୨ ଗ୍ରାମ ଚିନି ଖାଉଥିବା ବେଳେ ପୁରୁଷମାନେ ୧୮.୭ ଗ୍ରାମ ଚିନି ଖାଇଥାନ୍ତି। ଏହି ସର୍ଭେ ହେବାର କାରଣ ହେଉଛି ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଦିନରେ କେତେ ସୁଗାର ନେଇଥାନ୍ତି। ସର୍ଭେ ଅନୁଯାୟୀ ମୁମ୍ବାଇରେ ସବୁଠାରୁ ଅଧିକା ମିଠା ଖାଇଥାନ୍ତି ଏବଂ ଏହାପରେ ଦ୍ୱିତୀୟରେ ହାଇଦ୍ରାବାଦ ରହିଛି।

sugarସୂଚନା ମୁତାବକ ଏହି ସର୍ଭେ ଇଣ୍ଟରନ୍ୟାସନାଲ ଲାଇଫ୍‌ ସାଇନ୍ସ ଇଷ୍ଟିଚ୍ୟୁଟ ଇଣ୍ଡିଆ (ILSI-India) ପକ୍ଷରୁ କରାଯାଇଛି। ଆଇଏଲଏସଏ-ଇଣ୍ଡିଆର ଚେୟାରମ୍ୟାନ ପ୍ରଫେସର ପିକେ ସେଠ୍‌ଙ୍କ କହିବାନୁଯାୟୀ, ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା ଏବଂ ଚେନ୍ନାଇ ତୁଳନାରେ ମୁମ୍ବାଇଏବଂ ହାଇଦ୍ରାବାଦର ଲୋକମାନେ ଅଧିକ ମିଠା ଖାଇଥାନ୍ତି। ମୁମ୍ବାଇରେ ପ୍ରାୟତଃ େଲୋକମାନେ ପ୍ରତ୍ୟେକ ଦିନ ୨୬.୩ ଗ୍ରାମ ମିଠା ଖାଉଥିବା ବେଳେ ହାଇଦ୍ରାବାଦର ଲୋକମାନେ ଦିନରେ ୨୫.୯ ଗ୍ରାମ ମିଠା ଖାଇଥାନ୍ତି।

eating- sugarଦିଲ୍ଲୀରେ ୨୩.୨ ଗ୍ରାମ ଏବଂ ବେଙ୍ଗାଲୁରୁରେ ୧୯.୩ ଗ୍ରାମ ସୁଗାର ଖାଇଥାନ୍ତି। ଏହି ସର୍ଭେ ଦେଶରେ ପ୍ରଥମ, ଯେଉଁଥିରେ ଜାଣିବାକୁ ମିଳିଛି ସମସ୍ତ ମେଟ୍ରୋ ସହରରେ ଦୈନିକ ୧୯.୫ ଗ୍ରାମ ଚିନି ସେବନ କରିଥାନ୍ତି, ଯାହା ଆଇସିଏମଆର ସ୍ତରର ୩୦ ଗ୍ରାମରୁ କମ। ଏହା ବ୍ୟତୀତ ସର୍ଭେ ରିପୋର୍ଟ ଅନୁଯାୟୀ ଜାଣିବାକୁ ମିଳିଛି ସମସ୍ତ ସହରରେ ସୁଗାର ଦ୍ୱାରା ମିଳୁଥିବା ଶକ୍ତି ୫.୧ ପ୍ରତିଶତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.