ପ୍ଲାଷ୍ଟିକ ବ୍ୟାନ ପରେ ଥାଇଲାଣ୍ଡବାସୀଙ୍କ ମୁଣ୍ଡକୁ ଜୁଟିଲା ଏମିତି ଆଇଡିଆ, ଯାହାକୁ ଦେଖିଲେ ଆପଣ ବି କରିବେ ପ୍ରଶଂସା

ନୂତନ ବର୍ଷରେ ଥାଇଲାଣ୍ଡରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ବ୍ୟାନ୍‌ କରାଯାଇଛି। ଏଠାରେ ଜଣେ ବ୍ୟକ୍ତି ଦିନରେ ଗୋଟିଏ ଦିନରେ ପ୍ରାୟ ୮ଟି ପ୍ଲାଷ୍ଟିକ ବ୍ୟାଗର ଉପଯୋଗ କରନ୍ତି। ଏଥିପାଇଁ ପର୍ଯାବରଣ ରକ୍ଷକ ମାମଲାରେ ଥାଇଲାଣ୍ଡବାସୀଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶରେ ପ୍ଲାଷ୍ଟିକ୍ ବ୍ୟାନ୍ ହେବା ପରେ ଥାଇଲାଣ୍ଡବାସୀ ଯେଉଁଭଳି ଭାବରେ ଦୋକାନରୁ ଜିନିଷ କିଣି ଘରକୁ ଆଣୁଛନ୍ତି, ତାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ନିଜ ହସକୁ ଅଟକାଇ ପାରିବେନି।

plasticଭାରତ ସମେତ ଅନେକ ଦେଶରେ ମଧ୍ୟ ପ୍ଲାଷ୍ଟିକ୍ ବ୍ୟବହାରକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ରାଜ୍ୟରେ ଏବେ ଲୋକେ ପ୍ଲାଷ୍ଟିକ ପରିବର୍ତ୍ତେ ପତ୍ର ବ୍ୟବହାର କରୁଥିବାର ଦେଖାଯାଇଥିବା ବେଳେ ଥାଇଲାଣ୍ଡବାସୀଙ୍କ କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦେଶରେ ପ୍ଲାଷ୍ଟିକ୍ ବ୍ୟାନ୍ ହେବା ପରେ ଥାଇଲାଣ୍ଡବାସୀ ଯେଉଁଭଳି ଭାବରେ ଦୋକାନରୁ ଜିନିଷ କିଣି ଘରକୁ ଆଣୁଛନ୍ତି, ତାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଥାଇଲାଣ୍ଡବାସୀଙ୍କ ସୃଜନଶୀଳତା ସାମ୍ନାକୁ ଆସିଛି।

plasticଥାଇଲାଣ୍ଡରେ ଥିବା ଦୋକାନରେ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଗ୍ରାହକମାନେ ଏଭଳି ପଦକ୍ଷେପକୁ ଖୁସିର ସହ ଗ୍ରହଣ କରିଛନ୍ତି। ପ୍ଲାଷ୍ଟିକ ବ୍ୟାନ୍ ହେବା ପରେ ଲୋକେ ଜିନିଷ କିଣିବା ପାଇଁ ଘରୁ ପ୍ଲାଷ୍ଟିକ୍ ବାଲଟି, ଅଖା, ପିଞ୍ଜରା ଇତ୍ୟାଦି ଧରି ପହଞ୍ଚୁଥିବା ଦେଖାଯାଇଛି।

ଏହାର କିଛି ଫଟୋ ଏବେ ଟୁଇଟରରେ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ଥାଇଲାଣ୍ଡବାସୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.