Below header

ଶାମ୍ବ ଦଶମୀ ତିଥିରେ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା, ଜାଣନ୍ତୁ କଣ ରହିଛି ଏହାର ସ୍ବତନ୍ତ୍ରତା

ସୂର୍ଯ୍ୟ ଉପାସନା କ୍ଷେତ୍ର ରୂପେ ଅର୍କକ୍ଷେତ୍ର କୋଣାର୍କ ପରିଚିତ । ଏହା ସାରା ବଶ୍ବରେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ୍ ସୁନାମ ଅର୍ଜନ କରିଛି । ଖାସ୍ କରି ଏଠାକାର କାରୁକାର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ । ତେବେ ଶାମ୍ବ ଦଶମୀ ତିଥିରେ ଏଠାରେ ସୂର୍ଯ୍ଯ ରଥଯାତ୍ରା ପାଳିତ ହୋଇଥାଏ । ଏହି ସମୟରେ ଦୀର୍ଘ ୭ଦିନ ଧରି ଘଣ୍ଟ ଘଣ୍ଟା ହୁଳହୁଳିରେ କୋଣର୍କରେ ଏକ ଆଧ୍ଯାତ୍ମିକ ପରିବେଶ ସ୍ରୁଷ୍ଟି ହୋଇଥାଏ ।

kakaraଓଡିଆ ଘରର ପୂଜାପର୍ବ ମାନଙ୍କ ମଧ୍ଯରେ ଶାମ୍ବ ଦଶମୀ ଅନ୍ଯତମ । ଏହିଦିନ ସୂର୍ଯ୍ୟ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଘରେ ଘରେ ପିଠାପଣା, ମିଠା ଆଦି ପ୍ରସ୍ତୁତ କରାଯାଇ ଭୋଗ କରାଯାଇଥାଏ । ଏହି ଅବସରରେ କୋଣର୍କର ଅବଧୂତ ମଠରେ ଥିବା ସୂର୍ଯ୍ଯ ଭଗବାନଙ୍କୁ ପୂଜାର୍ଚ୍ଚନା କରାଯାଇ ରଥାରୁଢ କରାଯାଇଥାଏ । ରଥରେ ଚଳନ୍ତି ପ୍ରତିମା ବସିଲା ପରେ ଅବଧୂତ ମଠର ମହନ୍ତ ଛେରା ପହଁରା କରିଥାନ୍ତି । ଏଠାରେ ସୂର୍ଯ୍ଯ ଭଗବାନଙ୍କୁ କାକରା ପିଠା ଭୋଗ କରାଯିବାର ପରମ୍ପରା ରହିଛି । ଏହାପରେ ଶ୍ରଦ୍ଧାଳୁ ମାନେ ରଥକୁ ଭିଡି ଚନ୍ଦ୍ରଭାଗା ଅଭିମୁଖେ ଟାଣିନେଇଥାନ୍ତି ।

konarkବିଶ୍ବାସ ରହିଛି, ଏହି ଦିନ ଶ୍ରୀ କ୍ରୁଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗା କୁଳରେ ୨୭ ଦିନ ତପସ୍ଯା କରି ଆରୋଗ୍ଯ ଲାଭ କରିଥିଲେ । ସେଥିପାଇଁ ଶ୍ରଦ୍ଧାଳୁ ମାନଙ୍କ ମନରେ ଏହି ବିଶ୍ବାସ ଆଜି ବି ସେମିତି ଉଜୀବିତ ହୋଇ ରହିଛି । ଭୋରରୁ ଚନ୍ଦ୍ରଭାଗରେ ବୁଡ ପକାଇବା ସହିତ ରଥଯାତ୍ରାରେ ସାମିଲ ହୋଇଥାନ୍ତି ଶ୍ରଦ୍ଧାଳୁ ମାନେ । ଚନ୍ଦ୍ରଭାଗରେ ଏହି ରଥ ୨୭ଟି ଗ୍ରହ ନକ୍ଷେତ୍ରରେ ପୂଜା ପାଇ ମାଘ ସପ୍ତମୀ ତିଥିରେ ପୁଣି ଅବଧୂତ ମଠକୁ ଫେରିଥାନ୍ତି । ସୂର୍ଯ୍ୟ ରଥଯାତ୍ରାରେ ଖାଲି ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ଯ ଶ୍ରଦ୍ଧାଳୁମାନେ ଯୋଗ ଦେଇ ମାନସିକ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.