ଦୁଧ ନା ପାଣି କେଉଁଥିରେ ଔଷଧ ଖାଇବା ଠିକ୍‌, ଯଦି ଜାଣି ନାହାଁନ୍ତି ଜାଣନ୍ତୁ ଏଠାରେ

ଶରୀରରେ ରୋଗ ଉତ୍ପନ୍ନ ହେଲେ ଆମେ ଔଷଧ ଖାଇଥାଉ । ରୋଗ ଛୋଟ ହେଉ ବା ବଡ଼, ବିନା ଔଷଧରେ କେହି ବି ପୂର୍ଣ୍ଣଭାବେ ଠିକ ହୋଇ ପାରିବେ ନାହିଁ । କେବେ କେବେ ଏମିତି ହୋଇଥାଏ ଯେ ଆମେ ଔଷଧକୁ ଫ୍ରିଜ ପାଣି, ଚା’ କିମ୍ବା ଦୁଧ ସହ ନେଇଥାଉ । ହେଲେ କେବେ ଆପଣ ଭାବିଛନ୍ତି କି ଏହାଦ୍ୱାରା ଆପଣ ଶରୀରର ବହୁତ କ୍ଷତି କରୁଛନ୍ତି । ତେଣୁ ଔଷଧ ନେବାର ଠିକ୍‌ ତରିକା ଜାଣିବା ନିହାତି ଜରୁରୀ । ଦୁଧରେ ଭରପୁର ମାତ୍ରାରେ ପ୍ରୋଟିନ ଥିବାରୁ ଏହା ଭାବିବା ଉଚିତ୍‌ ନୁହେଁ ଯେ ଦୁଧରେ ଔଷଧ ନେବା ଯୋଗୁ ଭଲ ହୋଇଥାଏ ।

ଦୁଧ ନା ପାଣି କାହା ସହ ଔଷଧ ନେବା ଠିକ୍‌

ଯଦି ଆପଣଙ୍କୁ ଏହା ଜଣା ନାହିଁ ଯେ ଏଣ୍ଟିବାୟୋଟିକ ଔଷଧ କାହା ସହ ନେବା ଉଚିତ୍‌ । ଆପଣ ଜାଣନ୍ତି କି ଦୁଧ ସହ ଔଷଧ ନେବା ବହୁତ କ୍ଷତିକାରକ ହୋଇଥାଏ । ଔଷଧ ନେବାର ସବୁଠୁ ଭଲ ଉପାୟ ହେଉଛି ଅଳ୍ପ ଉଷୁମ ପାଣିରେ ଔଷଧ ନେବା । ଗରମ ଦୁଧ ସହ କିମ୍ବା ଚା’ସହ ଔଷଧ ନେବା ଠିକ୍‌ ନୁହେଁ । ସବୁ ଔଷଧକୁ ପାଣିରେ ବି ନେବା ଜରୁରୀ ନୁହେଁ । କିଛି ଔଷଧ ଦୁଧ ସହ ମଧ୍ୟ ଖିଆଯାଇପାରେ । ଡାକ୍ତରଙ୍କ କହିବା କଥା ଯେ ଦୁଧ ସହ ଔଷଧ ନେବା ଠିକ୍‌ ନୁହେଁ । କିଛି ଔଷଧ ଦୁଧ ସହ ନେବା ଦ୍ୱାରା ଔଷଧର ଗୁଣ ନଷ୍ଟ ହୋଇଥାଏ । ପାଣି ସହ ଔଷଧ ନେବା ସବୁଠୁ ନିରାପଦ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.