ପୁଣି ନିଜ ଦଳକୁ ଅକ୍ଷେପ କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, କହିଲେ ଯଦି ସମ୍ବଳ ନାହିଁ ତେବେ ଉପନିର୍ବାଚନରେ କାହିଁକି ପ୍ରାର୍ଥୀ ଦିଆଯାଉଛି

କେନ୍ୟୁଜ୍(ବ୍ୟୁରୋ): ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଲୋପ ହୋଇଯିବ । ଆଗକୁ କଂଗ୍ରେସ ଲଢେଇ ନୋଟା ସହ ହେବ। ଯଦି ସମ୍ବଳ ନାହିଁ ତେବେ ଉପନିର୍ବାଚନରେ କାହିଁକି ପ୍ରାର୍ଥୀ ଦିଆଯାଉଛି। ପଦ୍ମପୁର ପରାଜୟ ପରେ ଏପରି ମତ ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।
ଦଳର ଦାୟିତ୍ୱରେ ଥିବା ବଡ଼ ନେତାଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି। କହିଛନ୍ତି, ତଥାକଥିତ ବରିଷ୍ଠ ନେତାଙ୍କ ମୁହଁ ଦେଖି ଲୋକେ ଆଉ ଭୋଟ୍ ଦେବାକୁ ଚାହୁଁ ନାହାନ୍ତି। ସେମାନଙ୍କୁ ଅବ୍ୟାହତି ନିଅନ୍ତୁ। ନୂଆ ଯୁବ ବର୍ଗଙ୍କୁ ସୁଯୋଗ ଦେଲେ ହିଁ କଂଗ୍ରେସ ଆଗକୁ ବଢି ପାରିବ। ଦିଲ୍ଲୀରୁ ଦାୟିତ୍ୱରେ ଥିବା ଲୋକ କାହିଁକି କଂଗ୍ରେସକୁ ଜିତାଇବାକୁ ପ୍ରୟାସ କରୁ ନାହାନ୍ତି।
ନିର୍ବାଚନକୁ କେବଳ ଏକ ଇଲେକ୍ସନ ଟୁରିଜିମ୍ ଭାବେ ଗ୍ରହଣ କରୁଛନ୍ତି। ଉପନିର୍ବାଚନ କିଛି ଲୋକଙ୍କୁ ଖୁସି କରୁଛି। ପକେଟ ଗରମ ପାଇଁ ସୁଯୋଗ ଆଣୁଛି। ଏପରିକି ଏଥିରେ ଦିଲ୍ଲୀରୁ ଦାୟିତ୍ୱରେ ଥିବା ନେତାଙ୍କ ହାତ ଥିବା ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ମୋକିମ୍ମ। ତାଙ୍କ ଅଭିଯୋଗ, ଦଳର ବଡ଼ପଣ୍ଡାମାନେ ବିଶ୍ୱାସଘାତ କଲେ ଦଳ ଆଗକୁ କେମିତି ଯିବ।