ଥାଇରଏଡ ସମସ୍ୟାରୁ ମୁକ୍ତି ଦେବା ପଣସ ମଞ୍ଜି, ଏହାର ଔଷଧୀୟ ଗୁଣ ଦୂର କରିଥାଏ ଅନେକ ସମସ୍ୟା

ନିଜର ତଥା ଆଖପାଖର ବାଡ଼ି ବଗିଚାରେ ପ୍ରାୟ ସମସ୍ତେ ନିଶ୍ଚିତ ରୂପେ ପଣସ ଦେଖିଥିବେ ।  ଭାରତର କିଛି କିଛି ସ୍ଥାନରେ ଏହାକୁ କଞ୍ଚା ଭାବେ ତରକାରୀ କରି ଖାଇବାକୁ ପସନ୍ଦ କରୁଥିବା ଆଉ କିଛି କିଛି ଲୋକ ପାଚିଲା ପଣସର ଅଧିକ ମଜା ନେଇଥାନ୍ତି । ଖୁବ ସହଜରେ ଆଖପାଖର ଦୋକାନ ତଥା ହାଟ ବଜାରରେ ମିଳି ଯାଉଥିବାରୁ ଏହାର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଗାଁ ଗହଳିରେ ପଣସ ଖାଇବା ପରେ ତାର ମଞ୍ଜିକୁ ଧୋଇ ଖରାରେ ଶୁଖାଇ ତାକୁ ଭାଜି ଖାଆନ୍ତି । କେବଳ ପଣସ ନୁହେ ବରଂ ତା ମଞ୍ଜିରେ ମଧ୍ୟ ବହୁତ ଉପକାରୀ ଗୁଣ ରହିଥାଏ ।

ପଣସରେ ଭିଟାମିନ ଏ, ସି, ଥାଇମିନ୍‌, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ୍ ଏସିଡ୍‌, ମ୍ୟାଗ୍ନେସିୟମ ଭଳି ଅନେକ ପୌଷ୍ଟିକ ଗୁଣ ରହିଥାଏ । ଯାହା ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ…

friut

୧.ଯେଉଁ ଲୋକମାନଙ୍କର ଥାଇରଏଡର ସମସ୍ୟା ରହିଛି । ସେମାନଙ୍କ ପାଇଁ ପଣସ କୌଣସି ଔଷଧଠାରୁ କମ ନୁହେଁ । ଏଥିରେ ଥିବା ପୋଷକ ତତ୍ତ୍ୱ ଥାଇରଏଡକୁ ନିୟନ୍ତ୍ରଣରେ ରଖିଥାଏ ।

୨. ଓଜନ କମାଇବା ପାଇଁ ପଣସ ମଞ୍ଜି ଖାଇବା ଆରମ୍ଭ କରନ୍ତୁ । ଏଥିରେ କ୍ୟାଲୋରୀର ପରିମାଣ ଖୁବ୍ କମ ମାତ୍ରାରେ ରହିଥାଏ ଏବଂ ଏହା ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯାହା ଓଜନକୁ କମ କରିଥାଏ ।

manji

୩. ପଣସ ମଞ୍ଜିରେ ଆଇରନର ମାତ୍ରା ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ମାତ୍ରା ବଢିଥାଏ । ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ରହିଛି, ତେବେ ପଣସର ମଞ୍ଜି ଖାଇବା ଆରମ୍ଭ କରନ୍ତୁ ।

୪. ପଣସ ମଞ୍ଜିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଅଧିକ ପରିମାଣରେ ରହିଥାଏ । ଏଥିରେ ଥିବା ପାଷକ ତତ୍ତ୍ୱ ଶରୀରର କୋଷିକାଗୁଡ଼ିକ ଭାଙ୍ଗିବାରୁ ରାକିଥାଏ । ଏହା ସହ ଏହା କର୍କଟ ରୋଗ ହେବାରୁ ମଧ୍ୟ ରକ୍ଷା କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.