ଦୃଷ୍ଟି ଶକ୍ତିରେ ଉନ୍ନତି କରିବାକୁ ଚାହୁଁଛନ୍ତି ? ଡାଏଟ୍‌ରେ ସାମିଲ କରନ୍ତୁ ଏହି ଫଳ

ଆଖିକୁ ସୁସ୍ଥ ରଖିବା ପାଇଁ ବିଟା କାରୋଟିନ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଜିଙ୍କ, ଭିଟାମିନ୍‌ ସି ଏବଂ ଭିଟାମିନ୍‌ ଇ ଯୁକ୍ତ ଖାଦ୍ୟ ଡେଲି ଲାଇଫରେ ସାମିଲ କରିବା ଉଚିତ୍‌ । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ ହୋଇଥାଏ ।

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସାମ୍ନାକୁ ଆସୁଛି । ସେହିପରି ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଆଖି ସମ୍ବନ୍ଧୀୟ ସମସ୍ୟା ଅଧିକ ଦେଖିବାକୁ ମିଳୁଛି । ବହୁତ କମ ବୟସରେ ହିଁ ପିଲାମାନଙ୍କ ଆଖି ଖରାପ ହେଇଯାଉଛି । ଏହାର ଅନେକ କାରଣ ହୋଇପାରେ କିନ୍ତୁ ଆମର ଡେଲି ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ଏହାର ପ୍ରଭାବ ଅଧିକ ଦେଖିବା ପାଇଁ ମିଳୁଛି । ସେଥିପାଇଁ ଆପଣ ନିଜ ଡେଲି ଲାଇଫ୍‌ ଷ୍ଟାଇଲରେ ହେଲଦି ଖାଦ୍ୟ ସାମିଲ କରି ନିଜ ଆଖିକୁ ସୁସ୍ଥ ରଖିପାରିବେ । ଆଖିକୁ ସୁସ୍ଥ ରଖିବା ପାଇଁ ବିଟା କାରୋଟିନ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଜିଙ୍କ, ଭିଟାମିନ୍‌ ସି ଏବଂ ଭିଟାମିନ୍‌ ଇ ଯୁକ୍ତ ଖାଦ୍ୟ ଡେଲି ଲାଇଫରେ ସାମିଲ କରିବା ଉଚିତ୍‌ । ତେବେ ଆସନ୍ତୁ ଜାଣିବା ଦୃଷ୍ଟି ଶକ୍ତି ବଢାଇବା ପାଇଁ କଣ ଖାଇବା ଆବଶ୍ୟକ ହୋଇଥାଏ ।

ଗାଜର :
ଗାଜରରେ ବିଟା କାରୋଟିନ୍‌ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । ଯାହା ଶରୀରରେ ଭିଟାମିନ୍‌ – ଏ ର ମାତ୍ରା ପୂର୍ଣ୍ଣ କରିଥାଏ । ଏହି ପୋଷକ ତ୍ୱତ୍ତ ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ଯାହାଦ୍ୱାରା ଦୃଷ୍ଟି ଶକ୍ତି ଭଲ ହୋଇଥାଏ ଏବଂ ଅନ୍ଧାରକଣା ଜନିତ ରୋଗରୁ ରକ୍ଷା ମିଳିଥାଏ ।

ପାଳଙ୍ଗ :
ପାଳଙ୍ଗରେ ଅନେକ ଲାଭକାରୀ ତତ୍ତ୍ୱ ଭରପୁର ଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରେ । ଏହା ବ୍ୟତୀତ, ଏହା ଆଖିକୁ ଅକ୍ସିଡେଟିଭ୍‌ ଚାପରୁ ମଧ୍ୟ ରକ୍ଷା କରିଥାଏ ।

କିଓ୍ଵି :
କିଓ୍ଵି ଭିଟାମିନ୍‌ – ସି ରେ ଭରପୁର ଥାଏ । ଏହା ଇମ୍ୟୁନ ସିଷ୍ଟମକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଆପଣ ଅନେକ ରୋଗରୁ ମଧ୍ୟ ବଞ୍ଚି ପାରିବେ । ଏହି ଫଳରେ ଥିବା ଗୁଣ ଯୋଗୁଁ ଆଖିର କୋଲାଜେନ୍‌ ଉତ୍ପାଦନ ବଢ଼ିଥାଏ । ଯେଉଁଥି ପାଇଁ ଆଖି ସୁସ୍ଥ ରହିଥାଏ ।

ଅମୃତଭଣ୍ଡା :
ଅମୃତଭଣ୍ଡାରେ ବିଟା କାରୋଟିନ୍‌, ଭିଟାମିନ୍‌ – ସି ଏବଂ ଭିଟାମିନ୍‌ – ଇ ଭରପୁର ଥାଏ । ଯାହା ଆଖି ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନ୍‌ – ଇ ଏକ ଆଣ୍ଟିଅକ୍ସିଡାଣ୍ଟ ରୂପରେ କାମ କରିଥାଏ । ଯାହା କୋଷଗୁଡିକକୁ ଅକ୍ସିଡେଟିଭ୍‌ ଚାପରୁ ରକ୍ଷା କରିଥାଏ । ତେବେ ବିଟା କାରୋଟିନ୍‌ ଦୃଷ୍ଟି ଶକ୍ତି ବଢାଇଥାଏ ।

କମଳା :
କମଳାରେ ଭିଟାମିନ୍‌ – ସି ରହିଥାଏ । ଯାହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହା ଅକ୍ସିଡେଟିଭ୍‌ ଚାପକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ । ସେଥିପାଇଁ କମଳାକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଉଚିତ୍‌ ।

ସୁଇଟ୍‌ ପଟାଟୋ :
ଆଖିକୁ ସୁସ୍ଥ ରଖିବା ପାଇଁ ଆପଣ ନିଜ ଡାଏଟରେ ସୁଇଟ୍‌ ପଟାଟୋ ସାମିଲ କରିବା ଉଚିତ୍‌ । ଏଥିରେ ଥିବା ବିଟା କାରୋଟିନ୍‌ ଅନ୍ଧାରକଣା ଜନିତ ରୋଗକୁ ରୋକିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.