କିଡନୀରେ ଷ୍ଟୋନ ସମସ୍ୟାକୁ ଦୂର କରିବା ପାଇଁ ଅବ୍ୟର୍ଥ ଔଷଧ ହେଉଛି ଏହି ଘରୋଇ ଉପଚାର

ଶରୀର ଅଛି ତ ରୋଗ ବି ଅଛି। ଆଜିର ଦୁନିଆରେ ଖରାପ ଜୀବନଶୈଳୀ ଏବଂ ଭୁଲ ଖାଦ୍ୟପେୟ ପାଇଁ ବିଭିନ୍ନ ପ୍ରକାର ରୋଗକୁ ସାମ୍ନା କରିବାକୁ ପଡୁଛି। ଏମିତିରେ ଯେଉଁ ବ୍ୟକ୍ତିଙ୍କର କିଡନୀରେ ଷ୍ଟୋନ ସମସ୍ୟା ପୂର୍ବରୁ ହିଁ ରହିଥାଏ ସେମାନଙ୍କ ଠାରେ ପୁର୍ନବାର ଷ୍ଟୋନ ହେବାର ଭୟ ଅଧିକ ରହିଥାଏ। ଆପଣ ବର୍ତ୍ତମାନ ଚିନ୍ତାରେ ପଡିଯାଇଥିବେ ଯେ ଏମିତି ନହେବା ପାଇଁ କଣ କରିବାକୁ ହେବ। ତେବେ ଆପଣଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ କିଛି ଆପଣଙ୍କୁ ଖାସ୍‌ କଥାକୁ ଧ୍ୟାନରେ ରଖିବା ଉଚିତ ଏବଂ ସତର୍କ ରହିବା ଆବଶ୍ୟକ।

-ପ୍ରତିଦିନ ଅତିକମରେ ୩-୪ ଲିଟର ପରିଷ୍କାର ଏବଂ ଶୁଦ୍ଧ ପାଣି ପିଅନ୍ତୁ। ଏହାସହିତ ସରବତ ଜୁସ୍‌ ଆଦି ପିଅନ୍ତୁ। ପାଣି ପିଇବା ଦ୍ୱାରା ଷ୍ଟୋନ ପରିସ୍ରା ଦେଇ ବାହାରକୁ ଚାଲିଯାଇଥାଏ।

water-ଲୁଣର ବ୍ୟବହାର ସୀମିତ ମାତ୍ରାରେ କରନ୍ତୁ। ଲବଣଯୁକ୍ତ ସୋଡା ପିଇବା ଠାରୁ ଦୂରେଇ ରୁହନ୍ତୁ। ଅଧିକ ଲୁଣର ପ୍ରୟୋଗ କରିବାରେ କିଡନୀ ମଜବୁତ୍‌ ରହିଥାଏ।

ଏହାସହ ପଢନ୍ତୁ : ସକାଳୁ ଉଠିବା ମାତ୍ରକେ ହିଁ ହେଉଛି କି ଛିଙ୍କ, ତେବେ ଏହି ଉପାୟ ନିଶ୍ଚୟ ଆପଣଙ୍କୁ କରିବ ସାହାଯ୍ୟ

-ମଞ୍ଜି ଯୁକ୍ତ ଫଳ ଏବଂ ପରିବା ଯଥା, ଟମାଟୋ, କାକୁଡି, ଭେଣ୍ଡି, ବାଇଗଣ, ଲଙ୍କା ଆଦି ଖାଆନ୍ତୁ ନାହିଁ, ଏହା କ୍ରମଶଃ ଷ୍ଟୋନର ରୂପ ନେଇପାରେ। ମୌସୁମୀ ଫଳ ଅଧିକ ଖାଆନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

-ଶୋଇବା ପୂର୍ବରୁ ଏବଂ ମଧ୍ୟ ରାତ୍ରିରେ ଉଠି ଦୁଇ ତିନି ଗ୍ଲାସ ପାଣି ନିଶ୍ଚୟ ପିଅନ୍ତୁ। ଏହାଦ୍ୱାରା ବିଷଲ୍ୟ ତତ୍ତ୍ୱ ଶରୀରରୁ ବାହାରକୁ ବାହାରି ଯାଇଥାଏ।

Leave A Reply

Your email address will not be published.