Below header

ଭଦ୍ରାସାହି-ବଡବିଲ ରାଜ୍ୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା

କେନ୍ୟୁଜ୍: ଚଳନ୍ତା ଗାଡିରେ ନିଆଁ। ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ହାଇୱା। ଭଦ୍ରାସାହି- ବଡବିଲ ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ନିଆଁ ଲାଗି ହାଇୱାର ଆଗଭାଗ ସଂପୂର୍ଣ୍ଣ ଜଳିଯାଇଛି । ଆଜି ସକାଳେ ହାଇୱାଟି ଆଇରନ୍‌ ଓର୍‌ ବୋଝେଇ କରି ଟଂଟୋସ୍ଥିତ ଏନ୍‌.ରାମ୍‌ ଖଣିରୁ ମାଟକାମବେଡାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଗାଡିରେ ନିଆଁ ଲାଗିଥିବା ଜାଣି ଡ୍ରାଇଭର ତଳକୁ ଡେଇଁ ପଡିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.