ପ୍ରେସର କୁକରର ରବର ଢିଲା ହୋଇଯାଇଥିଲେ ଆଦୌ ଟେନ୍ସନ୍‌ ନିଅନ୍ତୁନି, ଏହି ଉପାୟରେ ପୁଣିଥରେ କରନ୍ତୁ ଟାଇଟ୍‌

ଅଧିକାଂଶ ଲୋକ ଘରେ ଖାଇବା ତିଆରି କରିବା ପାଇଁ ପ୍ରେସର କୁକର ବ୍ୟବହାର କରିଥାନ୍ତି। କାରଣ ଏଥିରେ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଥାଏ। କିନ୍ତୁ କିଛି ଲୋକଙ୍କର ଅଭିଯୋଗ ଥାଏ ଯେ ନିୟମିତ ବ୍ୟବହାର କରିବା ଫଳରେ ପ୍ରେସରର ରବର ଢିଲା ହୋଇଯାଉଛି। ଏହା ଦ୍ୱାରା ପ୍ରେସରରେ ଠିକ୍‌ ଭାବେ ଷ୍ଟିମ୍‌ ତିଆରି ହୋଇନଥାଏ। ଫଳରେ ସିଟି ଆସେ ନାହିଁ। ଯଦି ଆପଣ ବି ଏହି ଅସୁବିଧା ଭୋଗୁଛନ୍ତି, ତେବେ ଆମେ ଆଜି ଆପଣଙ୍କୁ କେତେକ ଏଭଳି ଘରୋଇ ଉପାୟ କହିବୁ, ଯାହାକୁ ବ୍ୟବହାର କରି ଆପଣ ପ୍ରେସରର ରବରକୁ ଟାଇଟ୍‌ କରିପାରିବେ।

  • ପ୍ରେସରର ରବରର ଉଭୟ ପଟରେ ଅଳ୍ପ ଅଳ୍ପ ଟେପ୍‌ ଲଗାଇ ଦିଅନ୍ତୁ। ଏମିତି କଲେ ରବର ଟାଇଟ୍‌ ହୋଇଯିବା ଓ ଆପଣ ଏହାକୁ ସହଜରେ ବ୍ୟବହାର କରିପାରିବେ।
  • ଯଦି ଅଧିକ ବ୍ୟବହାର କରିବା ଫଳରେ ପ୍ରେସରର ରବର ଢିଲା ହୋଇଯାଇଛି। ତେବେ ଏହାକୁ ଖୋଲି ଥଣ୍ଡା ପାଣିରେ ବୁଡ଼ାଇ ଦିଅନ୍ତୁ। ଏହା ଟାଇଟ୍‌ ହୋଇଯିବ।
  • ରବରକୁ ଟାଇଟ୍‌ କରିବାର ସବୁଠୁ ସହଜ ଉପାୟ ହେଉଛି, ଏହାକୁ କିଛି ସମୟ ପାଇଁ ଫ୍ରିଜ୍‌ରେ ରଖିଦିଅନ୍ତୁ। ଏହା ସଙ୍କୁଚିତ ହୋଇଯିବ।
  • କୁକରର ରବରକୁ ଟାଇଟ୍‌ କରିବା ପାଇଁ ଆପଣ ଅଟା ଚକଟା ମଧ୍ୟ ବ୍ୟବହାର କରିପାରିବେ। ପ୍ରେସରରେ କିଛି ଜିନିଷ ବସାଇବା ବେଳେ ଏହାର ଢାଙ୍କୁଣି ଦେଇ ଚାରିପଟେ ଅଟା ଚକଟା ଲଗାଇ ଦିଅନ୍ତୁ। ବାମ୍ପ ବାହାରକୁ ବାହାରିବ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.