ବାଇଗଣ ଦୂର କରିବ ତ୍ୱଚା ସମସ୍ୟା! ଜାଣନ୍ତୁ କେମିତି ଚୁଟ୍‌କିରେ ଦେଖାଇଥାଏ କମାଲ…

ଚେହେରାର ଚିହ୍ନ, ଦାଗ, କୁଞ୍ଚନ ଏବଂ ଫାଇନ୍‌ ଲାଇନ୍ସରୁ ଛୁଟ୍‌କାରା ପାଇବାକୁ ଚାହୁଁଛନ୍ତି? ତ ଏଥିରେ ଆପଣଙ୍କୁ ସାହାଯ୍ୟ କରି ପାରିବ ବାଇଗଣ। ବାଇଗଣ ବ୍ୟବହାର କରି ଆପଣ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବା ସହିତ ପାର୍ଶ୍ୱ ପ୍ରତିକ୍ରିୟାରୁ ମଧ୍ୟ ମୁକ୍ତି ପାଇ ପାରିବେ। ଆଜି ଆମେ ଆପଣଙ୍କୁ କହିବୁ, ଚେହେରାକୁ ଗ୍ଲୋଇଙ୍ଗ୍‌ ତଥା ସୁନ୍ଦର କରିବା ପାଇଁ ବାଇଗଣକୁ କିପରି ବ୍ୟବହାର କରାଯିବ ଏବଂ ଏଥିରେ କେଉଁ ସବୁ ତତ୍ତ୍ୱ ରହିଛି।

-ବୟସ ବଢ଼ିବା ସହିତ ଚେହେରାରେ କୁଞ୍ଚନ ଏବଂ ଫାଇନ୍‌ ଲାଇନ୍ସ ଆସିବାରେ ଲାଗିଥାଏ। ତେଣୁ ବାଇଗଣରେ ଥିବା ଆଣ୍ଟି-ଏଜିଙ୍ଗ୍‌ ତତ୍ତ୍ୱ ଫ୍ରି ରେଡିକଲ୍ସକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାସହିତ ଏଥିରେ ଥିବା ଭିଟାମିନ୍‌ ସି ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ। ଏଥିପାଇଁ ବାଇଗଣ ରସ ବାହାର କରି ଏଥିରେ ସାମାନ୍ୟ ଓ୍ଵିଚ୍‌ ହେଜଲ୍‌ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ କୌଣସି ଶିଶିରେ ରଖି ଫ୍ରିଜ୍‌ରେ ରଖି ଦିଅନ୍ତୁ। ଟୋନର ରୂପେ ଏହାକୁ ଚେହେରାରେ ବ୍ୟବହାର କରନ୍ତୁ।

-ବାଇଗଣରେ ଥିବା ଫାଇଟୋନ୍ୟୁଟ୍ରିଏଣ୍ଟସ୍‌ ଗୁଣ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମୀରୁ ତ୍ୱଚାକୁ ସୁରକ୍ଷିତ ରଖିଥାଏ, ଯାହାକି ଜ୍ୱଳନ ଏବଂ ଟ୍ୟାନିଂରୁ ଉପଶମ ଦେଇଥାଏ। ତେଣୁ ଏମିତି ସ୍ଥିତିରେ ତ୍ୱଚା ଉପରେ ବାଇଗଣ ରସ ଲଗାଇବା ବହୁତ ଲାଭଦାୟକ ହୋଇଥାଏ।

-ବାଇଗଣରେ ଭରପୂର ମାତ୍ରାରେ ପାଣି ଥିବାରୁ ଏହା ତ୍ୱଚାର ପୋର୍ସକୁ ହାଇଡ୍ରେଟ୍‌ ରଖିବାରେ ସାହାଯ୍ୟ କରିଥାଏ। ଏମିତି ରୂପେ ଆପଣ ଦୈନିକ ବାଇଗଣ ପାଣି ଲଗାଇ ପାରିବେ, ଯଦ୍ଦ୍ଵାରା ତ୍ୱଚା ନରମ ତଥା ମୁଲାୟମ ରହି ପାରିବ।

-ଚେହେରାର ଚିହ୍ନ, ଦାଗ, କୁଞ୍ଚନ ଏବଂ ପିଗ୍‌ମେଣ୍ଟେଶନରୁ ମୁକ୍ତି ପାଇବା ପାଇଁ ଆପଣ ବାଇଗଣର ଫେସ୍‌ ମାସ୍କ ବ୍ୟବହାର କରି ପାରିବେ। ଏହାକୁ ବନାଇବା ପାଇଁ ବାଇଗଣକୁ ପେସି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟରେ ଆଲୋଭେରା ଜେଲ୍‌ ମିଶାଇ ଫେସ୍‌ରେ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.