Below header

କିଭ୍‌ରେ ଆହୁରି ଭୟଙ୍କର ହୋଇପାରେ ସ୍ଥିତି! ସାଦା ପୋଷାକରେ ଆଗକୁ ମାଡ଼ୁଛନ୍ତି ପୁଟିନଙ୍କ ସୈନ୍ୟ; କ୍ଷେତରେ ଲୁଚାଇ ରଖିଛନ୍ତି ଅସ୍ତ୍ରଶସ୍ତ୍ର!

ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ହେବ ଯୁଦ୍ଧ ଚାଲିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ରୁଷ ସୈନ୍ୟ ସାଦା ପୋଷାକରେ କିଭ୍‌ ଅଭିମୁଖେ ବଢ଼ୁଥିବା ଦେଖାଯାଉଛି। ସେପଟେ ଗୋଟିଏ ସ୍ଥାନରେ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି। ତେବେ ମିଡିଆ ରିପୋର୍ଟ ମୁତାବକ, କ୍ଷେତରେ ଲୁଚାଇ ରଖାଯାଇଥିବା ଏହି ଅସ୍ତ୍ରଶସ୍ତ୍ର ରୁଷ ସେନାର। ଭିଡିଓ ଫୁଟେଜ୍‌ରେ ରୁଷର ଟ୍ୟାଙ୍କ୍‌ଗୁଡ଼ିକ ଇରପିନ୍‌ ସହର ଆଡ଼କୁ ବଢ଼ୁଥିବା ବି ଦେଖିବାକୁ ମିଳିଛି। ଏହି ସହର ଗତ କିଛିଦିନରୁ ଲଗାତାର ରୁଷ ଆକ୍ରମଣର ଶିକାର ହୋଇ ଆସୁଛି।

ରାଜଧାନୀ କିଭ୍‌ଠାରୁ ଇରପିନ୍‌ ସହର ମାତ୍ର ୨୦ କିଲୋମିଟର ଦୂର। ୟୁକ୍ରେନ ସେନା ବୁଧବାର ଚେତାବନୀ ଦେଇଛି ଯେ ରୁଷ କିଭ୍‌କୁ ଘେରିବାର ପ୍ଲାନରୁ ହଟୁ ନାହିଁ। ଏହାର ସୈନିକମାନେ ସମସ୍ତ ଦିଗରୁ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛନ୍ତି। ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ବୁଧବାର ରାଜଧାନୀର ଉତ୍ତର-ପଶ୍ଚିମରେ ଲଢ଼େଇ ଜାରି ରହିଥିଲା। ୟୁକ୍ରେନ ସେନା କହିଛି, ପୁଟିନଙ୍କ ସୈନ୍ୟ କ୍ଷେତ ଏବଂ ଆବାସୀୟ ବିଲ୍ଡିଂ ଭିତରେ ସୈନ୍ୟ ଉପକରଣ ଲୁଚାଇ ରଖିଛନ୍ତି। ରୁଷୀୟ ସୈନ୍ୟ ସାଦା ପୋଷାକରେ ମାଇକୋଲାଇଭ୍‌ ସହର ଆଡ଼କୁ ବଢ଼ୁଛନ୍ତି।

ଏକ ଖବରରେ କୁହାଯାଇଛି କି, ୟୁକ୍ରେନ ସଙ୍କଟ ଆହୁରି ବି ଅଧିକ ଭୟଙ୍କର ହୋଇପାରେ। କାହିଁକି ନା, ରୁଷୀୟ ସେନା ରିହାୟଶୀ ଅଞ୍ଚଳରେ ଅଧିକ କ୍ରୁର ଏବଂ ଆଖିବୁଜା ଆକ୍ରମଣ କରି ପାରନ୍ତି। ରିପୋର୍ଟ ମୁତାବକ, ବୁଧବାର ଏକ ସନ୍ଦିଗ୍ଧ ରୁଷୀୟ ବିମାନ ମାରିୟୁପୋଲରେ ଥିବା ଏକ ଶିଶୁ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୭ ଜଣ ଆହତ ହୋଇଛନ୍ତି। ତେବେ ସିଆଇଏର ନିର୍ଦ୍ଦେଶକ ଓ୍ଵିଲିୟମ୍‌ ବର୍ଣ୍ଣସ୍‌ କହିଛନ୍ତି, ପୁଟିନଙ୍କ ଜେନେରାଲ୍ସ ଏବେ ନିର୍ଦ୍ଦୋଷ ନାଗରିକଙ୍କ ଉପରେ ନିଜ ଆକ୍ରମଣକୁ ତୀବ୍ର କରିବେ ଏବଂ ନନ୍‌-ମିଲିଟାରୀ ଟାର୍ଗେଟସ୍‌ ଉପରେ ଆକ୍ରମଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.