ଠକାମୀର ଶିକାରରୁ ରକ୍ଷା ପାଇବା ପାଇଁ ନିଜ ଆଧାର କାର୍ଡକୁ ଏମିତି କରନ୍ତୁ ଲକ୍, ଜାଣନ୍ତୁ ପ୍ରସେସ୍

ଆଧାର କାର୍ଡ ଆଜିର ଦିନରେ ଏକ ଜରୁରୀ ଦସ୍ତାବିଜ୍ ହୋଇପଡ଼ିଛି । ନୂଆ ସିମ୍ କିଣିବା ହେଉ କିମ୍ବା ସରକାରୀ ଯୋଜନା, ବ୍ୟାଙ୍କ, ସବସିଡି ନେବା ପାଇଁ ଆଧାର କାର୍ଡ ସବୁଆଡେ ଆବଶ୍ୟକ। ଏହା ସହିତ ଜଡିତ ଠକେଇ ମଧ୍ୟ ବୃଦ୍ଧି ପାଉଛି। ଏପରିକି ଆଧାର କାର୍ଡର ଡାଟା ଲିକ୍ ହେବା ଆଶଙ୍କା ମଧ୍ୟ ବଢିଥାଏ । କୌଣସି ଫ୍ରଡ୍ ହାତରେ ଯଦି ଆପଣଙ୍କ ଆଧାର କାର୍ଡ ଆସେ ତେବେ ଆପଣଙ୍କ ଖାତାରୁ ପଇସା ମଧ୍ୟ ଚୋରି ହୋଇପାରେ । ଏହା ଛଡା ଆଧାର କାର୍ଡର ଦୂରପଯୋଗ କଥା ମଧ୍ୟ ସାମ୍ନାକୁ ଆସୁଛି । ତେଣୁ ଅନେକ ସମୟରେ ସରକାର ଏହାର ସୁରକ୍ଷା ଉପାୟ କରିଥାନ୍ତି । କେହି ବ୍ୟକ୍ତି ଆପଣଙ୍କ ଆଧାର କାର୍ଡର ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ଏହାକୁ ଲକ୍ ମଧ୍ୟ କରାଯାଇପାରିବ । ଆପଣ ଘରେ ବସି ଆପଣଙ୍କ ଆଧାର କାର୍ଡକୁ ଲକ୍ କିମ୍ବା ଅନଲକ୍ କରିପାରିବେ।
ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ଠକେଇକୁ ଏଡାଇବା ପାଇଁ UIDAI ଆଧାର କାର୍ଡ ଧାରକମାନଙ୍କୁ ଅନଲାଇନ୍ ଆଧାର ଲକିଂ ଏବଂ ଅନଲକ୍ ସୁବିଧା ପ୍ରଦାନ କରୁଛି । ଡାଟା ସୁରକ୍ଷା ଏବଂ ପ୍ରାଇଭେସିକୁ ମଜବୁତ କରିବା ପାଇଁ ଆଧାର କାର୍ଡଧାରୀମାନେ UIDAI ଦ୍ୱାରା ଆଧାର ନମ୍ବରକୁ ଲକ୍ ଏବଂ ଅନଲକ୍ କରିପାରିବେ। ଏହି ସୁବିଧା ଯୋଗୁଁ ଯଦି ଆପଣଙ୍କ ଆଧାର କାର୍ଡ କେଉଁଠାରେ ହଜି ଯାଉଛି ତେବେ କେହି ଆପଣଙ୍କୁ ଆଧାର କାର୍ଡର ବ୍ୟବହାର କରିପାରିବେ ନାହିଁ । ଫଳରେ ଆପଣଙ୍କ ଆଧାର କାର୍ଡ ଦ୍ୱାରା ଜଡ଼ିତ ତଥ୍ୟ ସୁରକ୍ଷିତ ରହିବ ଏବଂ ଠକମାନେ ଆପଣଙ୍କ ଆଧାର କାର୍ଡକୁ ଠକିବାକୁ ସମର୍ଥ ହେବେ ନାହିଁ।
ଏହା କିପରି ଲକ୍ ହେବ
ଆପଣଙ୍କୁ ନିଜ ଆଧାର କାର୍ଡକୁ ଲକ୍ କରିବା ପାଇଁ ୧୬ ଅଙ୍କର ଭର୍ଚୁଆଲ୍ ଆଇଡିର ଆବଶ୍ୟକତା ରହିଛି । ଆପଣଙ୍କର ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ୍ ID ନାହିଁ, ତେବେ ଆପଣ ୧୯୪୭ କୁ ଏକ SMS ପଠାଇ ଏହାକୁ ପାଇପାରିବେ। ଥରେ ଭର୍ଚୁଆଲ୍ ଆଇଡି ମିଳିବା ପରେ ଆପଣଙ୍କ ପାଇଁ ଫୋନରୁ ଆଧାର ଲକ୍ କରିବା ସହଜ ହୋଇଯିବ ।
SMS ଦ୍ୱାରା ଲକ୍
ସର୍ବପ୍ରଥମେ ଆପଣଙ୍କ ରେଜିଷ୍ଟ୍ରର ମୋବାଇଲ୍ ନମ୍ବରରୁ ୧୯୪୭ କୁ GETOTP ଟାଇପ୍ କରି SMS ପଠାଇବାକୁ ପଡିବ। ଏହା ପରେ ଆପଣଙ୍କ ମୋବାଇଲ୍ ନମ୍ବରରେ ଏକ OTP ଆସିବ। ‘UNLOCKUID aadhar number ଟାଇପ୍ କରି ଏହି OTP କୁ ପୁନର୍ବାର ୧୯୪୭ ନମ୍ବରକୁ ପଠାଇବାକୁ ପଡିବ। ଏହା ପରେ ଆପଣଙ୍କର ଆଧାର ନମ୍ବର ଲକ୍ ହୋଇଯିବ ଏବଂ ଯଦି ଆଧାର କାର୍ଡ ହଜି ଯାଏ ତେବେ କୌଣସି ପ୍ରକାରେ ଅପବ୍ୟବହାର ହେବ ନାହିଁ।
କିପରି ଅନଲକ୍ କରିବେ
ଯଦି ଆପଣ ଆଧାର ନମ୍ବରକୁ ଅନଲକ୍ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ରେଜିଷ୍ଟେସନ ମୋବାଇଲ୍ ନମ୍ବରରୁ ଏକ SMS ପଠାଇବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଏକ ଭର୍ଚୁଆଲ୍ id ଦରକାର।
GETOTP ଲେଖି ଏକ ସ୍ପେଶ୍ ପରେ ଭର୍ଚୁଆଲ୍ ଆଇଡିର ଶେଷ ୬ ନମ୍ବର ଦେଇ ଏସଏମଏସ୍ କରନ୍ତୁ । ପରେ ୧୯୪୭ ଏବଂ UNLOCKUID ଲେଖି ଏକ ସ୍ପେଶ୍ ପରେ ଭର୍ଚୁଆଲ୍ ଆଇଡିର ଶେଷ ୬ ନମ୍ବର ଏବଂ ଓଟିପି ଦେଇ ପଠାନ୍ତୁ । ଆପଣଙ୍କ ଆଧାର କାର୍ଡ ପୁଣି ଅନଲକ୍ ହୋଇଯିବ ।