Below header

ଭିଜିଲାନ୍ସ ଜାଲରେ ଟାଟା ପାଓ୍ଵାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରବ୍ୟୁସନ୍‌ ଲିମିଟେଡର ଜେନେରାଲ ମ୍ୟାନେଜର, ୩ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଟାଟା ପାଓ୍ଵାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରବ୍ୟୁସନ୍‌ ଲିମିଟେଡର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦର୍ଜି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରୁଛି ଭିଜିଲାନ୍ସ । ସମ୍ବଲପୁର ଓ ବରଗଡର ୩ଟି ସ୍ଥାନରେ ଏକାକାଳୀନ ଚଢଉ ଚାଲିଛି ।

ସମ୍ବଲପୁରର ପ୍ରଧାନ ପଡା ଅଫିସ୍‌, ବୁର୍ଲା କର୍ପୋରେଟ ଅଫିସ୍‌ରେ ଚଢଉ କରାଯାଉଛି । ସନ୍ତୋଷଙ୍କ ପୈତୃକ ଗାଁ ଅତାବିରାରେ ମଧ୍ୟ ଚଢଉ ଜାରି ରହିଛି । ଏଯାବତ୍‌ ମୋଟ ୬ଲକ୍ଷ ୨୮ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଚଢଉରେ ଜଣେ DSP, ୬ ଇନ୍ସପେକ୍ଟର, ୨ ASI ସାମିଲ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.