ମକା ସିଝାଇବା ବେଳେ ସୂତା ଭଳି ଜିନିଷ ବା କର୍ନ ସିଲ୍କ ଫୋପାଡି ଦେଉଛନ୍ତି କି ? ଜାଣନ୍ତୁ ଏହାର ଫାଇଦା

ମକା ଆପଣ ନିଶ୍ଚିତ ଖାଇଥିବେ। ଏହା ଏକ ଦେଶୀ ଖାଦ୍ୟ। ମକାର ସ୍ୱାଦ ଅଧିକାଂଶ ଲୋକଙ୍କୁ ଆକର୍ଷିତ କରିଥାଏ। ଭାରତରେ ଅଧିକାଂଶ ଲୋକ ମକାକୁ ପୋଡି ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆଜିକାଲି ମାର୍କେଟରେ ସିଝା ମକା ବିକ୍ରି ହେଉଛି। ଆଉ ଲୋକେ ମଧ୍ୟ ଏହାକୁ ବେଶି ଖାଉଛନ୍ତି।

କ୍ୟାଲୋରୀର ଅଭାବ କାରଣରୁ ପିଲାଙ୍କ ଓଜନ କମିଯାଏ। ତେବେ ଏହି ଅଭାବକୁ ପୂରଣ କରିବା ପାଇଁ ଆପଣ ପିଲାଙ୍କୁ ମକା ଖାଇବାକୁ ଦେଇପାରିବେ । ଏହାର ସେବନ ଶିଶୁର ଓଜନ ବଢ଼ାଇବାରେ ସାହାଯ୍ୟ କରେ । ଶିଶୁଙ୍କ ବିକାଶରେ ଏହା ସହାୟକ ହୋଇଥାଏ। ଆଖି ଏବଂ ତ୍ୱଚା ପାଇଁ ମଧ୍ୟ ମକା ଖୁବ ଫାଇଦା ଯୋଗାଏ। ନ୍ୟାସନାଲ ସେଣ୍ଟର ଫର ବାୟୋ ଟେକ୍ନୋଲୋଜି ଇନଫର୍ମେସନ େଓ୍ଵବସାଇଟରେ ଏନେଇ ରିସର୍ଚ୍ଚ ପେପର ଦିଆଯାଇଛି। ଏଥିରେ କ୍ୟାରୋଟିନାଇଡ ନାମକ ପଦାର୍ଥ ମହଜୁଦ ରହିଥାଏ। ଯାହା ଦୃଷ୍ଟି ଶକ୍ତିକୁ ମଜବୁତ ରଖେ।

ଏଥିରେ ଭିଟାମିନ ବି୧୨ , ଫଲିକ ଏସିଡ ଓ ଆଇରନ ଭରପୂର ମାତ୍ରାରେ ରହିଥାଏ। ଏହା ଶରୀରରେ ଲାଲ୍‌ ରକ୍ତ କୋଶିକା ଉତ୍ପାଦନରେ ସାହାଯ୍ୟ କରିଥାଏ। ମକାରେ ଫାଇବର, ଭିଟାମିନ ସି, ପ୍ରୋଟିନ ଏବଂ କାବ୍ରୋହାଇଡ୍ରେଟ୍‌ ଭରପୁର ମାତ୍ରାରେ ରହିଥାଏ। ଏହି କାରଣ ଯୋଗୁଁ ଏହା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ ହୋଇଥାଏ। ତେବେ ଅନେକ ସ୍ୱାସ୍ଥ୍ୟ ବିଶେଷଷଜ୍ଞ ଏହାକୁ ପ୍ରତିଦିନ ଖାଇବାକୁ ପରାମର୍ଶ ଦେଇଥାନ୍ତି।

ତେବେ ମକାକୁ ଆମେ ଛଡାଇବା ସମୟରେ ଏଥିରୁ ବାହାରୁଥିବା ସୂତା ଭଳି ଜିନିଷ (Corn Silk) କୁ ଫୋପାଡି ଦେଇଥାଉ। ତେବେ ଆମେ ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଏହାକୁ ଡଷ୍ଟବିନରେ ପକାଇବେ ନାହିଁ। ତେବେ ଏଥିରେ କ’ଣ ଫାଇଦା ରହିଥାଏ, ଆସନ୍ତୁ ଜାଣିବା…

କୋଲେଷ୍ଟ୍ରୋଲ : ଶରୀରରେ କୋଲେଷ୍ଟ୍ରୋଲ ବଢିବା ଏବେ ଏକ ବଡ ସମସ୍ୟା ହେଲାଣି। ଏହାକୁ କଣ୍ଟ୍ରୋଲ କରିବା ଜରୁରୀ ହୋଇଯାଏ, ନଚେତ ହୃଦ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡିଥାଏ। ତେବେ ମକାରୁ ବାହାରୁଥିବା ସୂତା ଭଳି ଜିନିଷ ବ୍ଲଡ ଭାସେଲରେ ଥିବା କୋଲେଷ୍ଟ୍ରୋଲ ବାହାରି ଆସିଥାଏ।

corn sweet
pc: leap club

ଡାଇବେଟିଜ : ଯେଉଁ ଲୋକ ଡାଇବେଟିଜ ବା ମଧୁମେହର ଶିକାର ହୋଇଥାନ୍ତି, ସେମାନଙ୍କ ପାଇଁ କର୍ନ ସିଲ୍କ କୌଣସି ବରଦାନରୁ କମ୍‌ ନୁହେଁ। ମୁଧମେହକୁ ନିୟନ୍ତ୍ରଣ କରିବାର ଗୁଣ ରହିଥାଏ। ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ କରିବାେରେ ସହାୟକ ହୋଇଥାଏ।

ଇମ୍ୟୁନିଟି : କରୋନା ପରେ ଶରୀରରେ ଇମ୍ୟୁନିଟିକୁ ବୁଷ୍ଟ କରିବା ଜରୁରୀ ହୋଇପଡିଛି। ସଂକ୍ରମଣରୁ ବଞ୍ଚିବା ପାଇଁ ଜରୁରୀ। ମକାରେ ଭିଟାମିନ ସି ରହିଥାଏ, ତେଣୁ ଏହା ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ।

ପାଚନ କ୍ରିୟା : ଯେଉଁ ଲୋକଙ୍କ ପାଚନ କ୍ରିୟାକୁ ନେଇ ସମସ୍ୟା ରହିଥାଏ। ସେମାନେ କର୍ନ ସିଲ୍କକୁ ଖାଇପାରିବେ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଯାହା ଡାଇଜେସନ ପ୍ରୋସେସକୁ ଠିକ୍‌ କରିଥାଏ।

ଗର୍ଭବତୀ : ଗର୍ଭବତୀ ମହିଳା ମକାର କର୍ନ ସିଲ୍କ ଜରୁରୀ ଖାଇବା ଉଚିତ। ଏଥିରେ ଫଲିକ ଏସିଡ ରହିଥାଏ। ଗର୍ଭବତୀ ମା ଏବଂ ପେଟ ସମସ୍ୟା ଥିଲେ ଏହାକୁ ନିଶ୍ଚିତ ଖାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.