ଟ୍ୱିଟରରେ ଆସୁଛି ସ୍ୱତନ୍ତ୍ର ଫିଚର: ଏଣିକି ୩୦ ମିନିଟ୍‌ ଭିତରେ ଏଡିଟ କରିପାରିବେ ଟ୍ୱିଟ୍

ଶେଷରେ ଟ୍ୱିଟରରେ ସେହି ଫିଚର ଆସିବାକୁ ଯାଉଛି, ଯାହାକୁ ଲୋକେ ଖୁବ୍‌ ଅପେକ୍ଷା କରି ରହିଛନ୍ତି । ଖୁବ୍ ଶୀଘ୍ର ଟ୍ୱିଟର ନିଜର ୟୁଜରଙ୍କୁ ଏକ ଖାସ୍‌ ଉପହାର ଦେବାକୁ ଯାଉଛି । କମ୍ପାନୀ ନିକଟରେ ଘୋଷଣା କରିଛି କି ସେ ବଛା ବଛା ଟ୍ୱିଟର ୟୁଜରଙ୍କ ପାଇଁ ମୋଷ୍ଟ –ଆୱେଟେଡ୍‌ ଏଡିଟ୍‌ ବଟନର ରୋଲଆଉଟ୍ କରିବ। କମ୍ପାନୀ କହିଛି କି ସପ୍ତାହରେ ଏହାକୁ ଟ୍ୱିଟର ବ୍ଲୁ ଗ୍ରାହକଙ୍କ ପାଇଁ ରୋଲ ଆଉଟ୍‌ କରାଯିବ।

ଏହି ଫିଚର ଉପଭୋକ୍ତାମାନଙ୍କୁ ପୋଷ୍ଟ ହେବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଟ୍ୱିଟ୍ ଏଡିଟ୍ କରିବାକୁ ଅନୁମତି ଦେବ ଏବଂ ଏକ ଏଡିଟ୍ ହୋଇଥିବା ଟ୍ୱିଟ୍ ଇଣ୍ଡିକେଟର ପ୍ରଦର୍ଶିତ କରିବ କି ଟ୍ୱିଟ୍‌କୁ ଏଡିଟ କରାଯାଇଛି । ବିଶେଷ କଥା ହେଉଛି ୟୁଜର ଏଡିଟେଡ୍ ଟ୍ୱିଟ୍‌ ସହ ଓରିଜିନାଲ ଟ୍ୱିଟ୍‌ ମଧ୍ୟ ଦେଖି ପାରିବେ। କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ବର୍ତ୍ତମାନ ସୁଦ୍ଧା, ଥରେ ଟ୍ୱିଟ୍ ହୋଇଥିବା କଣ୍ଟେଟ ଏଡିଟ୍ ହୋଇପାରିବ ନାହିଁ। ପରିବର୍ତ୍ତନକୁ ଦର୍ଶାଇବା ପାଇଁ ୟୁଜରଙ୍କୁ ଏହାକୁ ପୁଣି ଟ୍ୱିଟ୍‌ କରିବାକୁ ପଡିଥାଏ । କେମିତି କାମ କରିବ ନୂଆ ଫିଚର ..ଚାଲନ୍ତୁ ଡିଟେଲରେ ଜାଣିବା ।

ଟ୍ୱିଟର ଅନୁଯାୟୀ, ଏଡିଟ୍ ବଟନ୍ ବର୍ତ୍ତମାନ ପରୀକ୍ଷା କରାଯାଉଛି ଏବଂ ଆସନ୍ତା ସପ୍ତାହରେ ଟ୍ୱିଟର ବ୍ଲୁ ୟୁଜରଙ୍କଙ୍କ ନିକଟରେ ଏହା ରୋଲ କରାଯିବ।କମ୍ପାନୀ କହିଛି ଯେ ଏହି ଫିଚର ଦେଶରେ ବିସ୍ତାର ହେବା ପୂର୍ବରୁ ଗୋଟିଏ ଦେଶରେ ପରୀକ୍ଷା କରାଯିବ।ଟ୍ୱିଟର ବ୍ଲୁ ହେଉଛି କମ୍ପାନୀର ପ୍ରିମିୟମ୍ ସବସ୍କ୍ରିପସନ୍ ସେବା ଯାହା ଉପଭୋକ୍ତାମାନଙ୍କୁ ଅନ୍ୟ ଉପଭୋକ୍ତାମାନଙ୍କ ପୂର୍ବରୁ ନୂଆ ଏବଂ ସ୍ୱତନ୍ତ୍ର ଫିଚର ଗୁଡିକୁ ପ୍ରବେଶ କରିବାକୁ ଦେଇଥାଏ।

କେମିତି କାମ କରିବ ଏଡିଟ ଟ୍ୱିଟ୍‌ ଫିଚର – ଏଡିଟ୍‌ ବଟନ ୟୁଜରଙ୍କୁ ପବ୍ଲିସିଂ ପରେ ୩୦ ମିନିଟ୍‌ ପର୍ଯ୍ୟନ୍ତ ଟ୍ୱିଟ୍‌ରେ ପରିବର୍ତ୍ତନ କରିବାକୁ ଅନୁମତି ଦେବ। ପବ୍ଲିଶଡ୍‌ ଟ୍ୱିଟ୍‌ରେ ଏକ ଲେବଲ , ଟାଇମଷ୍ଟାମ୍ପ ଓ ଆଇକନ ଭଳି ଆଇଡେଣ୍ଟିଫାୟର୍ସ ହେବେ , ଯାହା ଏହା ଦର୍ଶାଇବ କି ଟ୍ୱିଟ୍‌କୁ ଏଡିଟ କରାଯାଇଛି । ଟ୍ୱିଟର ବ୍ୟବହାରକାରୀମାନେ ଟ୍ୱିଟ୍ ଉପରେ କ୍ଲିକ୍ କରିବାକୁ ଏବଂ ଓରିଜିନାଲ କଣ୍ଟେନରେ କରାଯାଇଥିବା ସମସ୍ତ ପରିବର୍ତ୍ତନ ଦେଖିବାକୁ ସମର୍ଥ ହୋଇପାରିବେ।

ବାସ୍ତବରେ, ଅନେକ ଲୋକ ପ୍ଲାଟଫର୍ମକୁ ଏମିତି ଏକ ଫିଚର ଯୋଡିବାକୁ କହୁଛନ୍ତି ଯାହା ପ୍ରକାଶିତ ହେବା ପରେ ପୋଷ୍ଟଗୁଡିକ ଏଡିଟ୍ କରିବାକୁ ଅନୁମତି ଦେବ। ତେବେ ଉପଭୋକ୍ତାମାନଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଟ୍ୱିଟର ଦୀର୍ଘ ସମୟ ପର୍ଯ୍ୟନ୍ତ ତାହା କରିବାକୁ ମନା କରିଦେଇଥିଲା। ତେବେ ଟ୍ୱିଟରରେ 320 ମିଲିୟନ ସକ୍ରିୟ ଉପଭୋକ୍ତା ଥିବା ଅନୁମାନ କରାଯାଇଛି ।